Advertisment

Baikuntha ‌‌Dham Ashram: ମାଟିରେ ମିଶିବ ବୈକୁଣ୍ଠ ଆଶ୍ରମ, ଖାଲି କରିବାକୁ ବିଡିଏର ନିର୍ଦ୍ଦେଶ

ଖଣ୍ଡଗିରିର ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମରେ ବୁଲିବ ବୁଲଡୋଜର। ଆଜି ଦିନ ୧୨ଟା ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି BDA। ଏନେଇ ମାଇକ୍ ଯୋଗେ ପ୍ରଚାର କରି ବୈକୁଣ୍ଠ ଆଶ୍ରମ ଖାଲି କରିବାକୁ କୁହାଯାଇଛି।

author-image
Saroj Kumar Jena
baikuntha ashram

baikuntha ashram

ଆଜି ଭାଙ୍ଗିବ ବୈକୁଣ୍ଠ ଆଶ୍ରମ। ଭୁବନେଶ୍ବରର ଖଣ୍ଡଗିରିର ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମରେ ବୁଲିବ ବୁଲଡୋଜର। ଆଜି ଦିନ ୧୨ଟା ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି BDA। ଏନେଇ ମାଇକ୍ ଯୋଗେ ପ୍ରଚାର କରି ବୈକୁଣ୍ଠ ଆଶ୍ରମ ଖାଲି କରିବାକୁ କୁହାଯାଇଛି। ହାଇକୋର୍ଟଙ୍କୁ ମିଥ୍ୟା ରିପୋର୍ଟ ଦେଇ ବିଭ୍ରାନ୍ତ କରିଥିଲେ କର୍ତ୍ତୃପକ୍ଷ। ନିକଟରେ ହାଇକୋର୍ଟ ଦେଇଥିବା ରହିତାଦେଶ ଉଠାଇ ଦେଇଥିଲେ।

Advertisment

ଏହାପରେ ବିଡିଏ ପକ୍ଷରୁ ବସିଥିଲା ବୈଠକ। ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମନିଟରିଂ କମିଟି ପକ୍ଷରୁ ବସିଥିବା ଏହି ବୈଠକରେ ସାଧାରଣ ପ୍ରଶାସନ, ବିଏମସି ଓ ପୋଲିସ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ବୈକୁଣ୍ଠଧାମ ଆଶ୍ରମ ପାଇଁ ଅଡୁଆ ବଢିଲା । ଜବରଦଖଲ ଉଛେଦ ଉପରେ ଥିବା ଅଙ୍କୁଶକୁ ହଟାଇ ଦେଇଥିଲେ ହାଇକୋର୍ଟ । ସୂଚନା ଅନୁସାରେ ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଗତ ନଭେମ୍ବର ୨୧ରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ ।

ସମ୍ପୃକ୍ତ ଜମି ଉପରେ ବୈକୁଣ୍ଠ ଧାମ ଟ୍ରଷ୍ଟ ପକ୍ଷରୁ ଯୋଗ ଶିକ୍ଷା ଦିଆଯାଉଛି । ସେହି ଜମିକୁ ଟ୍ରଷ୍ଟକୁ ହସ୍ତାନ୍ତର କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ସୁପାରିଶ କରାଯାଇଛି ବୋଲି ଆବେଦନକାରୀ ହାଇକୋର୍ଟରେ ଦର୍ଶାଇଥିଲେ । ତେବେ ଆଶ୍ରମ ପକ୍ଷରୁ ଦାଖଲ ହୋଇଥିବା ଅନୁମତି ପତ୍ର ନକଲି ଥିଲା। ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପରେ କୋର୍ଟ ନିଜ ଅନ୍ତରୀଣ ନିର୍ଦ୍ଦେଶକୁ ହଟାଇ ଦେଇଛନ୍ତି। ଗୁରୁବାର ଆଶ୍ରମ ଭଙ୍ଗାଯିବା ପାଇଁ ସୂଚନା ଦିଆଯାଇଥିବା ବେଳେ ଶୁକ୍ରବାର ୧୨ଟା ସୁଦ୍ଧା ସମସ୍ତ ଅନ୍ତେବାସୀ ଆଶ୍ରମ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ହେବ କି ୨୦୩୬ ଅଲିମ୍ପିକ୍ସ ହକି ? ବିଶ୍ବ କ୍ରୀଡ଼ା ମହାକୁମ୍ଭ ପାଇଁ ଭାରତର ବିଡ୍ ପରେ ଚର୍ଚ୍ଚା

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହେଉଛି ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମିରେ ତିଆରି ହୋଇଥିଲା । ଜିଏ ବିଭାଗ ପକ୍ଷରୁ ମାପଚୁପ ପରେ ଏହା ସ୍ପଷ୍ଟ ହୋଇଥିବା କହିଥିଲେ ସହକାରୀ ନିର୍ଦ୍ଦେଶକ । ୧୪୦ ଡିସିମିଲ୍ ସରକାରୀ ଜମିରେ ଅବସ୍ଥିତ ଅଛି ଆଶ୍ରମ । ତେବେ ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଏ ବିଭାଗର ସହକାରୀ ନିର୍ଦ୍ଦେଶକ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି, ୧୦ ମିଟର ବି ଦେଖାଯାଉନି ରାସ୍ତା

Bhubaneswar Odisha
Advertisment
Advertisment