ଜାନୁଆରୀ ୧୨ ତାରିଖର ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ପୀତାପଲ୍ଲି ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଉ କାର ଛାଡି ଫେରାର ହୋଇଯାଇଥିଲେ ଚାଳକ।
ଗତ ୧୦ ତାରିଖରେ ୧୬୬ କ୍ୟାବିନ ବ୍ୟବସାୟୀଙ୍କୁ ଉଚ୍ଛେଦ କରି ଟିଏଲସି ଭେଣ୍ଡିଙ୍ଗ ଜୋନରେ ଥଇଥାନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ବ୍ୟବସାୟୀ ଓ ବିଭିନ୍ନ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ ।
ପୁଳା ପୁଳା ସମସ୍ୟା ଭିତରେ ଆଗକୁ ହେବାକୁ ଯାଉଛି ଖୋର୍ଦ୍ଧା ପୌରପରିଷଦ ନିର୍ବାଚନ । ରାଜ୍ୟରେ କ୍ୟାବିନ ସହର ଭାବେ ପରିଚିତ ଖୋର୍ଦ୍ଧା ପୌରାଞ୍ଚଳରେ ବିଭିନ୍ନ ସମସ୍ୟା ଲାଗି ରହିଛି । ଲୋକଙ୍କ ଅଭିଯୋଗ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ସବୁକିଛି ଅବ୍ୟବସ୍ଥିତ । ଅଭିଯୋଗର ଲମ୍ବାଫଦ୍ଦ ଭିତରେ ୨୨ଟି ୱାର୍ଡ ବିଶିଷ୍ଟ ଖୋର୍ଦ୍ଦା ପୌର ପରିଷଦ ପାଇଁ କାହାକୁ ଅଧ୍ୟକ୍ଷ ବାଛିବେ ତାହା ଏବେ ବଡ ପ୍ରଶ୍ନ ପାଲଟିଛି ।
ଖୋର୍ଦ୍ଧା ଜିଲ୍ଲ ଜଟଣୀର ପ୍ରଶିଦ୍ଧ ମା ଡମଣେଇଙ୍କ ପୂଜାର୍ଚ୍ଚନା । ସରକାରଙ୍କ କୋଭିଡ କଟକଣାରେ ପୂଜା କରାଯାଇଥିଲା । ମନ୍ଦିରକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା ।
ଖୋର୍ଦ୍ଧା ଓ କଟକରେ ଅମାନିଆଙ୍କ ଲାଗି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଅନେକ ଲୋକ କରୋନା କଟକଣାକୁ ପାଳନ କରୁ ନାହାନ୍ତି। ସାମାଜିକ ଦୂରତା, ମାସ୍କ ବ୍ୟବହାରରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।
ଖୋର୍ଦ୍ଧା: ଖୋର୍ଦ୍ଧା ବୋଲଗଡ଼ ପିଚୁକୁଳିରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ପିଚୁକୁଳି ବଜାରରେ ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ଦୋକାନ ଉପରେ ଏକ ହାଇୱା ମାଡ଼ି ଯାଇଥିଲା। ଫଳରେ ଏହି ଦୋକାନରେ ଥିବା ୪ ଜଣ ଗୁରୁତର ହୋଇଛନ୍ତି। ସେହିପରି ପିଚୁକୁଳି ବଜାରଠାରୁ କିଛି ଦୂରରେ ଆଉ ଏକ ଦୁର୍ଘଟଣା ଘଟିଛି। ବିଦ୍ୟୁତ ଖୁଣ୍ଟ ସହ ଏକ ଦ୍ରୁତଗାମୀ କାର ଧକ୍କା ହେବାରୁ […]