• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar

CHSE
ଯୁକ୍ତ ଦୁଇ ଫିଜିକ୍ସ ପ୍ରଶ୍ନପତ୍ରରେ ତ୍ରୁଟି ମାନିଲା CHSE, ମିଳିପାରେ ଗ୍ରେସ୍‌ ମାର୍କ

ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ବୁଲେଇ ବଙ୍କେଇ ସ୍ୱୀକାର । ଚଏସ୍ ଡେଫିସିଟ୍ ଥିବା ପ୍ରଶ୍ନ ଆଟେଣ୍ଡ କରିଥିଲେ ମିଳିବ ଗ୍ରେସ୍ ମାର୍କ ।

Odisha Politics
ଆଗୁଆ ଟିକେଟ୍ କସରତରେ ମାତିଲେଣି ତିନି ଦଳ, ନବୀନ ନିବାସ ଆଗରେ ଆଶାୟୀଙ୍କ ଲମ୍ବା ଲାଇନ୍

ମାର୍ଚ୍ଚ ୧ ସୁଦ୍ଧା MP ଓ ୩ ସୁଦ୍ଧା MLA ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତିରେ ବିଜେପି । ଦିଲ୍ଲୀରେ ବସିଲା କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ।

Question Paper Leak
ମାଟ୍ରିକ ପରୀକ୍ଷାକୁ ଛାଡୁନି ଭାଇରାଲ୍ ଭୂତ, ଇଂରାଜୀ-ଗଣିତ ପ୍ରଶ୍ନପତ୍ର ବି ଲିକ୍‌ !

ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଘୂରି ବୁଲିଲା ଗଣିତ ପ୍ରଶ୍ନପତ୍ର । ଦୋଷୀଙ୍କୁ କଡ଼ା ଦଣ୍ଡ ପାଇଁ ପିଲା ଓ ଅଭିଭାବକଙ୍କ ଦାବି ।

Congress Protest
ବ୍ୟାରିକେଡ୍ ଡେଇଁଲେ, ନବୀନଙ୍କ ଉପରେ ବର୍ଷିଲେ; ରାଜଧାନୀ ଛାତିରେ ରଣହୁଙ୍କାର କଲା କଂଗ୍ରେସ

ଦିନ ପ୍ରାୟ ସାଢେ ୧୨ ଟା। କଂଗ୍ରେସ ଭବନରୁ ପିସିସି ସଭାପତି, ପ୍ରଭାରୀ, ବିଧାୟକ ତଥା ବରିଷ୍ଠ ନେତାଙ୍କ ନେତୃତ୍ୱରେ ଲୋକ ସେବା ଭବନ ଆଡକୁ ବଢିଥିଲା କଂଗ୍ରେସ ରାଲି। ଚାଷୀ ଆତ୍ମହତ୍ୟା, ବେକାରୀ, ମହିଳା ନିର୍ଯାତନା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ମୁଦ୍ଦା କରି ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ କଂଗ୍ରେସ୍ ଲୋକସେବା ଭବନ ଘେରାଉ ପାଇଁ ଡାକରା ଦେଇଥିଲା।

Dowry
ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ… ସୁନା ଚେନ୍ ଓ କାର୍ ନ ଆଣିବାରୁ ମାରିଦେଲେ!

ବିବାହ ପରଠାରୁ ଶାଶୂଘର ଲୋକ ଅଧିକ ଯୌତୁକ ଦାବି କରିଆସୁଥିଲେ। ଏଥିପାଇଁ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ବି ଦେଉଥିଲେ।

Odia entrepreneurs
ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା; ଉଦବେଗ୍ ପ୍ରକାଶ କଲା ଶିଳ୍ପସଂଘ

