• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Balangir

Lady Teacher Missing Probe
ମହାଲିଙ୍ଗର ମହାପାପର ମହାଖୁଲାସା ! ୧୦ ଫୁଟ୍‌ ତଳେ ମୃତଦେହ ଥିବା ପୋଲିସ ଜାଣିଲା କେମିତି?

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାର ମହାଖୁଲାସା ହୋଇଛି। ୧୨ ଦିନ ଧରି ଜାରି ଛକାପଞ୍ଝା ଏବଂ ତନାଘନା ଭିତରେ ଶେଷରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ସୁନା ଚେନ୍ ସହ ପାଉଁଜି ଜବତ କରିଛି ପୋଲିସ

‘MOST WANTED’ Gobinda Sahu nabbed
ଆଖୁ କିଆରିରୁ ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ

ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ । ବଙ୍ଗମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁରୁ ଧରାପଡ଼ିଲା ଗୋବିନ୍ଦ ସାହୁ । ଏକ ଆଖୁବାଡ଼ିରେ ଲୁଚି ରହିଥିଲା ବେଳେ ଧରିଲା ପୋଲିସ। ବର୍ତ୍ତମାନ ସମୟରେ ଗୋବିନ୍ଦଙ୍କୁ ଗିରଫ କରିଛି ପୋଲିସ ।ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ। ଚକମା ଦେଇ ପୋଲିସ ହାତରୁ ଖସିପଳାଇଥିଲା।

Mamita
ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର !

ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର ମହାଲିଙ୍ଗର ବୋଲି ସୂଚନା ମିଳିଛି। ନିର୍ମାଣାଧୀନ ଷ୍ଟାଡିୟମରୁ ମୃତଦେହ ମିଳିବା ଘଟଣାପରେ ଥମିବାରେ ନା ନେଉନାହିଁ ଚର୍ଚ୍ଚା। ମୃତଦେହ ସହ ମାଟିତଳୁ ମିଳିଥିବା ଜିନିଷ ମମିତାଙ୍କର ବୋଲି ଚିହ୍ନଟ କରିଛନ୍ତି ପରିବାର ଲୋକେ

SALUJA
ମମିତା ମେହେର ନିଖୋଜ ଘଟଣା: ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଓ କଳାହାଣ୍ଡି ମହାଲିଙ୍ଗ ଷ୍ଟାଡିୟମରୁ ଏକ ଦଗ୍ଧ ମୃତଦେହ ମିଳିବା ପରେ ଜୋର ଧରିଲା ରାଜନୀତି। ପୂରା ଘଟଣାର CBI ତଦନ୍ତ ଦାବି କଲା କଂଗ୍ରେସ। ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲରେ ଦେହ ବ୍ୟବସାୟ ହେଉଥିବା ନେଇ ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି

Lady Teacher Missing Case
ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ: ସିଲ୍‌ ହେଲା ଷ୍ଟାଡିୟମ

ଫେରାର ଅଭିଯୁକ୍ତ ତଥା ମହାଲିଙ୍ଗ୍ ସନସାଇନ୍ ଇଂଲିଶ ମିଡିୟମ୍ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ଫୋନକଲ୍ ରେକର୍ଡକୁ ନେଇ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅପହୃତ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର ପାଇଁ ଜଣେ ସମ୍ପର୍କୀୟଙ୍କୁ କହୁଥିବା ଶୁଣିବାକୁ ମିଳିଛି।

Missing Lady Teacher Case
ଶିକ୍ଷୟିତ୍ରୀ ନିଖୋଜ ଘଟଣା: ପୋଲିସ୍ ହେପାଜତରୁ ସ୍କୁଲ୍‌ ପରିଚାଳନା କମିଟି ସଭାପତି ଚମ୍ପଟ

ବହୁ ଚର୍ଚ୍ଚିତ ବଲାଙ୍ଗିର ମହାଲିଙ୍ଗର ସ୍କୁଲ୍‌ ଅଧ୍ୟକ୍ଷା ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ୍‌ ହେପାଜତରୁ ଚମ୍ପଟ ମାରିଛନ୍ତି। ହାତ ଧୋଇବାକୁ ଯିବାକୁ କହି ପୋଲିସ୍ ବ୍ୟାରେକ୍‌ ସେ ଖସି ଯାଇଛନ୍ତି।

