Advertisment

Dola Melana: ୬୦୦ବର୍ଷ ଧରି ପାଳିତ ହେଉଛି କନିକା ରାଜମେଲଣ... ଉଠୁଛି ପଡୁଛି ଗାଁ ଦାଣ୍ଡ

ପାଞ୍ଚଦିନ ଧରି ଚାଲିଥିବା ଏହି ମେଳଣର ପ୍ରଥମ ଦିନରେ କାଳିକାପୁର, ଦ୍ଵିତୀୟ ଦିନରେ ଆୟତନ, ତୃତୀୟ ଦିନରେ ଦେଉଳି, ଚତୁର୍ଥ ଦିନରେ ଗିରିୟା ଓ ଶେଷରେ ରାଜମେଲଣ ଅନୁଷ୍ଠିତ ହୋଇଥାଏ। କନିକା ରାଜବାଟି ପରିସରେ ଅନୁଷ୍ଠିତ ଶେଷ ମେଲଣ ଉତ୍ସବ ପାଳିତ ହୋଇଥାଏ। ୫ଟି ଗାଁର ୨୫ରୁ ଉର୍ଦ୍ଧ୍ବ ରାଧାକୃଷ୍ଣଙ୍କ ବିଗ୍ରହକୁ ସୁସଜିତ ବିମାନରେ ରାଜବାଟି ମେଲଣ ପଡିଆକୁ ଅଣା ଯାଇଥାଏ।

author-image
Prasan Subudhi
ଅଦ୍ୟତନ ହୋଇଛି
କନିକା ଦୋଳ ମେଳଣ

କନିକା ଦୋଳ ମେଳଣ

ଗାଁଠୁ ସହର ଏବେ ସବୁଠି ଜମୁଛି ଦୋଳଉତ୍ସବ। କେଉଁଠି ପୁରୁଣା ପରମ୍ପରାକୁ ନେଇ ପାଳିତ ହେଉଛି ମେଳଣ ତ ଆଉ କେଉଁଠି କଥାବସ୍ତୁକୁ ନେଇ ଶହଶହ ବର୍ଷ ହେବ ଲୋକେ ଦୋଳଉତ୍ସବକୁ ବେଶ ଧୁମଧାମର ସହ ପାଳନ କରୁଛନ୍ତି। ଯେମିତି କେନ୍ଦ୍ରାପଡା ଜିଲ୍ଲାର କନିକା ରାଜମେଲଣ ।ଦୀର୍ଘ ୬୦୦ବର୍ଷର ପରମ୍ପରାକୁ ନେଇ ଆଜିବି ପାଳିତ ହେଉଛି କନିକା ରାଜମେଲଣ।୫ଦିନ ଧରି ଚାଲିଥିବା ଏହି ମେଲଣରେ ୨୫ରୁ ଉର୍ଦ୍ଧ୍ବ ରାଧାକୃଷ୍ଣଙ୍କର ବିଗ୍ରହକୁ ବିମାନରେ ବସାଇ କାନ୍ଧୁଆମାନେ ଗାଁକୁ ଗାଁ ବୁଲାଉଛନ୍ତି। ଆଉ ଘର ଘର ବୁଲି ଠାକୁର ଭୋଗଖାଉଛନ୍ତି। ଏହି ରାଜମେଲଣକୁ ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରର ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ଜମୁଛି।

Advertisment

ଉଠୁଛି ପଡୁଛି ଗାଁ ଦାଣ୍ତ। ପାରମ୍ପାରିକ ବାଦ୍ୟ ଯନ୍ତ୍ରର ତାଳେ ତାଳେ ନାଚୁଛନ୍ତି ଶ୍ରଦ୍ଧାଳୁ। କେଉଁଠି ଯୁବକ ମାନେ ବନାଟି ଖେଳରେ ମାତିଛନ୍ତି ତ ଆଉ କେଉଁଠି ଭଜନ କୀର୍ତ୍ତନରେ କମ୍ପି ଉଠୁଛି ସାରା ପରିବେଶ। ଆଉ ଏହାରି ଭିତରେ ପ୍ରଭୁ ରାଧାକୃଷ୍ଣଙ୍କ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ବୁଲୁଛନ୍ତି।ଏହେଉଛି କେନ୍ଦ୍ରାପଡା ଜିଲ୍ଲାର କନିକା ରାଜମେଲଣର ଦୃଶ୍ୟ। ୫ଦିନ ଧରି ଚାଲିଥିବା ଏହି ମେଲଣ ଉତ୍ସବରେ ୨୫ରୁ ଉର୍ଦ୍ଧ୍ବ ରାଧାକୃଷ୍ଣଙ୍କ ବିମାନକୁ କାନ୍ଧୁଆମାନେ ମେଲଣ ସ୍ଥଳକୁ ଆଣିଥାନ୍ତି।

ସେଠାରେ ଠାକୁରଙ୍କ ନିକଟରେ ଭୋଗଲାଗି କରାଯାଇଥାଏ। କଥାବସ୍ତୁ ଅନୁଯାୟୀ ତତ୍କାଳୀନ କନିକା ରାଣୀ ପାଟ ମହାଦେଇ ରାଧାନାଥ କୃଷ୍ଣଙ୍କର ବଡ଼ଭକ୍ତ ଥିଲେ। ବିବାହ ପରେ ଏକ ଶଗଡ଼ ଗାଡ଼ିରେ ବହୁ ଆଧ୍ୟାତ୍ମିକ ପୁସ୍ତକ ଆଣିଥିଲେ। ତାଙ୍କର ସେହି ମାନସିକତାକୁ ସାଧାରଣରେ ପ୍ରତିପାଦିତ କରିବା ପାଇଁ ମଠ ମନ୍ଦିର ନିର୍ମାଣ କରିବା ସହ ଶ୍ରୀ ଜୀଉଙ୍କୁ ପ୍ରତିଷ୍ଠା କରିଥିଲେ। ଆଉ ସେହି ଦିନ ଠାରୁ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି କନିକା ରାଜମେଲଣ ଅନୁଷ୍ଠିତ ହୋଇଆସୁଛି ବୋଲି ଲୋକେ କୁହନ୍ତି।

Advertisment

ପାଞ୍ଚଦିନ ଧରି ଚାଲିଥିବା ଏହି ମେଳଣର ପ୍ରଥମ ଦିନରେ କାଳିକାପୁର, ଦ୍ଵିତୀୟ ଦିନରେ ଆୟତନ, ତୃତୀୟ ଦିନରେ ଦେଉଳି, ଚତୁର୍ଥ ଦିନରେ ଗିରିୟା ଓ ଶେଷରେ ରାଜମେଲଣ ଅନୁଷ୍ଠିତ ହୋଇଥାଏ। କନିକା ରାଜବାଟି ପରିସରେ ଅନୁଷ୍ଠିତ ଶେଷ ମେଲଣ ଉତ୍ସବ ପାଳିତ ହୋଇଥାଏ।୫ଟି ଗାଁର ୨୫ରୁ ଉର୍ଦ୍ଧ୍ବ ରାଧାକୃଷ୍ଣଙ୍କ ବିଗ୍ରହକୁ ସୁସଜିତ ବିମାନରେ ରାଜବାଟି ମେଲଣ ପଡିଆକୁ ଅଣା ଯାଇଥାଏ। ସେଠାରେ ବର୍ତ୍ତମାନର କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ ଓ ରାଣୀ ମୃଣାଳିନୀ ଦେବୀ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହିତ ଭୋଗ ଲାଗିକରିଥାନ୍ତି। ପରେ ପରେ ରାଜା ରାଣୀ ଶ୍ରଦ୍ଧାଳୁ ମାନଙ୍କ ସହିତ ହୋଲି ଖେଳିଥାନ୍ତି।

କନିକାର ଐତିହ୍ୟ ପରମ୍ପରାକୁ ବହନ କରୁଥିବା ଏହି ମେଳଣରେ ସାମିଲ ହୋଇଥାନ୍ତି ହଜାର ହଜାର ଶ୍ରଦ୍ଧାଳୁ।

Rajkanika Dola Purnima Dola Melana Dola
Advertisment
Advertisment