Advertisment

Inter-Caste Wedlock In Bolangir: ଝିଅ ପାଇଁ ବାପାର ଶବକୁ ଦଣ୍ଡ ଦେଲେ ଗ୍ରାମବାସୀ, ଛାତି ଫଟାଇ କାନ୍ଦୁଛି ସ୍ତ୍ରୀ...

ସ୍ତ୍ରୀର ଛାତିଫଟା ଚିତ୍କାରରେ କମ୍ପି ଯାଉଛି ଘର ଅଗଣା। ଯେତେ ବୁଝାଇଲେ ବି ସେ ବୁଝୁନାହିଁ। ତା ଦେବତା, ତା ଶଙ୍ଖା, ସିନ୍ଦୁର ଆଜି ତାକୁ ଛାଡ଼ି ଚାଲିଯାଇଛି। ଝିଅ ପାଇଁ ଦଣ୍ଡ ପାଇଛି ବାପା ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Inter-Caste Wedlock In Bolangir

ମୋ ଘର ଲୋକ, ଜାତି ସମାଜ ସବୁ ମରିଗଲେ। ମୋର ଭାଇ ନାହିଁ କି ଦାଇ ନାହିଁ। ଆଜି ସମସ୍ତେ ମୋ ପାଇଁ ମରିଗଲେ। ସ୍ତ୍ରୀର ଛାତିଫଟା ଚିତ୍କାରରେ କମ୍ପି ଯାଉଛି ଘର ଅଗଣା। ଯେତେ ବୁଝାଇଲେ ବି ସେ ବୁଝୁନାହିଁ। କାନ୍ଦିବନି ଅବା କେମିତି ତା ଦେବତା, ତା ଶଙ୍ଖା, ସିନ୍ଦୂର ଆଜି ତାକୁ ଛାଡ଼ି ଚାଲିଯାଇଛି। ହେଲେ ଏ ସମୟରେ ଯିଏ ତାଙ୍କ ସାଥ ଦେବାକଥା, ସେହି ଜାତି ସମାଜ ଆଜି ତାଙ୍କ ପରିବାରକୁ ଅସହାୟ କରି ଛାଡି ଦେଇଛି। ସ୍ବାମୀର ମୃତ୍ୟୁ ପରେ ଶବ ଛୁଉଁନାହାନ୍ତି ଜାତି ସମାଜ। କାହିଁକି ନାଁ ପରିବାରକୁ କାଳେ ବାସନ୍ଦ କରିଛି ନିଜକୁ ସଭ୍ୟ ବୋଲାଉଥିବା ସମାଜ। ଝିଅ ଭୁଲ୍ କରିଥିବା କହି ଦଣ୍ଡ ଦେଉଛନ୍ତି ବାପାଙ୍କ ଶବକୁ ଓ ଅସହାୟ ପରିବାରକୁ ।

Advertisment

ଘଟଣାଟି ହେଉଛି ବଲାଙ୍ଗିର ସଦର ବ୍କକ ଭୁତିଆରବାହାଲ ଗାଁର। ଏଠାକାର ବାସିନ୍ଦା ୫୪ ବର୍ଷୀୟ ବୁଡୁ ପରାଭୁଏଙ୍କ ଗତକାଲି ମୃତ୍ୟୁ ହୋଇଥିଲା। କିନ୍ତୁ ଶବ ସତ୍କାର ପାଇଁ କେହି ଆସିନଥିଲେ। ୭ ଘଣ୍ଟା ଧରି ଶବ ପଡି ରହିଲା ହେଲେ ଜାତି ସମାଜ ଲୋକେ ପାଖ ମାଡିନଥିଲେ। କାରଣ ଗତ ତିନିବର୍ଷ ତଳେ ବୁଡୁ ପରାଭୁଏଙ୍କ ଝିଅ ଅନ୍ୟ ଜାତିର ପୁଅକୁ ପ୍ରେମ ବିବାହ କରିଥିଲେ। ସେ ସମୟରେ ବଢିଆ ସମାଜର କର୍ମକର୍ତ୍ତା, ଘର ମୁହଁରେ ଥିବା ଏହି ତୁଳସୀ ଚଉଁରା ଠାରେ ବୈଠକ କରିଥିଲେ। ଆଉ ନିଷ୍ପତ୍ତି ମୁତାବକ, ବୁଡୁ ମାଂସ ଭୋଜି ଦେବା ସହିତ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ତାପରେ ବୁଡୁଙ୍କୁ ଜାତିରେ ମିଶାଇଥିଲେ ସମାଜ। କିନ୍ତୁ ବାପାଙ୍କ ଦେହ ଖରାପ ହେବାରୁ ଥରେ ଦି ଥର ଝିଅ ଦେଖିବାକୁ ଆସିଥିଲେ। ତେଣୁ ପୁଣିଥରେ ଏହି ପରିବାରକୁ ବାସନ୍ଦ କରିଦେଲେ ଜାତି ଲୋକେ। ଏବେ ମୃତ୍ୟୁ ପରେ ବି କେହି ଆସିନଥିଲେ। 

ଅଧିକ ପଢ଼ନ୍ତୁ: ଡାକ୍ତର ହେବ ତ ଏମିତି; ଦେହରେ ଲାଗିଥିଲା ସଲାଇନ୍‌; ଜାରି ରଖିଥଲେ ରୋଗୀ ସେବା

Advertisment

୭ ଘଣ୍ଟା ଧରି ଶବ ପଡିରହିବା ପରେ, ଭୁତିଆରବାହାଲର ଜଣେ ମହିଳା, ବଲାଙ୍ଗିରର ମାହେଶ୍ବରୀ ସଂଗଠନକୁ ଖବର ଦେଇଥିଲେ । ମାହେଶ୍ବରୀ ସଂଗଠନର କର୍ମକର୍ତ୍ତାକୁ ଗାଁକୁ ପହଞ୍ଚି, ଶବକୁ କାନ୍ଧ ଦେଇଥିଲେ। ନିକଟସ୍ଥ ନଦୀପଠାକୁ ନେଇ ସସମ୍ମାନର ସହିତ ଶବ ସତ୍କାର କରିଥିଲେ। କିନ୍ତୁ ଜାତି ସମାଜ କିମ୍ବା ଗାଁ ଲୋକେ କେହି ଆଗକୁ ଆସିନଥିଲେ । 

କାରଣ ସମସ୍ତଙ୍କୁ ଘରିଥିଲା ବାସନ୍ଦ ଭୟ । ତେବେ ଏ ଘଟଣା ନୂଆ ନୁହେଁ, ବାରମ୍ବାର ଏମିତି ଜାତିପ୍ରଥାକୁ ନେଇ ଶବ ବାସନ୍ଦ ହେଉଛି। ସ୍ବେଚ୍ଛାସେବୀ ମାନେ ଶବସତ୍କାର କରୁଛନ୍ତି। କିନ୍ତୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । 

ଅଧିକ ପଢ଼ନ୍ତୁ: ପତ୍ନୀଙ୍କ ମୃତ୍ୟୁ ପରେ କଲମ ପ୍ରେମରେ ପଡ଼ିଛନ୍ତି ଅର୍ଜୁନ, ସାଉଁଟୁଛନ୍ତି ପୁରୁଣା ସ୍ମୃତି

Odisha News Bolangir Special Story
Advertisment
Advertisment