ପାଞ୍ଚଦିନ ଧରି ଚାଲିଥିବା ଏହି ମେଳଣର ପ୍ରଥମ ଦିନରେ କାଳିକାପୁର, ଦ୍ଵିତୀୟ ଦିନରେ ଆୟତନ, ତୃତୀୟ ଦିନରେ ଦେଉଳି, ଚତୁର୍ଥ ଦିନରେ ଗିରିୟା ଓ ଶେଷରେ ରାଜମେଲଣ ଅନୁଷ୍ଠିତ ହୋଇଥାଏ। କନିକା ରାଜବାଟି ପରିସରେ ଅନୁଷ୍ଠିତ ଶେଷ ମେଲଣ ଉତ୍ସବ ପାଳିତ ହୋଇଥାଏ। ୫ଟି ଗାଁର ୨୫ରୁ ଉର୍ଦ୍ଧ୍ବ ରାଧାକୃଷ୍ଣଙ୍କ ବିଗ୍ରହକୁ ସୁସଜିତ ବିମାନରେ ରାଜବାଟି ମେଲଣ ପଡିଆକୁ ଅଣା ଯାଇଥାଏ।
ଭାରିଗଦାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି। ଗିରଫଦାରୀ ପ୍ରତିବାଦରେ ଏବଂ ପ୍ରସ୍ତାବିତ ପ୍ରକଳ୍ପ କାମ ବନ୍ଦ ସହ ଜାରି ହୋଇଥିବା ୧୪୪ ଧାରା ପ୍ରତ୍ୟାହାର ଦାବିରେ ଆଜି ଧାରଣା ଦେଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି।
କେନ୍ଦ୍ରାପଡ଼ା ଭାରିଗଦା ଗଣ୍ଡଗୋଳ ପରେ ପୋଲିସ ଉପସ୍ଥିତିରେ କଡ଼ା ସୁରକ୍ଷାରେ ଆଜିଠୁ ପୁଣି ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଛି।ପ୍ରକଳ୍ପ କାମ ଆଗେଇ ନେବା ପାଇଁ ସେଠାରେ ୨୨ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।
ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି କେନ୍ଦ୍ରାପଡ଼ା ଭାରିଗଦାରେ ଚାପା ଉତ୍ତେଜନା ଲାଗି ରହିଛି। ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଗତକାଲି ପ୍ରକଳ୍ପ ସ୍ଥାନରେ ଲୋକମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଯେଉଁମାନେ ଭଙ୍ଗାରୁଜାରେ ସାମିଲ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି।