Advertisment

ଭଉଣୀ ମଥାରେ ସିନ୍ଦୂର ଦେଲା ଭାଇ, ତା’ପରେ ମିଳିଲା ମୃତଦେହ...

ଦୁଇ ସମ୍ପର୍କୀୟ ଭାଇ ଭଉଣୀ ପରସ୍ପର ମଧ୍ୟରେ ପ୍ରେମ କରି, ଶେଷରେ ସେମାନଙ୍କର ଜୀବନ ଚାଲି ଯାଇଛି। ଜଙ୍ଗଲ ଭିତରୁ ସନ୍ଦେହଜନକ ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Murder or suicide Mystery shrouds death of lovers in Bolangir

Murder or suicide Mystery shrouds death of lovers in Bolangir

ପ୍ରେମ ପବିତ୍ର, ଶାଶ୍ୱତ ଓ ଚିରନ୍ତନ। ପ୍ରେମ ମାନେନି ବୟସ, ଜାତି, ଧର୍ମ, ବର୍ଣ୍ଣ, ଧନୀ ଓ ଗରିବ। କିନ୍ତୁ ବେଳେବେଳେ ପ୍ରେମୀଯୁଗଳ ସାମାଜିକ ନିୟମକୁ ଉଲ୍ଲଂଘନ କରି ପ୍ରେମ କରି ବସନ୍ତି। ଯାହାର ପରିଣତି ଭୟଙ୍କର ହୋଇଥାଏ। ଦୁଇ ସମ୍ପର୍କୀୟ ଭାଇ ଭଉଣୀ ପରସ୍ପର ମଧ୍ୟରେ ପ୍ରେମ କରି, ଶେଷରେ ସେମାନଙ୍କର ଜୀବନ ଚାଲି ଯାଇଛି। ଜଙ୍ଗଲ ଭିତରୁ ସନ୍ଦେହଜନକ ଅବସ୍ଥାରେ ଉଭୟଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି ନା ଦୁହିଁଙ୍କୁ ହତ୍ୟା କରାଯାଇଛି, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ବଲାଙ୍ଗିର ଜିଲ୍ଲା ସଇନ୍ତଲା ଥାନା ଅନ୍ତର୍ଗତ ଡଙ୍ଗରମୁଣ୍ଡା ଜଙ୍ଗଲରେ ଉଭୟଙ୍କ ମୃତଦେହ ମିଳିଛି। ମୃତକ ଡଙ୍ଗରମୁଣ୍ଡାର ଚନ୍ଦ୍ର ଭୋଇ ହୋଇଥିବାବେଳେ ଯୁବତୀ ଜଣକ ତୁଷୁରା ଥାନା ନୂଆପଡ଼ା ଗାଁର ତାଙ୍କ ସମ୍ପର୍କୀୟ ଭଉଣୀ। 

Advertisment

ସୂଚନା ଅନୁସାରେ, ଚନ୍ଦ୍ର ଭୋଇ ଓ  ତାଙ୍କ ସମ୍ପର୍କୀୟ ଭଉଣୀ ଦୁହେଁ ପରସ୍ପରକୁ ପ୍ରେମ କରୁଥିଲେ। ହେଲେ ତାଙ୍କ ଜାତିରେ ସମ୍ପର୍କୀୟଙ୍କ ଭିତରେ ବିବାହକୁ ଅନୁମତି ନଥିବାରୁ ଚନ୍ଦ୍ର ସମ୍ପର୍କୀୟ ଭଉଣୀଙ୍କୁ ନେଇ ପଳାଇଥିଲେ। ରାସ୍ତାରେ ଚନ୍ଦ୍ର ତାଙ୍କୁ ସିନ୍ଦୂର ମଧ୍ୟ ପିନ୍ଧାଇ ଘରକୁ ନେଇଥିଲେ। ହେଲେ ଘରେ ପୁରାଇ ନ ଦେବାରୁ ଶୁକ୍ରବାର ଦିନ ଦୁହେଁ ଘର ଛାଡ଼ି ଦେଇଥିଲେ।ଶନିବାର ଦିନ ଜଙ୍ଗଲରେ ଦୁହିଁଙ୍କ ମୃତଦେହକୁ ପୋଡ଼ିଦେବାକୁ ଉଦ୍ୟମ କରିବା ବେଳେ ପୋଲିସ ପହଞ୍ଚିଥିଲା। ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ମୃତଦେହ ପୋଷ୍ଟମର୍ଟମ କରାଯାଇ ଉଭୟ ପରିବାରକୁ ପୋଲିସ ହସ୍ତାନ୍ତର କରିଛି। 

ଚନ୍ଦ୍ରଙ୍କ ବାପାଙ୍କ କହିବା ଅନୁସାରେ, ଉଭୟେ ଲୋକଲଜ୍ଜା ଭୟରେ ଶୁକ୍ରବାର ରାତିରେ ଗାଁ ନିକଟସ୍ଥ ବରଗଛରେ ଓଢଣୀ ଦେଇ ଆତ୍ମହତ୍ୟା କରିଛନ୍ତି। ସକାଳୁ ଆମେ ଏହା ଦେଖିବାକୁ ପାଇଥିଲୁ।’ ଏଠାରେ ପ୍ରଶ୍ନ ଉଠୁଛି, ବିବାହରେ ରାଜି ନଥିବାରୁ ପରିବାର ଲୋକେ ଦୁହିଁଙ୍କୁ ମାରି ଦେଇନାହାନ୍ତି ତ ? ଉଭୟ ପରିବାର ଏହି ପ୍ରେମ ସମ୍ପର୍କକୁ ବିରୋଧ କରୁଥିବାରୁ, ଉଭୟ ପରିବାର ମିଶି କିଛି ଷଡ଼ଯନ୍ତ୍ର କରିନାହାନ୍ତି ତ ? ଏହା ଆତ୍ମହତ୍ୟା ନା ଅନର କିଲିଂ ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସଇଁନ୍ତଲା ପୋଲିସ ଘଟଣାର ଛାନ୍‌ଭିନ୍‌ ଚଳାଇଛି। ।

Advertisment
Death Mystery Deadbody Found Lovers Death
Advertisment
Advertisment