• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବ୍ୟାଙ୍କ୍‌ରେ କାର୍ଯ୍ୟରତ କୃଷି ଅଧିକାରୀ ନିଖୋଜ । ନିଖୋଜ ଅଧିକାରୀ ହେଉଛନ୍ତି ବରଗଡ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ର । ତେବେ ବଲାଙ୍ଗିର-ବରଗଡ ରାସ୍ତାର NH ୨୬ ଅଙ୍ଗ ନଦୀ ଚେରୁପାଲି ବ୍ରିଜ୍ ଉପରୁ ତାଙ୍କ ବାଇକ୍ ଓ ହେଲମେଟ୍ ମିିଳିଛି । ବ୍ରିଜରେ ଡେଇଁ ପଡିଥିବା ସନ୍ଦେହରେ ଅଗ୍ନିଶମ ବାହିନୀ ପକ୍ଷରୁ ଆଜି ନଦୀ ଭିତରେ ଖୋଜାଖୋଜି ଚାଲିଛି ।

ଦିବ୍ୟରଂଜନ ଗତକାଲି ସୋନପୁରରୁ ଫିଲ୍ଡ ଡ୍ୟୁଟି ସାରି ଘରକୁ ଫେରିଲା ବାଟରେ ନିଖୋଜ ହୋଇଛନ୍ତି । କାଲି ସନ୍ଧ୍ୟା ୬ଟା ବେଳେ ଘରକୁ ଫେରୁଥିବା ନେଇ ସ୍ତ୍ରୀକୁ ଫୋନ୍ କରିଥିଲେ । ସନ୍ଧ୍ୟା ୭ଟା ପରେ ମୋବାଇଲ ସୁଇଚ୍ ଅଫ୍ ହେବା ସହ ଆଉ ତାଙ୍କର ପତ୍ତା ମିଳୁନି । ପରିବାର ଲୋକଙ୍କ କହିବା ଅନୁସାରେ ଦିବ୍ୟରଞ୍ଜନଙ୍କ କାହା ସହ ଶତ୍ରୁତା ନ ଥିବା କି ପାରିବାରିକ ଅଶାନ୍ତି ନ ଥିଲା । ତେଣୁ ସେ ଆତ୍ମହତ୍ୟା କରିନଥିବେ । ଅନ୍ୟ କିଛି ଅଘଟଣ ହୋଇଥିବା ଆଶାଙ୍କା କରୁଛନ୍ତି ପରିବାର ଲୋକେ ।

ବିଳମ୍ବିତ ରାତିରେ ଖବର ମିଲିଥିଲା ଯେ, ଚେରୁପାଲି ବ୍ରିଜ ନିକଟରେ ଏକ ବାଇକ୍‌ ଛିଡ଼ା ହୋଇଛି । ପରିବାର ଲୋକେ ପହଞ୍ଚି ବାଇକ୍‌ ଓ ହେଲମେଟକୁ ଚିହ୍ନଟ କରିଥିଲେ । ରାତିରେ ଲୋଇସିଂହା ଏବଂ ଡୁଙ୍ଗୁରିପାଲି ପୁଲିସ୍‌ ପହଞ୍ଚି ତଦନ୍ତ କରିଥିଲେ । ରାତି ହୋଇଯାଇଥିବାରୁ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀ ବ୍ରିଜ ନିକଟକୁ ଆସି କୌଣସି ପ୍ରକାର ଖୋଜାଖୋଜି ନ କରି ଫେରି ଯାଇଥିଲା । ଆଜି ଅଗ୍ନିଶମ ବାହିନୀ ଖୋଜାଖୋଜି କରିବ ବୋଲି ଜଣାଯାଇଛି।

ଏନେଇ ଦିବ୍ୟରଞ୍ଜନଙ୍କ ବାପା କେଶବ ଚରଣ ମିଶ୍ର କହିଛନ୍ତି, ମୋ ପୁଅ ଗତକାଲି ବିନିକା ଯାଇଥିଲା । ସେଠାରୁ ସନ୍ଧ୍ୟା ୬ଟାରେ ବାହାରିଥିଲା । ଏହାପରେ ତା’ର ମୋବାଇଲ ସୁଇଚ ଅଫ୍‌ ହୋଇଯାଇଥିଲା। ତା’ ବାଇକ୍‌, ହେଲମେଟ, ବ୍ୟାଗ ପାଇଛୁ ।  ବହୁ ଖୋଜାଖୋଜି କରିକି ବି ତାକୁ ପାଉନୁ । ମୋ ପୁଅକୁ ଖୋଜି ଆଣିବାକୁ ମୁଁ ପୋଲିସକୁ ଅନୁରୋଧ କରୁଛି ।