Advertisment

ପାଣିରୁ ମିଳିଲା ବଡ଼ ଭାଇର ମୃତଦେହ, ଦୁଃଖରେ ଭାଙ୍ଗି ପଡ଼ି ସାନ ଭାଇ ପିଇ ଦେଲା ବିଷ...

ଗତକାଲି ସନ୍ଧ୍ୟାରେ ବଡ଼ ଭାଇ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ। ପାଣି ଭିତରେ ପଶି ମାଛ ମାରୁଥିବା ସମୟରେ ଆଉ ବାହାରକୁ ବାହାରି ପାରିନଥିଲେ। ଆଜି ତାଙ୍କ ଶବ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Younger Brother Drinks Poison After Learning About Death Of Elder Brother In Bolangir

Younger Brother Drinks Poison After Learning About Death Of Elder Brother In Bolangir

ବଡ଼ ଭାଇର ମୃତ୍ୟୁ ପରେ ବିଷ ପିଇଲା ସାନ ଭାଇ। ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ କୁମ୍ଭାରଖାନ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଯୁବକ ହେଲେ ଦୀପକ ପୁଟେଲ(୨୫)। ମୃତ ଦୀପକଙ୍କ ସାନ ବିଶ୍ୱଜିତ୍‌(୧୪) ବିଷ ପିଇ ଦେଇଥିବା ସୂଚନା।

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୀପକ ଝାଙ୍କ୍ରିପାଲି ଗାଁ ନିକଟରେ ଥିବା ଛେଲିଆମାଲ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ। ପାଣି ଭିତରେ ପଶି ମାଛ ମାରୁଥିବା ସମୟରେ ଆଉ ବାହାରକୁ ବାହାରି ପାରିନଥିଲେ। ଆଜି ତାଙ୍କ ଶବ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ମୃତଦେହ ଉଦ୍ଧାର ପୋଲିସକୁ ଖବର ଦେଇଥିଲେ। 

ବଡ ଭାଇ ଦୀପକଙ୍କ ମୃତ୍ୟୁ ଖବର ଶୁଣି ବିଶ୍ୱଜିତ୍‌ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଶେଷରେ ସେ ବିଷ ପିଇ ଦେଇଥିଲେ। ବିଶ୍ୱଜିତ୍‌ଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment
Youth Suicide Attempt
Advertisment
Advertisment