କେବଳ ଓଡ଼ିଆ ଉଦ୍ୟୋଗୀଙ୍କ ପ୍ରତି ରାଜ୍ୟ ସରକାର କରୁଥିବା ଅନ୍ୟାୟ ଓ ଅଣଦେଖାକୁ ଲୋକଲୋଚନକୁ ଆଣୁଛନ୍ତି । ରାଜ୍ୟ ସରକାର ବିଦେଶୀ ପୁଞ୍ଜିପତିଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେଇ ରାଜ୍ୟକୁ ଆଣୁଛନ୍ତି ।

BJD Politics
BJDକୁ ବିଦ୍ରୋହୀ ଅଡୁଆ; ପାର୍ଟି ପାଇଁ ସଙ୍ଗୀନ ରାଜଧାନୀ ସ୍ଥିତି, ଘାରିଛି ଦଳ ଡିଆଁ ଡର

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ପୋଖରୀପୁଟରେ ବିଶାଳ ମହିଳା ସମାବେଶ କରିଛନ୍ତି । ଯେଉଁଥିରେ ଭୁବନେଶ୍ୱର ମେୟର ଓ ମଧ୍ୟ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ ।

Debasish Nayak
ଯାଜପୁରରେ ବଢ଼ିଲା BJP ବଳ; ପଦ୍ମ ଧରିଲେ ଦେବାଶିଷ ନାୟକ

ନିର୍ବାଚନ ଯେତେ ପାଖଉଛି ଶଙ୍ଖ ଛାଡ଼ୁଛନ୍ତି ଅସନ୍ତୋଷ ନେତା । ଦେବାଶିଷ ଦଳ ବିରୋଧରେ ସେପରି କିଛି ଆପତ୍ତି ଜନକ ମନ୍ତବ୍ୟ ନଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫା BJD ଉପରେ ଭାରି ପଡ଼ିବ ବୋଲି କୁହାଯାଉଛି ।

Dharmendra Pradhan
ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ସମ୍ବଲପୁରରୁ ହେବେ କି ସାଂସଦ ପ୍ରାର୍ଥୀ ?

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟାଠାରେ ଆୟୋଜିତ ୩୧ ତମ ବିରାଟ ଧନୁଯାତ୍ରାର ଉଦଯାପନୀ ଦିବସରେ ଏଭଳି କହିଛନ୍ତି ରବି ନାରାୟଣ ନାୟକ ।

General election 2024
ଦୁର୍ବଳ ହେବ କି BJD ? ଦଳ ଛାଡ଼ିଲେ ଦେବାଶିଷ ନାୟକ

ଦେବାଶିଷ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ପତ୍ରରେ ସୁପ୍ରିମୋଙ୍କୁ ଦେବାଶିଷ ଧନ୍ୟବାଦ ଦେବା ସହ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ।

Khandagiri Yatra
ଖଣ୍ଡଗିରି ଯାତ୍ରାରେ ଡବଲ ଶୋ'କୁ ନେଇ ହଙ୍ଗାମା, ରାସ୍ତାକୁ ଓହ୍ଲାଇଲେ ବିଜେପି କର୍ପୋରେଟର

ଏବେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଯାତ୍ରାରେ ଡବଲ ଶୋ’ କିଭଳି ପରିସ୍ଥିତିରେ ହେଉଛି ଏଥିଲାଗି କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି କର୍ପୋରେଟର।

Apartment loot
କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା; ଲୁଟେରାଙ୍କୁ ଧରିବାକୁ ତାଗିଦ କଲେ ପୋଲିସ କମିଶନର୍

ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଆପାର୍ଟମେଣ୍ଟ ଲୁଟେରା । ୫ ମାସରେ ୮ ଆପାର୍ଟମେଣ୍ଟର ୧୭ଟି ଫ୍ଲାଟରୁ ଚୋରି । ଚୋରି କରିନେଲେଣି କୋଟି ଟଙ୍କାର ସଂପତ୍ତି । ଗତ ୨୦୨୩ ଅକ୍ଟୋବରରୁ ଆପାର୍ଟମେଣ୍ଟ ଚୋର ସକ୍ରିୟ ହୋଇଥିବା ବେଳେ, ଲୁଟି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଫ୍ଲାଟ ।

