ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଛନ୍ତି KIIT ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।
ନେପାଳ ଛାତ୍ରୀଙ୍କୁ ଗାଳି ଗୁଳଜ ଓ ଧମକ ଦେଇଥିବା ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ମଧ୍ୟ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି ।
ନ୍ୟାୟିକ ତଦନ୍ତ କରି ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ । କାହିଁକି ଏ ପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ତାରା ପ୍ରଶ୍ନ କରିଛନ୍ତି ।
ବିଶ୍ଵ ବିଦ୍ୟାଳୟରେ ସେମାନଙ୍କୁ ପ୍ରଫେସର କଲା କିଏ ? ସେମାନେ କେମିତି କହିଲେ ଯେ କିଟ୍ ବଜେଟ୍ ନେପାଳଠାରୁ ଅଧିକ ? ବୈଦେଶିକ ବ୍ୟାପାର କ’ଣ ସେମାନେ ଜାଣନ୍ତି ?
ଆଗାମୀ ଦିନରେ ବଦଳିପାରେ ମିଶନ ଶକ୍ତି ନାଁ । ମିଶନ ଶକ୍ତି ବିଭାଗ ହୋଇପାରେ ସୁଭଦ୍ରା ଶକ୍ତି । ଆଜି ଉପମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ମିଳିଛି ଏଭଳି ସଙ୍କେତ ।
ଯେତେବେଳେ ସେ ଦୁର୍ନୀତିର ପାହାଡ଼ ଉପରେ ଥିଲେ, ଆଦିବାସୀ ଜମି ମାଡ଼ି ବସିଲେ । ଜଙ୍ଗଲ ଜମିରେ ସେ ବଡ଼ ବଡ଼ ଅଟ୍ଟାଳିକା କଲେ । ଦୁର୍ନୀତି ପାଇଁ କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଲା, ସାଂସଦ କଲା ବୋଲି ବାବୁ ସିଂ ପ୍ରଶ୍ନ କରିଛନ୍ତି ।
ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । କପି ରୋକିବାକୁ ୪ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି ।
୭୦ ମାମଲାର ଅଭିଯୁକ୍ତ ସ୍ପାଇଡର ସତୀଶ ୩୦ କୋଟିପତିଙ୍କ ଘରେ କଳାକନା ବୁଲାଇଛି। ଲୁଟ୍ ଟଙ୍କାରେ ମଉଜ କରିବା ସହ ରୋମାଣ୍ଟିକ ଲାଇଫ ଷ୍ଟାଇଲ୍ ବିତାଉଥିଲା। ଚୋରି ଟଙ୍କାରେ କରୁଥିଲା ବିଦେଶ ଭ୍ରମଣ।
ତେବେ ଏଠି ପ୍ରଶ୍ନ ଉଠୁଛି, ତାରାଙ୍କ କଥାରେ କେତେ ସତ୍ୟତା ଅଛି? କିଟ୍ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ, IAS ବିଶାଳ ଦେବଙ୍କ ପତ୍ନୀ ଡାକ୍ତର ଶ୍ରୁତି ବିଶାଳ ଦେବ କିଡସରେ କାମ କରୁଛନ୍ତି ଡେଣ୍ଟିଷ୍ଟ ଭାବେ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କଲେ, କିଟ୍ ଘଟଣାରେ ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଉନାହିଁ ? ଆଇନ ମନ୍ତ୍ରୀ କହିଲେ, ତଦନ୍ତ ଚାଲିଛି । ଦୋଷୀ ଯେତେ ବଡ ଲୋକ ହେଲେ ବି ଆକ୍ସନ ହେବ । ବିଜେଡି ବିଧାୟକ କିଟ୍ ପାଇଁ ବାହାରି କହିଲେ, ବଦନାମ୍ କରାନଯାଉ ।
ଗତ ରବିବାର ସନ୍ଧ୍ୟାରେ କିଟ୍ ବିଶ୍ୱବିଦ୍ୟାଳୟରେ ପାଳିତ ହେଉଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ସେହି କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ କର୍ମଚାରୀ ଓ ଛାତ୍ରଛାତ୍ରୀ। କୋଳାହଳ ଭିତରେ ବି-ଟେକ୍ ଇଞ୍ଜିନିୟରିଂ ପଢ଼ୁଥିବା ନେପାଳ ଛାତ୍ରୀ ନିଜ ରୁମ୍ରେ ଝୁଲି ପଡ଼ିଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ରାଜ୍ୟ ସରକାର କାହିଁକି ଆଜି ପର୍ଯ୍ୟନ୍ତ କାହାକୁ ଗିରଫ କରିନାହାନ୍ତି? ସରକାରଙ୍କ ବହୁ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ପତ୍ନୀମାନେ ସେଠାରେ କାମ କରୁଛନ୍ତି। ତେଣୁ ସରକାରଙ୍କ ଉପରେ ଚାପ ଅଛି କି?
