Advertisment

Ganja Smuggling: କନ୍ଧମାଳ, କୋରାପୁଟ, ମାଲକାନଗିରି ଭାୟା ଖୋର୍ଦ୍ଧା!

ଜାନୁଆରୀ ୧୨ ତାରିଖର ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ପୀତାପଲ୍ଲି ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଉ କାର ଛାଡି ଫେରାର ହୋଇଯାଇଥିଲେ ଚାଳକ।

author-image
Manoranjan Sial
ଅଦ୍ୟତନ ହୋଇଛି
Car

Car

କନ୍ଧମାଳ, କୋରାପୁଟ, ମାଲକାନାଗିରି ଭାୟା ଖୋର୍ଦ୍ଧା। ଚୋରା ଗଞ୍ଜେଇ ଚାଲାଣର ଏବେ କରିଡ଼ର ପାଲଟିଛି! ନାମୀଦାମୀ କାରରେ ବିଭିନ୍ନ ଉପାୟରେ କରୁଛନ୍ତି ଚୋରା ଗଞ୍ଜେଇ ଚାଲାଣ। ମାରଣାସ୍ତ୍ର ସହିତ ଏସକର୍ଟ କରୁଛନ୍ତି ଯୁବକ। ଗତ ଏକ ମାସ ଭିତରେ ଅବକାରୀ ବିଭାଗ ୫ଟି ଗାଡି ଜବତ କରିବା ସହିତ ୮ ଅଭିଯୁକ୍ତଙ୍କୁ ବାନ୍ଧିଛି। ମୋଟ ୭୦ ଲକ୍ଷରୁ ଅଧିକ ଟଙ୍କାର ଗେଞ୍ଜଇ ଜବତ କରିଛି। ଯାହାକୁ ନେଇ ଖୋର୍ଦ୍ଧାବାସୀ ଚିନ୍ତାରେ ପଡ଼ି ଗଲେଣି।

Advertisment

ଜାନୁଆରୀ ୧୨ ତାରିଖର ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ପୀତାପଲ୍ଲି ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଉ କାର ଛାଡି ଫେରାର ହୋଇଯାଇଥିଲେ ଚାଳକ। ସ୍ଥାନୀୟ ଲୋକେ ଦେଖିଲେ ଗାଡି ଭିତରେ ଭର୍ତ୍ତି ହୋଇଛି ପ୍ୟାକେଟ୍‌ ପ୍ୟାକେଟ ଗଞ୍ଜେଇ। କାର ପଛ ସିଟିକୁ ସମ୍ପୂର୍ଣ୍ଣ ଖୋଲି ମାଫିଆମାନେ ଚାଲାଣ କରୁଥିଲେ ଗଞ୍ଜେଇ। ସେହି ଗାଡ଼ିରୁ ଏକ କ୍ୱିଣ୍ଟାଲ୍‌ ୬୦ କିଲୋ ଗେଞ୍ଜଇ ଜବତ କରିଥିଲା ଅବକାରୀ ବିଭାଗ।

ଠିକ୍‌ ସେମିତି ଏକ ପିକଅପ୍‌ ଭ୍ୟାନରେ ୪ କ୍ୱିଣ୍ଟାଲ୍‌ ଗଞ୍ଜେଇ ଚାଲାଣ ହେଉଥିଲା। ଅବକାରୀ ବିଭାଗ ନିରାକାରପୁର ଲେବୁଲ କ୍ରସିଂ ନିକଟରୁ ଗାଡ଼ିଟିକୁ ଜବତ କରିଥିଲା। ହେଲେ ସେହି ଗଞ୍ଜେଇ ଭର୍ତ୍ତି ଗାଡିକୁ ଏସ୍‌କର୍ଟ କରୁଥିବା ବାଇକ ଚାଳକମାନେ ଖସି ପଳାଇ ଯାଉଥିଲେ। ପିଛା କରି ସେହି ଦୁଇ ବାଇକ୍‌ ଆରୋହୀଙ୍କୁ ଧରିବାରେ ସଫଳ ହୋଇଥିଲା ଅବକାରୀ ବିଭାଗ। ସେହିପରି ଖୋର୍ଦ୍ଧାର ନୂଆ ମେଡିକାଲ ଛକ ଓ ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ଦାମୀ କାରରେ ଗଞ୍ଜେଇ ଜବତ କରିଥିଲା ଅବକାରୀ ବିଭାଗ।

Advertisment

ଅଧିକ ପଢ଼ନ୍ତୁ: କ୍ରମାଗତ ଦ୍ବିତୀୟ ଥର ଟି୨୦ ବିଶ୍ବକପ ଜିତିଲା ଭାରତ, ତ୍ରିଶା ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ

ଦିନେ ବ୍ରାଉନ୍‌ସୁଗର ହଟ୍‌ସ୍ପଟ୍‌ ପାଲଟିଥିଲା ଖୋର୍ଦ୍ଧା। ବ୍ରାଉନ୍‌ସୁଗର କାରବାର ଉପରେ ରୋକ୍‌ ଲଗାଇବା ପାଇଁ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଅପରେସନ୍‌ ଆରମ୍ଭ କରିଥିଲା। ଯେଉଁ ଜାଲରେ ପଡ଼ି ଯାଇଥିଲେ ଗଞ୍ଜେଇ ମାଫିଆ। ବର୍ଷ ଆରମ୍ଭରୁ ମାତ୍ର ଗୋଟିଏ ମାସରେ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଓ ୫ଟି ଗାଡି ଜବତ ହୋଇଛି। ଯାହା ସହରବାସୀଙ୍କ ଚିନ୍ତା ବଢାଇଛି।

ଖୋର୍ଦ୍ଧା ସହର ଦେଇ ୬ଟି ଜିଲ୍ଲାର ସହଜ ସଂଯୋଗ ପଥ ରହିଛି। ଯେଉଁଥିପାଇଁ ମାଫିଆମାନେ ଏହାକୁ ସେମାନଙ୍କ ନିରାପଦ ଚରାଭୂଇଁ କରିଥିବା ଚର୍ଚ୍ଚା ହେଉଛି। ସେପଟେ ଅବକାରୀ ବିଭାଗର ସୁପରିନ୍‌ଟେଣ୍ଡେଣ୍ଟ ସୁମତି ତ୍ରିପାଠୀ କହିଛନ୍ତି, ଆଗକୁ ଚୋରା ନିଶା ମାଫିଆଙ୍କ ଉପରେ ଜୋରଦାର କାର୍ଯ୍ୟାନୁଷ୍ଠାନ ହେବ।

ଅଧିକ ପଢ଼ନ୍ତୁ: ବାରବାଟୀରେ ଦିନିକିଆ ମ୍ୟାଚ୍; କାଲି ବିକ୍ରି ହେବ ଅନଲାଇନରେ ଟିକେଟ୍, ଜାଣନ୍ତୁ କେମିତି କିଣିବେ...

Crimes In Odisha Khurda
Advertisment
Advertisment