Advertisment

Bribery Case: ଟଙ୍କା ଦେଲେ ମିଳୁଛି କି ଇଚ୍ଛା ମୁତାବକ ନାକ୍‌ ଗ୍ରେଡ୍?

ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଭଦେଶ୍ୱରମ୍‌ରେ ରହିଛି କୋନେରୁ ଲକ୍ଷ୍ମାୟା ଏଜୁକେସନ୍‌ ଫାଉଣ୍ଡେସନ୍ (KLEF)। ଏହି ଶିକ୍ଷାନୁଷ୍ଠାନଟି ସରକାରୀ ନୁହେଁ, ଡିଇମ୍‌ଡ ଟୁ ବି ପ୍ରାଇଭେଟ୍‌ ୟୁନିଭର୍ସିଟି।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

NAAC

ବିଶ୍ୱବିଦ୍ୟାଳୟକୁ NAAC ରେଟିଂ ପାଇଁ ଲାଞ୍ଚ! ଯେତେ ଟଙ୍କା ସେତେ ବଢ଼ିଆ ରେଟିଂ ! ବିଶ୍ୱବିଦ୍ୟାଳୟକୁ ଭଲ ରେଟିଂ ଦେବା ଲାଗି ନାକ୍‌ ଟିମକୁ ଲାଞ୍ଚ ଦେବା ଅଭିଯୋଗରେ ଜଣେ କୁଳପତିଙ୍କ ସମେତ ୧୦ ଜଣ CBI ହାତରେ ଗିରଫ ହେବା ପରେ ଏପରି ସନ୍ଦେହ ସାଧାରଣରେ ଉଙ୍କି ମାରୁଛି। ସବୁଠାରୁ ବଡ଼ କଥା ହେଉଛି, ଗିରଫଙ୍କ ମଧ୍ୟରେ ଅଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଡକ୍ଟର ବୁଲୁ ମହାରଣା। ଯିଏ କି ସଂପୃକ୍ତ ନାକ ଟିମର ଜଣେ ସଦସ୍ୟ।

Advertisment

ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଭଦେଶ୍ୱରମ୍‌ରେ ରହିଛି କୋନେରୁ ଲକ୍ଷ୍ମାୟା ଏଜୁକେସନ୍‌ ଫାଉଣ୍ଡେସନ୍ (KLEF)। ଏହି ଶିକ୍ଷାନୁଷ୍ଠାନଟି ସରକାରୀ ନୁହେଁ, ଡିଇମ୍‌ଡ ଟୁ ବି ପ୍ରାଇଭେଟ୍‌ ୟୁନିଭର୍ସିଟି। ଅଭିଯୋଗ ହୋଇଛି, ବିଭିନ୍ନ ଆଧାରରେ ଦେଶରେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ମାନଦଣ୍ଡ ସ୍ଥିର କରୁଥିବା ନ୍ୟାସନାଲ୍‌ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ (NAAC) ଟିମର ସଦସ୍ୟଙ୍କୁ ଲାଞ୍ଚ ଦେଇ ହାସଲ କରିଛି NAAC A++ ଗ୍ରେଡ୍‌। ଯାହାକି ନାକ ଦେଉଥିବା ସର୍ବୋଚ୍ଚ ମାନ୍ୟତା।

ଅଧିକ ପଢ଼ନ୍ତୁ: NAAC ରେଟିଂ ଲାଂଚ ମାମଲା; ୧୦ ଜଣଙ୍କୁ ଗିରଫ କଲା CBI

ଆଉ ଏଭଳି ସଂଗୀନ ଅଭିଯୋଗର ତଦନ୍ତ କରୁଥିବା ସିବିଆଇ ଟିମ ଚେନ୍ନାଇ, ବାଙ୍ଗାଲୋର, ଦିଲ୍ଲୀ, ସମ୍ବଲପୁର ଭଳି ଦେଶର ୨୦ଟି ସ୍ଥାନରେ ରେଡ୍‌ କରି ୧୦ ଜଣଙ୍କୁ ଗିରଫ କରିଛି। ଯେଉଁମାନଙ୍କ ଭିତରେ ସଂପୃକ୍ତ ଶିକ୍ଷାନୁଷ୍ଠାନର କୁଳପତି, ଅଫିସିଆଲ୍‌ ସହ ନାକ୍‌ ଯାଞ୍ଚ ଟିମର ୭ ଜଣ ସଦସ୍ୟ ଅଛନ୍ତି। ସବୁଠୁ ବଡ଼ କଥା ହେଉଛି, ଏମାନଙ୍କ ଭିତରେ ଅଛନ୍ତି ସଂପୃକ୍ତ ନାକ୍‌ ଟିମର ସଦସ୍ୟ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସ ବିଭାଗର ପ୍ରଫେସର ଡକ୍ଟର ବୁଲୁ ମହାରଣା। ଜ୍ୟୋତିବିହାର ସ୍ଥିତ ତାଙ୍କ ସରକାରୀ କ୍ୱାର୍ଟର୍ସରେ ସିବିଆଇ ଟିମ୍‌ ଚଢ଼ଉ କରି ସିଲ୍‌ କରିଛି।

Advertisment

ଅଧିକ ପଢ଼ନ୍ତୁ:ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ ଅନଲାଇନ ଟିକେଟ୍ ବିକ୍ରି, ବହୁ କ୍ରିକେଟପ୍ରେମୀ ନିରାଶ

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିବିଆଇର ଏ ଅପରେସନରେ ବିଭିନ୍ନ ସ୍ଥାନରୁ ପାଖାପାଖି ୩୭ ଲକ୍ଷ ଟଙ୍କାର କ୍ୟାସ୍, ୬ଟି ଲାପଟପ୍, ଆଇଫୋନ୍ ଓ ଗୋଲ୍‌ଡ କଏନ ଜବତ କରାଯାଇଛି। ଏ ସବୁକୁ ନାକ ଟିମ୍ ସଦସ୍ୟଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଲାଞ୍ଚ ଆକାରରେ ଦିଆଯାଇଥାଇ ପାରେ ବୋଲି ତଦନ୍ତକାରୀ ଟିମ୍ ଆଶଙ୍କା କରୁଛି। ମାମଲାରେ ମୋଟ୍ ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା ବେଳେ ୧୦ ଜଣଙ୍କୁ ଗିରଫ କରି ତନାଘନା କରୁଛି ପୋଲିସ୍। ଗ୍ରେଡେସନ ପାଇଁ ଲାଞ୍ଚ ଭଳି ସାଙ୍ଘାତିକ ମାମଲା ନାକର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିବା ବେଳେ ଶିକ୍ଷାବିତ ମଧ୍ୟ ଏନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

ଘଟଣାକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି ଯେ, ସେ ଏବେ ରାଜ୍ୟ ବାହାରେ ଥିବାରୁ ଏ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଏଥିସହ ସିବିଆଇ ତାଙ୍କ ସହ ଏ ନେଇ ଯୋଗାଯୋଗ କରି ନାହାନ୍ତି।

Sambalpur CBI NAAC
Advertisment
Advertisment