• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମା’ ସାମ୍ନାରେ ପୁଅକୁ ହାଣି ବୁହାଇଲେ ରକ୍ତ ନଦୀ। ପୁଅକୁ ବଞ୍ଚାଇବା ପାଇଁ ଯାଇ ମହିଳା ଜଣକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ପରିସରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଅଜୁ ଦୋରା। ତାଙ୍କ ମା’ ଜୟନ୍ତୀ ଦୋରାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।  

ସୂଚନା ଅନୁସାରେ, ସୁଦପଡ଼ା ଅଞ୍ଚଳର ଅଜୁ ଓ ତାଙ୍କ ମା’ ଜୟନ୍ତୀ  ଭୀମଭୋଇ ମେଡିକାଲ କଲେଜ ପରିସରରେ ଠେଲା ଗାଡ଼ିରେ ଖାଦ୍ୟ ବିକ୍ରି କରନ୍ତି। ଆଜି ସକାଳେ ୨ ଜଣ ଦୁର୍ବୃତ୍ତ ଆସି ଅଜୁଙ୍କୁ ହଠାତ୍‌ ଆକ୍ରମଣ କରିଥିଲେ। ପୁଅକୁ ବଞ୍ଚାଇବାକୁ ଯାଇ ମା’ ଜୟନ୍ତୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। 

ଆକ୍ରମଣରେ ଅଜୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଜୟନ୍ତୀଙ୍କୁ ଭୀମଭୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। କିଏ ଓ କାହିଁକି ଆକ୍ରମଣ କଲା ତାହା ଜଣାପଡ଼ିନି। ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।