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାରେ ଚାଲିଛି ସିନ୍ ରିକ୍ରିଏସନ । ସ୍ପାଇଡର ସତୀଶକୁ ନେଇ ସିନ ରିକ୍ରିଏସନ କରୁଛି ସ୍ପେଶାଲ ସ୍କ୍ୱାଡ୍ ।
କିଟ୍ କର୍ତ୍ତୃପକ୍ଷଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର ଅସମ୍ବେଦନଶୀଳ ଓ ନିନ୍ଦନୀୟ। ସବୁ ସମସ୍ୟାର ସମାଧାନ ଥାଏ। ସମ୍ବେଦନତାର ସହ ଘଟଣାକୁ ସମ୍ଭାଳିବା ଆବଶ୍ୟକ ଥିଲା ବୋଲି ମନ୍ତ୍ରୀ କହିଛନ୍ତି ।
ଓଡ଼ିଶାରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଦଳକୁ ମଜଭୁତ୍ କରାଯିବ । ରାହୁଲ ଗାନ୍ଧୀଙ୍କ ଉକ୍ତି ହେଉଛି, ଡରୋ ମତ୍, ଲଢୋ । ଦୁର୍ନୀତି, ଭାଷ୍ଟାଚାର, ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ ଲଢେଇ ଜାରି ରହିବ। ତେଣୁ ଲଢେଇକୁ ଶାଣିତ କରାଯିବ ବୋଲି ସେ କହିଛନ୍ତି । ଏହା ହିଁ ହେବ କଂଗ୍ରେସର ଓଡ଼ିଶା ଫର୍ମୁଲା ।
ରାତି ୧୦ଟାରେ ଉଠିବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ଗତକାଲି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି।
ନେପାଳୀ ଛାତ୍ରୀ ମୃତ୍ୟୁ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ମାରପିଟ୍, ବହିଷ୍କାର ଘଟଣାର ତଦନ୍ତ ଆରମ୍ଭ କଲା ଉଚ୍ଚସ୍ତରୀୟ କମିଟି । କିଟ୍ କ୍ୟାମ୍ପସକୁ ଯାଇ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ପଚାରଉଚରା କଲା ।
ଗରମରୁ ମିଳିଲା ଆଶ୍ୱସ୍ତି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ୪ ଦିନ ଯାଏଁ ବର୍ଷା ହେବ । କିଛି ସ୍ଥାନରେ କୁଆପଥର ସହ ଘଡଘଡି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଭୁବନେଶ୍ବରରେ ଘରଟିଏ କରିବାକୁ ହେଲେ ପ୍ରଥମେ ଅନୁମୋଦନ ଆଣିବାକୁ ପଡେ। ତେବେ ଘର ତିଆରି ପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ନା ଭୁବନେଶ୍ବର ମହାନଗର ନିଗମ କିଏ ଅନୁମୋଦନ ଦେବ ଏହାକୁ ନେଇ ଦ୍ବନ୍ଦ୍ବରେ ସାଧାରଣ ଜନତା।
ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର କହିଛନ୍ତି କିଟ୍ରେ ଶିକ୍ଷା ନା ରେ ଟଙ୍କା ଲୁଟିବା ସହ ଛାତ୍ର ଛାତ୍ରୀଙ୍କୁ ଅତ୍ୟାଚାର କରାଯାଉଛି । କିଟ୍ ଯୋଗୁଁ ଏବେ ବିଶ୍ୱ ରେ ନିନ୍ଦିତ ହେଲାଣି ଓଡିଶା । ଗତ କିଛି ବର୍ଷରେ କିଟ୍ରେ ୧୦ ରୁ ୧୫ ଜଣ ଆତ୍ମହତ୍ୟା କଲେଣି ।
ଆମେ 5T ରେ ମଲୁ । ସେମାନେ ଓଡ଼ିଆ ଅସ୍ମିତାରେ ମରିବେ । ନ୍ୟାରେସନ କ୍ରିଏଟ୍ କରିଦେଲେ ଆମେ ଗାଧେଇଗଲୁ । ସେମାନେ ଓଡ଼ିଆ ଅସ୍ମିତାରେ ମରିବେ ବୋଲି କହିଛନ୍ତି ଅରୁଣ । ଆମେ ଏବେ ପ୍ରତି କଥାରେ ଓଡ଼ିଆ ଅସ୍ମିତା କଥା ଉଠେଇବୁ ।
ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଫୋରସାଇଟ୍-୨୦୨୫ରେ ଡବଲ ଇଞ୍ଜିନ ସରକାରର ସଂଜ୍ଞା ବୁଝାଇଲେ ଆଇନ ମନ୍ତ୍ରୀ ହରିଚନ୍ଦନ । ୯ ମାସରେ ଓଡ଼ିଶାକୁ କ'ଣ ମିଳିଛି କହି କାଉଣ୍ଟର କଲେ ବିଧାୟକ ଅରୁଣ ସାହୁ ଓ ସୋଫିଆ ଫିର୍ଦ୍ଦୋସ ।
ନେପାଳୀ ଛାତ୍ରଛାତ୍ରୀ ଭୟଭୀତ ଓ ଫେରାଇ ଆଣିବା ନେଇ ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଚାଲି ଯାଇଥିଲେ ଅଚ୍ୟୁତ ସାମନ୍ତ ।
ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସକାଳ ସାଢେ ୩ଟାରେ ଉଠନ୍ତି । ତା ପରେ କ'ଣ କ'ଣ କରନ୍ତି । କେଉଁ ମନ୍ତ୍ର ଥାଏ ତାଙ୍କ ମନରେ । ଦେଶର ନ୍ୟାୟପାଳିକାରେ କାହିଁକି ଲାଗୁ ହେବା ଦରକାର ଇଣ୍ଡିଆନ ଜୁଡିସିଆଲ ସର୍ଭିସ ବା IJS । ବିଚାରପତିମାନେ ଚାପରେ ରୁହନ୍ତି ନା ନାହିଁ, ସବୁ କଥା କହିଛନ୍ତି ଏହି କାର୍ଯ୍ୟକ୍ରମରେ ।
ଭୁବନେଶ୍ବର AIIMSରେ CBI ରେଡ୍ । ଏମ୍ସରେ ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ବଡ ଘୋଟାଲା ହୋଇଥିବା ଅଭିଯୋଗରେ ରେଡ୍ ଚାଲିଛି ।