ଅବହେଳିତ ପ୍ରାଥମିକ ଶିକ୍ଷକ ! ଦାବି ପାଇଁ ରାଜରାସ୍ତାରେ ଗର୍ଜୁଛନ୍ତି । ସରକାର ଉଠାନ୍ତୁ ଠିକା ବ୍ୟବସ୍ଥା । କନିଷ୍ଠ ଶିକ୍ଷକଙ୍କୁ ତୁରନ୍ତ କରନ୍ତୁ ନିୟମିତ । କୁନିକୁନି ପିଲାମାନଙ୍କ ଭବିଷ୍ୟତ ଗଢ଼ିବାକୁ ସରକାରଙ୍କ ଅନୁମତି ପାଇଥିବା ଏ ଗୁରୁମାନେ ପ୍ରଥମ ଥର ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ଶିକ୍ଷକ ବଦଳି ଚାପରେ ଅତିଷ୍ଠ ବିରୋଧୀ ବିଧାୟକ । ବିଧାୟକମାନଙ୍କ ଘର ଆଗରେ ଶିକ୍ଷକଙ୍କ ଲମ୍ବା ଧାଡ଼ି ଲାଗୁ ଥିବାରୁ କେଉଁ 15 ଜଣଙ୍କ ନାଁ ବଦଳି ପାଇଁ ସୁପାରିସ୍ କରିବେ ତାକୁ ନେଇ ଅଡୁଆ ପରିସ୍ଥିତିରେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି କ୍ଷମତା ପ୍ରତ୍ୟାହାର ପାଇଁ ବିଜେଡି ଅନୁରୋଧ କରିଥିବା ବେଳେ ଶିକ୍ଷକ ସଂଘ ବି ବଦଳି ନିୟମ ବିରୋଧରେ ବର୍ଷିଛି ।
B.Ed କରିବାକୁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ । ଚଳିତ ବର୍ଷ ୨ହଜାର ୭୫୦ ସିଟ୍ ପାଇଁ ଲକ୍ଷେ ୨୬ ହଜାର ଆବେଦନ ଡେଇଁଲାଣି । ଚାକିରି ସମ୍ଭାବନା ଅଧିକ ଏବଂ ଜିଲ୍ଲା ତଥା ରାଜ୍ୟ ଭିତରେ ନିଯୁକ୍ତି ସୁଯୋଗ ପିଲାଙ୍କୁ ଟାଣି ଆଣୁଛି B.Ed କରିବାକୁ ।
ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର ପୁଣିଥରେ ବଦଳିଛି। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ପାଇଁ ମିଳିଛି ଅନୁମତି। ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ଜୁନ୍ ୯ରୁ ୧୬ ଭିତରେ ଭେରିଫିକେସନ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଶିକ୍ଷକଙ୍କ ବଦଳିକୁ ସରକାରଙ୍କ ଗୁରୁତ୍ୱ । ଶିକ୍ଷକଙ୍କ ବଦଳି ନେଇ ଆଉ ରହିବନି ଟେନ୍ସନ୍ । ବିଧାୟକ ଓ ସାଂସଦଙ୍କୁ ମିଳିଲା ଶିକ୍ଷକ ବଦଳି ସୁପାରିସ କ୍ଷମତା । ବଦଳିକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ ଲାଗି ରହୁଥିବା ଅସନ୍ତୋଷକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର ।
MP ଓ MLAମାନଙ୍କ ହାତକୁ ଆସିଲା ଶିକ୍ଷକ ବଦଳି କୋଟା ବ୍ୟବସ୍ଥା। ବର୍ଷକୁ ୧୫ ଜଣ ଶିକ୍ଷକଙ୍କୁ ଜିଲ୍ଲା ଭିତରେ ବଦଳି ଲାଗି ସୁପାରିସ କରିପାରିବେ ଜନ ପ୍ରତିନିଧି। ତେବେ ଏହି ନିଷ୍ପତ୍ତିକୁ ନେଇ ଜୋର୍ ଧରିଛି ରାଜନୀତି। ସେପଟେ ଶିକ୍ଷକ ସଂଘ ବ୍ୟବସ୍ଥାର ସରଳୀକରଣ ସହିତ ଜିଲ୍ଲା ବଦଳରେ ରାଜ୍ୟଭିତ୍ତିକ ବଦଳି ବ୍ୟବସ୍ଥା ଲାଗୁ ହେବା ଆବଶ୍ୟକ ବୋଲି କହିଛି।
ରସିକିଆ ମାଷ୍ଟର କରୁଣାକର ଗିରି । ପାଠ କମ୍ କିନ୍ତୁ ରାସ ଅଧିକା । ଏକଥା ଆମେ କହୁନୁ ଏଭଳି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।
