ବିଜେଡିର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତି ଆଉ ନାହାନ୍ତି ।
କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ବିଧାନସଭାରେ ଦାବି କରିଛନ୍ତି ବିଜେଡି ବିଧାୟକ ସନା ମହାକୁଡ଼।
ପୁଣି ବଦ୍ରିଙ୍କ ବିସ୍ଫୋରଣ। ଆମଦାନୀ ନେତା ହିଁ ବିଜେଡି ପରାଜୟର କାରଣ! ମହଙ୍ଗା ପଡିଲା ନିଜ ଦଳର ଆଶାୟୀଙ୍କୁ ଟିକେଟ୍ ନଦେବା। ଆଜି ଏଭଳି ବୟାନ ରଖି ପୁଣିଥରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଦଳର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର।
ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବୟାନକୁ ନେଇ ସରଗରମ ହୋଇଛି ରାଜନୀତି । କହିଲେ- ଅତୀତରେ ଆମ ଦଳ ଭୁଲ କରିଛି । ବିଜେପିରେ ଟିକେଟ ପାଇଥିବା କିଛି ପାର୍ଥିଙ୍କୁ ଆଣିକି ଆମ ଦଳରେ ମିଶାଇଲେ । ବର୍ତ୍ତମାନ ବିଜେପି ସାଂସଦ ମାନଙ୍କୁ ନେଇଯାଉଛନ୍ତି ।
ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ପାନୀୟ ଜଳ ପ୍ରକଳ୍ପକୁ ନେଇ ପ୍ରଶ୍ନ କାଳରେ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ପାନୀୟଜଳ କଷ୍ଟ ପାଇଁ ଆକ୍ରୋଶର ଶିକାର ହୋଇ ନିର୍ବାଚନ ହାରିଛନ୍ତି ବିଧାୟକ ।
ଯେଉଁମାନେ ଦଳର ପୂର୍ବରୁ ନେତୃତ୍ବ ନେଉଥିଲେ ଏବଂ ଏବେ ମଧ୍ୟ ନେଉଛନ୍ତି ସେମାନେ ତାଙ୍କ ବନ୍ଧୁବାନ୍ଧବଙ୍କୁ ଲଗେଇ କୋଟି କୋଟି ଟଙ୍କା କଳାଧନ ଖର୍ଚ୍ଚ କରିଥିଲେ। କେବଳ ପ୍ରଭାତ ବିଶ୍ବାଳଙ୍କୁ ତଳକୁ ଖସେଇବା ପାଇଁ।
ଆସନ୍ତା ୨୫ ତାରିଖରେ ଶଙ୍ଖ ଭବନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ।
ଟିକେଟ୍ କଟିବା ପରେ ସମୀର ଦାଶଙ୍କ ମେଳି । ସମୀର ଦାଶଙ୍କ ଟିକେଟ୍ କଟିବା ପରେ ଏକାଠି ହେଲେ ସମର୍ଥକ । ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଲେ ବାର୍ତ୍ତା ।
ତେବେ ବିଜେଡିରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡ଼ା। ସେ ଆଗାମୀ ନିର୍ବାଚନ ନିଶ୍ଚିତ ଲଢ଼ିବି ବୋଲି କହିଛନ୍ତି।
ଦିନସାରା ଜେରା, ରାତି ତମାମ୍ ଜେରା । ୧୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ । ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ରାତିସାରା ଘାଣ୍ଟିଲା ଇଡି । ୧୮ ଘଣ୍ଟାର ଜେରା ପରେ ଭୋର ସାଢ଼େ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ପ୍ରୟାସକାନ୍ତି ।
ଗତ ୧୫ ତାରିଖରେ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ କରିଥିଲା।
କଥା କଟାକଟିରୁ ଉପୁଜିଥିଲା ମୁହାଁମୁହିଁ ପରିସ୍ଥିତି। ପୂର୍ବତନ ସରପଞ୍ଚ ସାଗରିକା ସେଠୀ ୱାର୍ଡସଭ୍ୟ ଗୌରାଙ୍ଗକୁ ଚପଲରେ ପିଟିଥିଲେ। ପୂର୍ବତନ ସରପଞ୍ଚ ଏବଂ ୱାର୍ଡସଭ୍ୟ ଉଭୟ ମରାମରି ହୋଇଥିଲେ।
ସେ ଥିଲେ ରାଜ୍ ପରିବାରର ଦାୟାଦ । ହେଲେ ରାଜନୀତିରେ ରହି ବି କେବେ ରଖି ନଥିଲେ ପଦ ଆଉ କ୍ଷମତାର ମୋହ । ଖଲ୍ଲିକୋଟର ରାଣୀ ଭାବେ ସମ୍ମାନ ଆଉ ସ୍ୱାଭିମାନର ଟେକ ରଖିଥିଲେ ବର୍ଷିୟାନ ରାଜନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ ।
ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରେମାନନ୍ଦ।
ବିଧାୟକଙ୍କ ଆଗରେ ଖଣ୍ଡଯୁଦ୍ଧ.. ବିଜେଡ଼ିର ସାଂଗଠନିକ ବୈଠକରେ ତୁମୁଳକାଣ୍ଡ, କୁଚିଣ୍ଡା ବିଧାୟକ କିଶୋର ନାୟକଙ୍କ ଆଗରେ ଗଣ୍ଡଗୋଳ...ବିଧାୟକଙ୍କ ବିରୋଧରେ ଗର୍ଜିଲେ ଗୋଟିଏ ଗୋଷ୍ଠୀ, ପରିସ୍ଥିତି ଅଣାୟତ୍ତ ପରେ ତେଜିଲା ଉତ୍ତେଜନା...
5T ସଚିବଙ୍କୁ ସୌମ୍ୟରଂଜନଙ୍କ ଘନଘନ ଆକ୍ରମଣ । ପାଣ୍ଡିଆନଙ୍କ ଗୋଟିଏ ପଟେ ଗୋଟିଏ ଗୁମର ଖୋଲୁଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । 5T ସଚିବଙ୍କ ଗସ୍ତ ଖର୍ଚ୍ଚ, ଚନ୍ଦ୍ରୟାନ ଖର୍ଚ୍ଚ ସହ ସମାନ ହେବ ବୋଲି ସାଂଘାତିକ ଅଭିଯୋଗ ।
ଜିତିବାକୁ ୪ ବର୍ଷ ପୂରିଲାଣି....ସିଏ ପୁଣି ଶାସକ ଦଳରୁ । ହେଲେ ଏଯାଏଁ ନିଜ ପଞ୍ଚାୟତକୁ କରିପାରିଲେନି ଖଣ୍ଡେ ରାସ୍ତା । ପୋଲ ନଥିବାରୁ ସ୍କୁଲ ଯାଇପାରୁନାହାନ୍ତି ପିଲା...ପାଠ ପଢାରେ ବନ୍ଧା ହେଲାଣି ଡୋରି । ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ।
ଜିତିବାକୁ ୪ ବର୍ଷ ପୂରିଲାଣି....ସିଏ ପୁଣି ଶାସକ ଦଳରୁ । ହେଲେ ଏଯାଏଁ ନିଜ ପଞ୍ଚାୟତକୁ କରିପାରିଲେନି ଖଣ୍ଡେ ରାସ୍ତା । ପୋଲ ନଥିବାରୁ ସ୍କୁଲ ଯାଇପାରୁନାହାନ୍ତି ପିଲା...ପାଠ ପଢାରେ ବନ୍ଧା ହେଲାଣି ଡୋରି । ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ
ADR ବିଶ୍ଳେଷଣ କରିଥିବା ଶାସକ ବିଜେଡିର ୧୧୩ ଜଣ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ୩୨ ଜଣଙ୍କ ନାଁରେ ଅଛି ଗୁରୁତର ଅପରାଧ ମାମଲା।
ବିଜେଡିରେ ଥାଇ ଜାନକୀଙ୍କ ସରକାରଙ୍କୁ ସୌମ୍ୟଙ୍କ ପ୍ରଂଶସା । କହିଲେ ସେତେବେଳେ ଅଫିସରଙ୍କୁ ଉଠବସ୍ କରାଉଥିଲେ ମନ୍ତ୍ରୀ, ହେଲେ ଏବେ ଚାକିରି ବଞ୍ଚାଇବାକୁ ଅଧିଆ ପଡୁଛନ୍ତି । ରାଜନୀତି ସମୀକ୍ଷକଙ୍କ ମତ ଉଭୟ ସରକାରଙ୍କୁ ଅତି ପାଖରୁ ଦେଖିଛନ୍ତି ସୌମ୍ୟ
ଆଜି ସକାଳେ ପ୍ରଥମେ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଥିଲା । ଆଉ ଅପରାହ୍ନରେ ହୋଇଥିଲା ବାହାଘର । ଯାହାକୁ ନେଇ ବେଶ୍ ଖୁସି ତାଙ୍କ ସମର୍ଥକ । ଉଭୟ ଦିବ୍ୟଶଙ୍କର ଏବଂ ପ୍ରିୟଙ୍କାଙ୍କ ଏ ହେଉଛି ଦ୍ୱିତୀୟ ବିବାଦ । ନିଜ ନିଜର ପ୍ରଥମ ବୈବାହିକ ଜୀବନରେ କୌଣସି କାରଣକୁ ନେଇ ବିବାଦ ଉଠିଥିଲା ।
କେବଳ ସୌମ୍ୟ ନୁହଁନ୍ତି ବିଜେଡିର ପୂର୍ବତନ ବରି ବିଧାୟକ ଦେବାଶିଷ ନାୟକ ବି କିଛି ଦିନ ତଳେ ଏବେର ମୁଖ୍ୟମନ୍ତ୍ରୀ ଓ ୧୯୯୭ର ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନେକ ଫରକ ଥିବା କହି ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଥିଲେ । ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିବା ସହ ବିଜେଡିରେ ଯେ ଏବେ ସବୁ କିଛି ଠିକ୍ ନାହିଁ ତା ସାମନାକୁ ଆସିଲାଣି ।
ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କନେଷ୍ଟବଲ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଇନ ସମାନ। ହେଲେ ଆଜି କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭେଟ ହେବା ସମ୍ଭବ ହେଉନି।