• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିରେ ତେଜୁଛି ବିଦ୍ରୋହ । ନିରଞ୍ଜନ ବିଶି ରାଜ୍ୟସଭା ସାଂସଦ ହେବା ପରେ ବଲାଙ୍ଗିର ବିଜେଡିରେ ଦେଖାଦେଇଛି ବିଦ୍ରୋହ । ଗତ ପଞ୍ଚାୟତ ନିର୍ବାଚନ ବେଳେ ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ଦୁଇ ଜଣ ଆଦିବାସୀ ପ୍ରାର୍ଥୀଙ୍କୁ ଜାତିରୁ ବାସନ୍ଦ କରିଥିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ଆଉ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ମହାସଚିବ ଥିଲେ ନିରଞ୍ଜନ ବିଶି । ଯେହେତୁ ଏବେ ବିଜେଡିରୁ ସାଂସଦ ହୋଇଛନ୍ତି ନିରଞ୍ଜନ ବିଶି, ତେଣୁ ତାଙ୍କୁ ବି କାହିଁକି ବାସନ୍ଦ କରାନଯିବ ବୋଲି ପ୍ରଶ୍ନ ଉଠିଛି ।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେଡି ବିରୋଧରେ ସଶସ୍ତ୍ର ବିଦ୍ରୋହ କରିଥିଲା ଆଦିବାସୀ ସଂଘ । ସେତେବେଳେ ଏହାର ନେତୃତ୍ୱ ନେଇଥିଲେ ନିରଂଜନ ବିଶି । ବିଜେଡି ଦଳ ଓ ନେତାଙ୍କୁ ବଏକଟ ପାଇଁ ଆହ୍ୱାନ ଦେଇଥିଲେ । ଆଉ ନିର୍ବାଚନ ସମୟରେ ଆଦିବାସୀ ମହିଳା ମମତା କୁମୁରା ବିଜେଡିରୁ ପ୍ରାର୍ଥି ହୋଇଥିବାରୁ ସଂଘ ତାଙ୍କୁ ବାସନ୍ଦ କରିଥିଲା ।

ବର୍ତ୍ତମାନ ଦେଓଗାଁ ବ୍ଳକ ୧୨ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟା ହେଉଛନ୍ତି ମମତା । ଏବେ ବି ମମତାଙ୍କ ପରିବାର ବାସନ୍ଦ ଅଛନ୍ତି । ଖାଲି ମମତା ନୁହେଁ, ପାଟଣାଗଡ ବ୍ଲକ ୧୪ ନମ୍ବର ଜୋନର ବିଜେଡି ଜିଲ୍ଳା ପରିଷଦ ସଭ୍ୟା ବିଶ୍ୱେଶ୍ୱରୀ ବରିହା ବି ନିରଞ୍ଜନଙ୍କୁ ବିରୋଧ କରିଛନ୍ତି । କାରଣ ପଂଚାୟତ ନିର୍ବାଚନ ବେଳେ ସେ ମଧ୍ୟ ବିଜେଡ ପ୍ରାର୍ଥି ହୋଇଥିବାରୁ ତାଙ୍କୁ ଜାତିରୁ ବାସନ୍ଦ କରିଥିଲା ସଂଘ । ଆଉ ଏହାର ନେତୃତ୍ୱ ନେଇଥିଲେ ନିରଞ୍ଜନ ବିଶି ।

ତେଣୁ ବିଜେଡିର ଏହି ଦୁଇ ନେତା ଏବେ ନିରଞ୍ଜନଙ୍କୁ ଗ୍ରହଣ କରିପାରୁନାହାନ୍ତି । ଯଦି ଦୁହିଁଙ୍କୁ ଜାତିରୁ ବାସନ୍ଦ କରାଗଲା, ତେବେ ନିରଂଜନ କାହିଁକି ବାସନ୍ଦ ହେବେ ନାହିଁ । ନିରଞ୍ଜନଙ୍କୁ କେବଳ ଯେ ବିଜେଡିର ଆଦିବାସୀ କର୍ମକର୍ତ୍ତା କି ଆଦିବାସୀ ସଂଘ ବିରୋଧ କରୁନାହାନ୍ତି, ଏମିତିକି ବିଜେଡିର ଛାମୁୁଆ ସଂଗଠନ ବି ଖୋଲାଖୋଲି ବିରୋଧ କରିଛନ୍ତି ।

ସେହିଭଳି ବିଜେଡି ଜିଲ୍ଲା ଆଇ.ଟି ସେଲ ସଂଯୋଜକ ବିଭୂତି ଭୂଷଣ ମିଶ୍ର, ସାମାଜିକ ଗଣମାଧ୍ୟମରେ ଖୋଲାଖୋଲି ନିରଂଜନଙ୍କୁ ବିରୋଧ କରିଛନ୍ତି । ଦଳରେ ତାଙ୍କୁ ଗ୍ରହଣ କରିପାରିବିନି ବୋଲି କହିଛନ୍ତି ବିଭୂତି ଭୂଷଣ । ଏମିତିକି ବଲାଙ୍ଗିର ବିଧାୟକ କହିଛନ୍ତି, ନିରଂଜନ ଲଢୁନଥିଲେ, ନାଟକ କରୁଥିଲେ । ତେବେ ଏନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନି ।