/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661430116.jpg)
Sexually Harassed
୪ ସ୍କୁଲ ଛାତ୍ରୀଙ୍କୁ ଯୌନ ନିର୍ଯାତନା । ବଲାଙ୍ଗୀର ଦେଓଗାଁ ବ୍ଲକର ଏକ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଖୋଦ୍ ସ୍କୁଲ୍ର ପ୍ରଧାନଶିକ୍ଷକ ଏଭଳି କାଣ୍ତ ଘଟାଇଥିବା କୁହାଯାଉଛି । ସ୍କୁଲର ପ୍ରଧାନ ଶିକ୍ଷକ ଷଷ୍ଠ ଶ୍ରେଣୀର ୪ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।
Advertisment
ଛାତ୍ରୀଙ୍କୁ ନିଜ ପ୍ରକୋଷ୍ଠକୁ ଡାକି ନିର୍ଯାତନା ଦେଇଥିବା ଛାତ୍ରୀମାନେ ନିଜ ନିଜ ଅଭିଭାବକଙ୍କୁ କହିଥଲେ । ଏହି କଥା ଜାଣିବା ପରେ ଗ୍ରାମବାସୀ ସ୍କୁଲ ଉପରେ ଚଢାଉ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଘେରାଉ କରି ଅଟକ ମଧ୍ୟ ରଖିଛନ୍ତି ଗ୍ରାମବାସୀ । ଶିକ୍ଷକଙ୍କୁ ଅଟକ ରଖିଥିବାରୁ ଉତ୍ତେଜନା ଦେଖାଦେଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)