ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଗତ ୧୨ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଉଦଯାପିତ ହୋଇଛି।ଚଳିତ ବର୍ଷ ଆଦିବାସୀ ମେଳାରେ ୮ କୋଟି ୫୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବେପାର ହୋଇଛି। ପ୍ରବାସୀ ଭାରତୀୟ ଦିବସକୁ ଦୃଷ୍ଟିରେ ରଖି ଆଦିବାସୀ ମେଳା ଜାନୁଆରୀ ୫ ରୁ ୧୬ ପର୍ଯ୍ୟନ୍ତ ରଖାଯାଇଥିଲା।