Advertisment

Cyber Fraud: ୪କୋଟିର ସାଇବର ଠକେଇ, ବନ୍ଧା ହେଲେ ୭

କଟକର ବ୍ୟବସାୟୀଙ୍କୁ ସେୟାର ମାର୍କେଟରେ ପୁଞ୍ଜି ନିବେଶ ପାଇଁ ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ସାମିଲ କରି ଠକେଇ କରିଥିଲେ। ରାମ ଇନଭେଷ୍ଟମେଣ୍ଟ ଏକାଡେମୀ ଗ୍ରୁପ୍‌ରେ ସାମିଲ ହେଵା ପରେ ପୁଞ୍ଜି ନିବେଶ ପାଇଁ ଟିପ୍ସ ଦିଆଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Crime

ଲୋଭ ଦେଖାଇ ବୈଜ୍ଞାନିକ ଓ ବ୍ୟବସାୟୀଙ୍କୁ ଚୂନ ଲଗାଇଥିଲେ। ୪ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲେ। ଏହି ମାମଲାରେ ପୂର୍ବରୁ ୫ ଜଣ ବନ୍ଧା ହୋଇଥିବା ବେଳେ ଏବେ ଆଉ ଦୁଇ ଜଣଙ୍କୁ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ବାନ୍ଧିଛି କ୍ରାଇମ ବ୍ରାଞ୍ଚ।

Advertisment

ଭୁବନେଶ୍ୱରରେ ଜଣେ ବୈଜ୍ଞାନିକଙ୍କ ଆଧାର ନମ୍ୱର ଓ ତାଙ୍କ ନାଁ ବ୍ୟବହାର କରି ଜାପାନକୁ କୋରିଅର ପଠାଯାଇଥିବା ନେଇ ଅଜ୍ଞାତ କଲ ଆସିଥିଲା। ସେହି କୋରିଅରରେ ୫ଟି ପାସପୋର୍ଟ, ୩ଟି କ୍ରେଡିଟ୍‌ କାର୍ଡ, ୨୦୦ ଗ୍ରାମ୍‌ ବେଆଇନ ଡ୍ରଗ୍ସ, ୪ କେଜି ଲୁଗାପଟା, ଲାପଟପ୍‌ ଓ ୩୫ ହଜାର ଟଙ୍କା ଥିଲା ବୋଲି କୁହାଯାଇଥିଲା। ଏଥିସହ ଧମକ ଦିଆଯାଇଥିଲା। ସମ୍ପୃକ୍ତ କୋରିଅରଟିକୁ କଷ୍ଟମ୍ସ ବିଭାଗ ଜବତ କରି ନାରକୋଟିକ୍ସ ବିଭାଗରେ ଏତଲା ଦେଇଛି। ଏଥିପାଇଁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସହ ଯୋଗାଯୋଗ କରିବାକୁ ଅଜ୍ଞାତ ବ୍ୟକ୍ତି ଜଣକ କହିଥିଲା।

ଅଜ୍ଞାତ ବ୍ୟକ୍ତି ଜଣକ ଫୋନ୍‌ କାଟିବା ପରେ ବୈଜ୍ଞାନିକଙ୍କ ମୋବାଇଲକୁ ଇଣ୍ଟରନେସନାଲ ନମ୍ୱରରୁ ଏକ କଲ ଆସିଥିଲା। ଏହାର କିଛି ସମୟ ପରେ ଭିଡିଓ କଲରେ ତାଙ୍କ ସହିତ ଯୋଗାଯୋଗ କରାଯାଇ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଅଧିକାରୀଙ୍କ ସହ କଥା କରାଇଥିଲା ସାଇବର ଠକ। ଏହାପରେ ତାଙ୍କୁ ତଦନ୍ତ ଶେଷ ହେଵା ପର୍ଯ୍ୟନ୍ତ ଡିଜିଟାଲ ଆରେଷ୍ଟ କରାଯାଇଛି ବୋଲି କୁହାଯାଇଥିଲା। ଏମିତି ୩ଟି ପର୍ଯ୍ୟାୟରେ ବୈଜ୍ଞାନିକଙ୍କ ଆକାଉଣ୍ଟରୁ କୋଟିଏ ୬ ଲକ୍ଷ ୮୨ ହଜାର ଟଙ୍କା ଟ୍ରାନ୍ସଫର କରାଇ ନେଇଥିଲେ ସାଇବର ଠକ। ପରବର୍ତ୍ତୀ ସମୟରେ ବୈଜ୍ଞାନିକ ଜାଣିବାକୁ ପାଇଥିଲେ ଯେ ସେ ଠକାମୀରେ ଶିକାର ହୋଇଛନ୍ତି। ତେଣୁ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହେଲେ ମମତା କୁଲ୍‌କର୍ଣ୍ଣି

ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୋଲିସ୍‌ ଏକ ମାମଲା ରୁଜୁ କରି ସାଇବର ଠକଙ୍କ କୁଣ୍ଡଳି ଖୋଜିବା ଆରମ୍ଭ କରିଥିଲା। ତଦନ୍ତ ବେଳେ ମଧ୍ୟପ୍ରଦେଶର ଲିଙ୍କ ମିଳିଥିଲା। ଏହା ପରେ କ୍ରାଇମବ୍ରାଞ୍ଚ ଉଜ୍ଜୟିନୀରୁ ଅଭିଯୁକ୍ତ ସଚିନ କୋଲାଣକୁ ଗିରଫ କରିଥିଲା।

ଠିକ୍ ସେମିତି କଟକର ବ୍ୟବସାୟୀଙ୍କୁ ସେୟାର ମାର୍କେଟରେ ପୁଞ୍ଜି ନିବେଶ ପାଇଁ ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ସାମିଲ କରି ଠକେଇ କରିଥିଲେ। ରାମ ଇନଭେଷ୍ଟମେଣ୍ଟ ଏକାଡେମୀ ଗ୍ରୁପ୍‌ରେ ସାମିଲ ହେଵା ପରେ ପୁଞ୍ଜି ନିବେଶ ପାଇ ଟିପ୍ସ ଦିଆଯାଇଥିଲା। ଏଥିରେ ଇନ୍‌ଭେଷ୍ଟ କଲେ ଅଧିକ ଲାଭ ମିଳିବ ବୋଲି ଲୋଭ ଦେଖାଯାଇଥିଲା। ସେୟାର ଗୁଡିକୁ କିଣିବା ପାଇଁ ଟେକଷ୍ଟାର ପ୍ରୋ ନାମକ ପ୍ରିଭିଲେଜ୍‌ରେ ଆକାଉଣ୍ଟ ଖୋଲିବା ପାଇଁ ବ୍ୟବସାୟୀଙ୍କୁ ଠକମାନେ କହିଥିଲେ। ଏଥିସହ ଥାର୍ଡ ପାର୍ଟି ଆକାଉଣ୍ଟରେ ପଇସା ଜମା କରିବାକୁ ପରାମର୍ଶ ଦେଇଥିଲେ। ବ୍ୟବସାୟୀ ଜଣକ ଲୋଭରେ ପଡ଼ି ମୋଟ୍‌ ୨ କୋଟି ୫୮ ଲକ୍ଷ ୬୦ ହଜାର ଟଙ୍କା ଜମା କରିଥିଲେ। ଏହା ପରେ ସେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ସାଇବର ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି କ୍ରାଇମ ବ୍ରାଞ୍ଚ ପକ୍ଷରୁ ମନି ଟ୍ରେଲ୍‌ ଆଧାରରେ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଅନ୍ୟତମ ଅଭିଯୁକ୍ତ ସମୀର ଅଲ୍ଲୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଠକେଇ ମାମଲାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଆଉ ୨ ଜଣଙ୍କୁ ବାନ୍ଧିଛି।

ଅଧିକ ପଢ଼ନ୍ତୁ: ବ୍ୟାଙ୍କ କର୍ମଚାରୀ ବେଶରେ ଆସିଲେ, ଟଙ୍କା ସହ ତାଡ଼ିନେଲେ ATM

Bhubaneswar Cuttack Cyber Crime Cyber Fraud
Advertisment
Advertisment