ରାୟଗଡ଼ା କାଶୀପୁର ବ୍ଲକ୍ ମୁନୁଷପଦରରୁ ଆରମ୍ଭ ହୋଇଥିବା ଏ ସଂକ୍ରମଣ ଏବେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଗଲାଣି । ଏଯାଏଁ ୫ ଜଣଙ୍କ ଜୀବନ ଗଲାଣି ।
ବଲାଙ୍ଗିର ଗଛ ମୂଳେ ଚାଲିଛି କୋଭିଡ୍ ଭ୍ୟାକ୍ସିନେସନ୍ । ମାଗୁରପଡ଼ା ପଞ୍ଚାୟତର ବ୍ରାହ୍ମଣୀ ଡୁଙ୍ଗୁରୀ ଗାଁରେ ଗଛମୂଳେ ଲୋକଙ୍କୁ କୋଭିଡ୍ ଟିକା ଦେଲା ମେଡିକାଲ ଟିମ୍...
ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା....
ଆସନ୍ତାକାଲିଠାରୁ ସବୁ ପ୍ରାପ୍ତବୟସ୍କଙ୍କୁ ମିଳିବ କରୋନାର ପ୍ରିକସନ୍ ଡୋଜ୍ ବା ବୁଷ୍ଟର୍ ଡୋଜ୍ ।
କିଛି ଲୋକ ଟିକା ନେବାକୁ ଭୟ କରୁଥିବା ଦେଖିବାକୁ ମିଳିଛି। ଟିକା ନନେବା ପାଇଁ କିଏ ଦୌଡ଼ି ପଳାଉଛନ୍ତି ତ ଆଉ କିଏ ଗଛ ଉପରେ ଚଢ଼ି ଯାଉଛନ୍ତି। ଏପରି କିଛି ଦୃଶ୍ୟ ଉତ୍ତରପ୍ରଦେଶ ଓ ବିହାରରେ ଦେଖିବାକୁ ମିଳିଛି।
ଗତବର୍ଷ ମେ’ ପହିଲାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ଅର୍ଥାତ୍ ଯୁବ ବର୍ଗଙ୍କୁ କୋଭିଡ୍ କବଚ ପ୍ରଦାନ ଆରମ୍ଭ ହୋଇଯାଇଥିଲେ ବି କିଶୋର ବର୍ଗଙ୍କୁ ଭ୍ୟାକ୍ସିନେସନ ପାଇଁ ପୁରା ବର୍ଷେ ଅପେକ୍ଷା କରିବାକୁ ପଡ଼ିଥିଲା ।
କରୋନା ଟିକାକରଣ ସମ୍ପୂର୍ଣ୍ଣ ନହେବା ନେଇ ରାଗିଗଲେ ଜିଲ୍ଲାପାଳ। ଏପରିକି ଅଧିକାରୀଙ୍କୁ ଫାଶୀରେ ଝୁଲାଇବା ଭଳି ଧମକ ଦେବାକୁ ମଧ୍ୟ ସେ ପଛାଇ ନାହାନ୍ତି। ମଧ୍ୟପ୍ରଦେଶ ଗ୍ୱାଲିୟରର ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂ ଏଭଳି ଧମକ ଦେଇଛନ୍ତି।
ଔରଙ୍ଗାବାଦରେ ଟିକାକରଣକୁ ଗୁରୁତ୍ୱ ଦେଉନାହାନ୍ତି ଲୋକେ । କରୋନା ସଂକ୍ରମଣ ସାମାନ୍ୟ କମିଥିବା ବେଳେ ବେପରୁଆ ହୋଇ ବାହାରେ ବୁଲୁଛନ୍ତି ।
କରୋନା ଟିକାକରଣରେ ଐତିହାସିକ ମାଇଲଖୁଣ୍ଟ। ଆଜି ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହୋଇଛି। ଚଳିତ ବର୍ଷ ଜାନୁଆରୀ ୧୬ରେ ଭାରତରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା।
ସେଣ୍ଟ୍ରାଲ ଦିଲ୍ଲୀର ଲୋହାମଣ୍ଡିରେ ରହୁଥିବ ଦିନ ମଜୁରିଆଙ୍କ ଘରେ ଭ୍ୟାକ୍ସିନ ପହଞ୍ଚାଇବା ପାଇଁ ‘ଭ୍ୟାକ୍ସିନେସନ ଅନ୍ ହ୍ୱିଲ୍’ ସେବା ଯୋଜନାକୁ ଲଞ୍ଚ କରାଯାଇଛି ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଟିକାକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।