Lady Teacher Missing
ଶିକ୍ଷୟିତ୍ରୀ ନିଖୋଜ, ଫୋନ୍‌ ସ୍ୱିଚ୍‌ ଅଫ୍‌

କୁଆଡ଼େ ଗଲେ ଶିକ୍ଷୟିତ୍ରୀ ? ଫୋନ୍ ସ୍ୱିଚ୍‌ ଅଫ୍ ଆସିଥିଲା ଓ ଯୋଗାଯୋଗ ହୋଇ ନପାରିବାରୁ ପରିବାର ଲୋକ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ମମିତାଙ୍କ ସମ୍ପର୍କରେ କୌଣସି ଖବର ମିଳିପାରି ନାହିଁ।

hanging death
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚାଞ୍ଚଲ୍ୟ : ତୃତୀୟ ବର୍ଷ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଲେଡିଜ ହଷ୍ଟେଲ ଝରକାରେ ଛାତ୍ରୀ ଜଣକ ଝୁଲିପଡିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚିବା ପରେ ଛାତ୍ରୀଙ୍କୁ ତଳକୁ ଅଣାଯାଇଥିଲା ।

Naveen Patnaik
ବଲାଙ୍ଗିର ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ଟିଟିଲାଗଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ ଶୁଭାରମ୍ଭ କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Covid situation in Odisha
ତଳମୁହାଁ କରୋନା ଗ୍ରାଫ; ଦୈନିକ ଆକ୍ରାନ୍ତଙ୍କ ସଖ୍ୟା ୫୦୦ ତଳକୁ ଖସିଲା

ରାଜ୍ୟରେ ଦୀର୍ଘ ଦିନ ପରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆହୁରି ଆଶ୍ୱସ୍ତିର ଖବର ଯେ, ୧୮ ବର୍ଷରୁ କମ୍‌ ବୟସର ୫୭ ଜଣ ଚିହ୍ନଟ ହୋଇଛନ୍ତି।

Nuakhai in western Odisha
ଆଜି ନୂଆଁଖାଇ; ନବାନ୍ନ ଲାଗି ପାଇଁ ମାହେନ୍ଦ୍ର ବେଳାକୁ ଅପେକ୍ଷା

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ  । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ।  ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏହାପରେ ଘରେ ଘରେ ନୂଆ ଖାଇବେ । ସମସ୍ତେ ଯିଏ ଯେଉଁଠି ଥିଲେ ବି ସମସ୍ତେ ଘରେ ପହଞ୍ଚି ସାରିଛନ୍ତି  ପିଠା ମିଠା ସାଙ୍ଗକୁ ଘରେ ଘରେ କୁଣିଆଙ୍କ ଜମିିଛି ଭିଡ ।

BJP Team At Balangir
ମରୁଡ଼ିର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡ ଜିରୋରେ BJP

ରାଜ୍ୟରେ ବର୍ଷା ଅଭାବ । ଜମି ଫାଟି ଆଁ କଲାଣି । ଚାଷୀ ମୁଣ୍ଡରେ ହାତ ଦେଲେଣି । ମରୁଡ଼ି ଭୟରେ ଚାଷୀଙ୍କ ଆଖିରୁ ଲୁହ ଶୁଖୁନି । ସେପଟେ ଏମିତି ବି ଖବର ରହିଛି ଚାଷୀ ଚାଷରେ କ୍ଷତି ଯୋଗୁଁ ଜୀବନ ହାରିଲେଣି ।

farmer Suicide
ନିଅଣ୍ଟିଆ ବର୍ଷା ଦାଉରେ ମାଟି ଫାଟି ଆଁ, ଚାଷୀର ଭାତହାଣ୍ଡି ଶୁଖିଲା ପଡ଼ିଛି

ନିଅଣ୍ଟିଆ ବର୍ଷା ଦାଉରେ ମାଟି ଫାଟି ଆଁ । ଚାଷୀର ଭାତହାଣ୍ଡି ଆଜି ଶୁଖିଲା ପଡ଼ିଛି । କେଉଁଠି ଧାନଗଛ ହଳଦିଆ ପଡ଼ିଗଲାଣି ତ ଆଉ କେଉଁଠି ଗୋରୁ ଚରିଲେଣି ଧାନ କ୍ଷେତରେ । ଆସନ୍ନ ମରୁଡ଼ିର ଚିତ୍ର ବୟାନ କରୁଛି ବଲାଙ୍ଗିର ଜିଲ୍ଲାର ଅନେକ ଚାଷ ଜମି ।

Farmer Suicide
ବର୍ଷା ଅଭାବ, ଚାଷରେ କ୍ଷତି ! ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା । ଚାଷରେ କ୍ଷତି ପାଇଁ ଜୀବନ ହାରିଲେ ଚାଷୀ । ବଲାଙ୍ଗିର ତୁରେଇକେଲା ବ୍ଲକ କାଦୋବେରା ଗାଁରୁ ଆସିଛି ଏଭଳି ଖବର । ଏହି ଗାଁର ଚାଷୀ ରେଚକା ବନ୍‌ଛୋର ଗତକାଲି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ATM Loot
ATM ଭ୍ୟାନ୍ ଅପହରଣ ସହ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌, ଜାଣନ୍ତି କଣ ଥିଲା ପୁରା କାହାଣୀ !

ATM ଭ୍ୟାନ୍ ଅପହରଣ ଓ ୨୪ ଲକ୍ଷ ଟଙ୍କା ଲୁଟ୍‌ର ହୋଇଛି ଖୁଲାସା । ଘଟଣା ପଛରେ ଭ୍ୟାନ୍‌ର ଡ୍ରାଇଭର ହିଁ ମାଷ୍ଟରମାଇଣ୍ଡ । ନିଜେ କେମିକାଲ୍ ସ୍ପ୍ରେ କରି ଅଚେତ ହୋଇଥିଲା ଡ୍ରାଇଭର୍ ।

bolangir
ଧୋକାବାଜ ସ୍ୱାମୀ....ସ୍ତ୍ରୀ,ପିଲାକୁ ଛାଡି ଅନ୍ୟ ମହିଳାଙ୍କୁ ଆଣି ଘରେ ରଖିଛି, ଏସପିଙ୍କ ନିକଟରେ ଅଭିଯୋଗ ହେଲେ ପୀଡ଼ିତା

ଧୋକା ଦେଲା ସାତ ଜନମର ସାଥୀ । ରୀତି ନୀତିରେ ହୋଇଥିଲା ବାହାଘର । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥି ହେବା ପାଇଁ ଉଭୟେ ଶପଥ ନେଇଥିଲେ । କିନ୍ତୁ ସାତଜନମର ସାଥି ହେବା ପାଇଁ ଶପଥ କରିଥିବା ସ୍ୱାମୀ, ଦଶ ବର୍ଷରେ ସ୍ତ୍ରୀକୁ ଦେଲା ଧୋକ୍କା ।

5T SEC
ପାୱାରଫୁଲ୍‌ ଫାଇଭ୍‌-ଟି ସଚିବଙ୍କୁ ଛଟେଇ ନର୍ସିଂ ଷ୍ଟାଫ୍‌ଙ୍କ ବିରୋଧ

ପାୱାରଫୁଲ୍‌ ଫାଇଭ୍‌-ଟି ସଚିବକୁଙ୍କୁ ବିରୋଧ । ସ୍ଥିତି ସମୀକ୍ଷା ବେଳେ ସଚିବଙ୍କୁ ବିରୋଧ କଲେ ଛଟେଇ ନର୍ସିଂ ଷ୍ଟାଫ୍‌ । ରାଜ୍ୟ ସରକାରଙ୍କ ସଚିବ ସ୍ତରୀୟ ହାଇଲେଭେଲ୍ ଟିମ୍ ଆଜି ବଲାଙ୍ଗୀର ଗସ୍ତ କରି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଓ ଭିତ୍ତିଭୂମିର ତଦାରଖ କରିଛନ୍ତି ।

tribal people
ଆଦିବାସୀଙ୍କ ଆଦିମ ପରମ୍ପରା : ବର୍ଷା ପାଇଁ ଡଙ୍ଗର ବୁଢାକୁ ପୂଜା

ପ୍ରକୁତିର ଉପାସକ ଆଦିବାସୀ । କେତେବେଳେ ପାହାଡ଼ ପର୍ବତକୁ ପୂଜା କରନ୍ତି ତ ଆଉ କେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଆକାଶକୁ । ପୁଣି କେତେବେଳେ ଗଛଳତା ପାଣି ପବନକୁ ପୂଜାର୍ଚ୍ଚନା କରିବାର ଅନେକ ପରମ୍ପରା ରହିଛି । ତେବେ ବର୍ଷା ନେହେଲ ମଧ୍ୟ ଇନ୍ଦ୍ରଦେବଙ୍କୁ ଖୁସି କରିବା ପାଇଁ ପୂଜା କରନ୍ତି ସରଳ ନୀରିହ ଆଦିବାସୀ ।

wooden bridge
ଗୁହାରୀ ଶୁଣିଲାନି ପ୍ରଶାସନ, ନିଜସ୍ୱ ଉଦ୍ୟମରେ କଲେ କାଠ ପୋଲ ତିଆରି କଲେ ଗ୍ରାମବାସୀ

କିଏ କାଠ ବୋହିଲା ତ କିଏ କାଠ କାଟିଲା । ଟିଟିଲାଗଡ ବ୍ଲକ ମହୁଲପଡା ପଂଚାୟତର କୁଟରାକେନ୍ଦ ଗ୍ରାମବାସୀଙ୍କ ଉଦ୍ୟମରେ ତିଆରି ହେଲା କାଠପୋଲ । ଗାଁକୁ ରାସ୍ତା ନଥିବାରୁ ୨ ଟି ନାଳ ପାର ହୋଇ ଲୋକେ ଯିବାଆସିବା କରୁଥିଲେ ।

patnagarh
ତିନି ବର୍ଷ ହେଲା ଖଟିଆରେ ପଡ଼ି ରହିଛନ୍ତି ପ୍ରଦୀପ

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ଗାଁର ପ୍ରଦୀପ ପୁରୋହିତ । ପରିବା ପ୍ରତିପୋଷଣ ପାଁଇ ସେ ରାୟପୁରର ଏକ ଦୋକାନରେ କାମ କରୁଥିଲେ । ମାସକରେ ଯେତିକି ଦରମା ମିଳୁଥିଲା, ସେଥିରେ ତାଙ୍କ ପୂରା ପରିବାର ଚଳୁଥିଲା । ତିନି ବର୍ଷ ପୁର୍ବେ ସେ ରାୟପୁରରୁ ଟ୍ରେନ ଯୋଗେ କଣ୍ଟାବାଂଜି ରେଲ ଷ୍ଟେଷନରେ ପହଞ୍ଚି ନିଜ ବାଇକରେ ଘରକୁ ଫେରୁଥିଲେ

titilagarh
ଗୁଣି ଗାରେଡ଼ି ସନ୍ଦେହରେ ଗାଁରୁ ବାସନ୍ଦ : ୧୫ ଦିନ ହେଲା ଗଛ ମୂଳେ ଆଶ୍ରୟ ନେଇଛନ୍ତି ପରିବାର ଲୋକ

ହଜି ଯାଉଛି ମାନବିକତା। ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହୋଇଯାଉଛି ମଣିଷ । ଗାଁ ଗଣ୍ଡାରେ ବର୍ତ୍ତମାନ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷତ୍ୱ ଭୁଲିଯାଉଛନ୍ତି

titilagarh
ତେଜରାଜଙ୍କ ଇନକ୍ୟୁବେଟର୍ ମେସିନ୍ : ଅଣ୍ଡା ରଖିଦେଲେ ଆପେ ଆପେ ଫୁଟୁଛି ଚିଆଁ

ଲୁଥୁରବନ୍ଧ ଗାଁର ତେଜରାଜ ସାହୁ । ଅନେକ ପରିଶ୍ରମ ଓ ବୁଦ୍ଧି ଖଟାଇ ଅଣ୍ଡାରୁ ଚିଆଁ ଫୁଟାଇଛନ୍ତି ତେଜରାଜ ସାହୁ । ପ୍ରାୟ ଏକ ମାସ ପୂର୍ବରୁ ଘରେ ଥିବା ତାଙ୍କର ଏକ କୁକୁଡ଼ା ଅଣ୍ଡା ଦେବା ପରେ ମରି ଯାଇଥିଲା । ତେବେ ଅଣ୍ଡାରୁ ଚିଆଁ ଫୁଟାଇବାକୁ ଚିନ୍ତା କରିଥିଲେ ତେଜରାଜ । ଆଉ ଶେଷରେ ୟୁଟ୍ୟୁବରୁ ରାସ୍ତା ପାଇଥିଲେ । ଆମାଜନରୁ ଏକ କଣ୍ଟ୍ରୋଲର୍ ମଗାଇ ମାଛ ରଖାଯାଉଥିବା ଥର୍ମୋକୁଲ ବକ୍ସରେ ଫିଟିଙ୍ଗ କରିଥିଲେ । ବକ୍ସରେ ୧୦୦ ୱାଟର ୨ଟି ବଲ୍ବ ଲଗାଇବା ସହିତ ଥର୍ମୋଷ୍ଟାର୍ଟ ଲଗାଇ ପ୍ରଥମେ ୧୫ ଟି ଅଣ୍ଡା ରଖି ପରୀକ୍ଷା କରିଥିଲେ । ଦୀର୍ଘ ୨୦/୨୫ ଦିନ ରଖିବା ପରେ ଅଣ୍ଡାରୁ ପ୍ରଥମ ଛୁଆ ଫୁଟିଲା, ପରେ ଗୋଟି ଗୋଟି କରି ୭ ଟି ଛୁଆ ଅଣ୍ଡାରୁ ବାହାରିଛି ।