BMC Commissioner
ବିଏମ୍‌ସି କମିଶନର ପଦବୀରେ ବୁଲୁଛି ଖଣ୍ଡା, ବିବାଦରେ ପଡି ହଠାତ୍ ବଦଳୁଛନ୍ତି ଅଫିସର୍‌

ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା! ସକାଳେ ଗଣମାଧ୍ୟମକୁ ସୂଚନା ଦେଲେ ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଜି ହଠାତ୍ କୁଲାଙ୍ଗେଙ୍କୁ ବଦଳି କରିଦିଆଗଲା।

Fire Mockdrill
ନିଆଁ ଲାଗିଲେ କେମିତି ବର୍ତ୍ତିବେ, ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ମକଡ୍ରିଲ୍

ଅଗ୍ନିକାଣ୍ଡ ଘଟିଲେ କିଭଳି ମୁକାବିଲା ହେବ ଡେମୋ ପ୍ରଦର୍ଶନ । ଡେମୋ ପ୍ରଦର୍ଶନ କଲେ ଜି ଫୋର୍ ଏସ୍ ସିକ୍ୟୁରିଟି ଅଫିସର ।

Organ Donation
ଜୀବନ ଯିବା ପରେ ବଞ୍ଚିବେ ଦମୟନ୍ତୀ; ନିଜେ ଚାଲିଗଲେ, ଅନ୍ୟଙ୍କୁ ବଞ୍ଚାଇଦେଲେ

ମୃତ ଶରୀରରୁ ଅଙ୍ଗ ସଂଗ୍ରହ କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ପାଇଁ ଏହା ପ୍ରଥମ ଘଟଣା। ଏବେ ଅନ୍ୟଜଣଙ୍କ ଶରୀରେ ବଞ୍ଚିବେ ଦମୟନ୍ତୀ।

Khandagiri Mela
କମାଲ କରୁଛନ୍ତି ଖଣ୍ତଗିରି ବାବା; ଫୁଙ୍କି ଦେଲେ ଫୁ ମାରୁଛି ମାରାତ୍ମକ ରୋଗ !

ଯେଉଁଠି ଲୋକଙ୍କୁ ଚିକିତ୍ସା କରୁଛନ୍ତି କିଛି ବାବା, ସେଇଠି ବୈଦ୍ୟଙ୍କ ପାଖରେ ବି ଚିକିତ୍ସିତ ହେଉଛନ୍ତି ଆଉ କିଛି ସାଧୁ। ଭୁବନେଶ୍ୱର ଖଣ୍ଡଗିରି ମେଳାର ଗୋଟିଏ ବୋତଲ ମନ୍ତ୍ର ଫୁଙ୍କା ପାଣି ପିଇଦେଲେ, କୁଆଡ଼େ ଭଲ ହୋଇଯାଉଛି କ୍ୟାନ୍ସର ଓ ଡାଇବେଟିସ୍ ଭଳି ବେମାରୀ।

Odisha Politics
ଓପିନିୟନ୍ ପୋଲ୍ ୱାର୍ ! ଛାନିଆ ହେଉଛନ୍ତି ଦଳ, ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ଜନତା

ଏତେ ମାତ୍ରାର ଫରକକୁ ନେଇ ଦ୍ୱନ୍ଦ୍ୱରେ ମତଦାତା । ରାଜନୈତିକ ସମୀକ୍ଷକ କହିଲେ, ଭୋଟ୍ ପୂର୍ବରୁ ହଟଚମଟ ଚାଲ୍ ।

Kalia Scheme
‘କାଳିଆ’ ଅବଧି ବୃଦ୍ଧିକୁ ନେଇ ତେଜିଲା ରାଜନୀତି, ପୁଣି ନିର୍ବାଚନୀ ଥୋପ କହି ବର୍ଷିଲେ ବିରୋଧୀ

