• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଲାଙ୍ଗିର ତହସିଲରେ ଜମି କେଳେଙ୍କାରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଜମି କେଳେଙ୍କାରୀର ମୁଖ୍ୟ କୁହାଯାଉଥିବା ତହସିଲଦାର ମଘବାନ ବାଗ ସସପେଣ୍ଡ ହୋଇଛନ୍ତି । ତା ସହିତ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଛି । ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାର ସସ୍ପେଣ୍ଡ କରିଛନ୍ତି ।

ଜମି କେଳେଙ୍କାରୀ ନେଇ OTVରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ୨ ଜଣିଆ ଟିମ୍ ତଦନ୍ତ କରି ରିପୋର୍ଟ ଦେଇଥିଲେ । ଜିଲ୍ଲାପାଳ ଚଂଚଳ ରାଣା ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ପଠାଇଥିଲେ । ଜିଲ୍ଲାପାଳଙ୍କ ରିପୋର୍ଟ ଅଧାରରେ ଆଜି ରାଜ୍ୟ ସରକାର ତହସିଲଦାର ଏବଂ ଅତିରିକ୍ତ ତହସିଲଦାରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି । ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗାଁରେ ଥିବା ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ହୋଇସାରିଥିଲେ ବି ଚଞ୍ଚକତା କରି ଏହି ଜମି ବିକ୍ରି କରାଯାଇଥିଲା  ।

ଜମିର ଅସଲି ମାଲିକ ଦିନମଜୁରିଆ ହର୍ଷ ଷାଣ୍ଡଙ୍କ ମୃତ୍ୟୁ ପରେ, ତାଙ୍କ ପରିବାରର ଗରିବି ଓ ଅସହାୟତାର ସୁଯୋଗ ନେଇ ତାଙ୍କ ସ୍ଥାନରେ ତହସିଲଦାରଙ୍କ ସାମ୍ନାରେ ଆଉ ଜଣଙ୍କୁ ଛଦ୍ମ ବିକ୍ରେତା କରି ଜମି ବିକ୍ରୀ ହୋଇଥିଲା । ବଲାଙ୍ଗିର ତହସିଲଦାରଙ୍କ ଜ୍ଞାତସାରରେ ଏ ଯୋଜନାବଦ୍ଧ ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଥିଲା ।