/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655360842.jpg)
Road Accident
ବିଳମ୍ବିତ ରାତିରେ ବଲାଙ୍ଗିର ସହର ଭିତରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଗଲା କାର୍ । ସୌଭାଗ୍ୟବଶତଃ ଅଳ୍ପକେ କାର୍ ଡ୍ରାଇଭର ବର୍ତ୍ତିଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣା ବଲାଙ୍ଗିର ସହରର ମହାଦେବ ମନ୍ଦିର ଛକ ଠାରେ ଘଟିଛି।
Advertisment
ସହରର ଶାସ୍ତ୍ରୀନଗର ପଡାର ସୁଧାଂଶୁ ଶେଖର ଖମାରୀ ଏହି କାରରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରରେ କାରକୁ ପିଟି ଦେଇଥିବା ଜଣାପଡ଼ିଛି । ଡିଭାଇଡରରେ ପିଟି ହେବା ପରେ ରାସ୍ତା କଡର ଷ୍ଟଲରେ ବି ପିଟି ହୋଇଛି । କାରର ସାମ୍ନା ପଟ ଭାଙ୍ଗି ଯାଇଥିବା ବେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି । ତେବେ କେଉଁ ଅବସ୍ଥାରେ କାର୍ଟି ପିଟି ହୋଇଛି, ସେନେଇ ସ୍ପଷ୍ଟ ହୋଇନି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)