ଓଡ଼ିଶା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାଜନକ ତଥ୍ୟ । ଜାତୀୟ ପରିସଂଖ୍ୟାନ ସଂସ୍ଥା ରିପୋର୍ଟରେ ଚିନ୍ତାଜନକ ତଥ୍ୟ ।

Dr. Prabhas Acharya
'ସମାଜ'ର ନୂତନ ମୁଦ୍ରାକର ଓ ପ୍ରକାଶକ ଦାୟିତ୍ୱ ନେଲେ ଡ ପ୍ରଭାସ ଆଚାର୍ଯ୍ୟ

ସମାଜର ପାଠକୀୟ ବିଶ୍ୱସନୀୟତା ବଜାୟ ରଖିବା ତଥା ଉତ୍କଳମଣିଙ୍କ ଆଦର୍ଶକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ ବୋଲି ଡ ଆଚାର୍ଯ୍ୟ ମତ ପୋଷଣ କରିଛନ୍ତି।

Helpless Old Lady
ଭତ୍ତା ପାଇଁ ୭ ଘଣ୍ଟା ଅପେକ୍ଷା; ଶେଷରେ ୨ ଜଣ ବେହୋସ..

ବୟସରେ ଅପରାହ୍ନରେ ସେମାନେ, ଦୁଇରେ ଛଅ ସାତ ଘଣ୍ଟା ଲେଖାଏଁ ଛିଡ଼ା ହୋଇ ଅପେକ୍ଷା କରିବାକୁ ପଡୁଛି ଭତ୍ତା ପାଇଁ।

BMC
BMC ର କଡ଼ା ଚେତାବନୀ; କାନ୍ଥବାଡ଼ରୁ ଲିଭାଯିବ ଦଳୀୟ ପୋଷ୍ଟର ବ୍ୟାନର

ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦଳୀୟ ପ୍ରଚାର ପାଇଁ ଯେଉଁ ସବୁ ପୋଷ୍ଟର ବ୍ୟାନର ଲାଗିଛି, ତାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।

Driver
ଚାକିରିରୁ ବାହାର କରିଦେଲେ ମାଲିକ; ଘରେ ପଶି କାର୍‌-ବାଇକ୍‌ ଜାଳିଦେଲା ଡ୍ରାଇଭର

କୁହାଯାଉଛି କି, ପ୍ରତିଶୋଧ ପରାୟଣ ହୋଇ ଘରେ ପଶି କାର ଏବଂ ବାଇକ୍ ଜାଳିଦେଇଛି ଡ୍ରାଇଭର । ଭୁବନେଶ୍ୱର ଖଣ୍ଡଗିରିରୁ ଏଭଳି ଅଭିଯୋଗ ଆସିଥିବାବେଳେ ଡ୍ରାଇଭରର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି ।

Odisha Weather
କଲବଲ କଲାଣି ଖରା; ହିଟୱେଭ୍ ନେଇ ଆଗୁଆ ସତର୍କ କରାଇଲେ SRC

ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ଅଞ୍ଚଳରେ ତାତି ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗତକାଲି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା ।

Ragging
ରାଜଧାନୀରେ ରାଗିଂ ବ୍ୟାଧି ! ଆଇନ୍ ଛାତ୍ରୀଙ୍କୁ ହଷ୍ଟେଲରେ ମାଡ଼ ସହ ନିର୍ଯାତନା

ହଷ୍ଟେଲରେ ଘଟିଥିବା ଏ ଘଟଣାକୁ ନେଇ ଛାତ୍ରୀ ଜଣକ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ପାଇ ନଥିବାରୁ ପରିବାର ସହ ଏନେଇ ଭରତପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Odisha Weather
ଆଜିଠୁ ତାତିରୁ ମିଳିପାରେ ଆଶ୍ୱସ୍ତି; ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ବିଶେଷ କରି କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ବୌଦ୍ଧ, ଗଞ୍ଜାମ, କନ୍ଧମାଳ ଓ ପୁରୀରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।