ଏନେଇ ସବୁ ପ୍ରକାର ଦଲିଲ ଦସ୍ତାବିଜ ସହିତ, ଦେଢ ବର୍ଷ ତଳୁ ଆବେଦନ କରିଛନ୍ତି ଅରୁଣ । କିନ୍ତୁ ମାସକ ଆଗରୁ ଥିବା ଜିଲ୍ଳା ଶିକ୍ଷା ଅଧିକାରୀ ଧୃବଚରଣ ବେହେରାଙ୍କ ଅହଙ୍କାର ଯୋଗୁଁ ପଡିରହିଛି ଫାଇଲ । ଅରୁଣଙ୍କ ବଦଳି ନେଇ ଭିନ୍ନକ୍ଷମ କମିଶନରଙ୍କ ପାଖରୁ ରାଜ୍ୟ ଶିକ୍ଷା ବିଭାଗକୁ ନୋଟିସ ବି ହୋଇଛି । ରାଜ୍ୟ ଶିକ୍ଷା ବିଭାଗ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ଅରୁଣଙ୍କ ବଦଳିର ଷ୍ଟାଟସ ରିପୋର୍ଟ ବି ମାଗିଛନ୍ତି । କିନ୍ତୁ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆଜିଯାଏ ପଡିରହିଛି ଫାଇଲ ।
ଦେହ ଖରାପ ସତ୍ତ୍ବେ ମିଳିଲାନି ଛୁଟି। ମାନିଲେନି ପ୍ରିନ୍ସିପାଲ୍, ଶିକ୍ଷକ ହେଲେ ଗୁରୁତର। ସାଲାଇନ୍ ଲଗାଇ ସ୍କୁଲ ଦୁଆରେ ଛାଡ଼ିଲେ ପରିବାର।
ବଲାଙ୍ଗିର ପୁଇଁନ୍ତଳା ବାନ୍ଧନବାହାଲ ଗାଁର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ୩ ମାସ ହେଲା ଦରମା ନମିଳିବା ଅଭିଯୋଗରେ ଛୁଟି ମାଗିଥିଲେ । ସୂଚନାଯୋଗ୍ୟ ଶିକ୍ଷକ ଜଣକ ଛୁଟି ପାଇଁ ଅଜବ ଦରଖାସ୍ତ ଦେବାପରେ ମୂଲ ଲାଗିଥିଲେ ।
ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଭୂଦତ୍ତ ସାହୁ । ପିଲାଙ୍କୁ ପଢ଼ାଉଥିଲେ ମଧ୍ୟ ତାଙ୍କୁ ତିନି ମାସ ଧରି ଟଙ୍କାଟିଏ ବି ଦରମା ମିଳିନି । ଏଥିପାଇଁ ସେ ଛୁଟି ନେଇ ଜମିରେ ମଜୁରୀ ଲାଗିଛନ୍ତି ।
ସ୍କୁଲ୍ ନଯାଇ ମୂଲ ଲାଗିଛନ୍ତି ବଲାଙ୍ଗିର ଜିଲ୍ଳା ପୁଇଁନ୍ତଳା ବ୍ଲକ୍ ବାନ୍ଧନବାହାଲ ଗାଁର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ।
ଛାତ୍ରୀ ଜଣକ ଖ୍ରୀଷ୍ଟ ମାସ ଛୁଟିରେ ଘରକୁ ଆସିଥିଲେ। ଜାନୁଆରୀରେ ବିଦ୍ୟାଳୟ ଖୋଲିଥିଲା। ହେଲେ ବିଦ୍ୟାଳୟ ଯିବେନି ବୋଲି ରୋକ୍ଠୋକ୍ ଭାବେ କହିଥିଲେ। ଘର ଲୋକେ ବିଦ୍ୟାଳୟ ଯିବା ପାଇଁ ଯେତେ କହିଲେ ମଧ୍ୟ ସେ ଯିବା ପାଇଁ ରାଜି ହୋଇନଥିଲେ।
ନୂଆ ଜମି କିଣିବା ଲାଗି ଆବେଦନ କରିଥିବା ଆବେଦନକାରୀମାନେ ଜମିର ତଥ୍ୟ ପ୍ରଦାନ କରିବା ସହିତ କିଣିଥିବା ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ ।
ଅନେକ ଯୁବକ ଶିକ୍ଷକ ହେବାର ସ୍ୱପ୍ନ ଦେଖୁଥାନ୍ତି। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(OSSC) ଏହି ସୁଯୋଗ ନେଇ ଆସିଛି।
ଦୁଷ୍କର୍ମ ଉଦ୍ୟମ ପରେ ଛାତ୍ରୀକୁ ମାରି ପିଙ୍ଗିଦେଲେ ସ୍କୁଲ ପ୍ରିନ୍ସପାଲ୍। ଦୋଷ ଲୁଚାଇବା ପାଇଁ ପରିବାର ଲୋକଙ୍କ ସହ ମିଶି ଖୋଜାଖୋଜି ବି କଲେ। ହେଲେ ଅଭିଯୁକ୍ତ ପ୍ରିନ୍ସପାଲ୍ ସାର୍ଙ୍କୁ ଧରାଇଦେଲା ଗୁଗଲ ଟାଇମଲାଇନ୍।
ମହାରାଷ୍ଟ୍ରରେ ପୁଣି ଲଜ୍ଜା । ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ । ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିଲେ ଶିକ୍ଷକ ।
ସୁନ୍ଦର ପ୍ରୟାସ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଶିକ୍ଷକ ବିଭୀଷଣ ବାରିକ । ପିଲାଦିନୁ ଇଚ୍ଛା ଥିଲା ଯେଉଁଠି କର୍ମମୟ ଜୀବନ ଆରମ୍ଭ କରିବେ ସେଠି କିଛି ନୂଆକରି ଦେଖାଇବେ । ଆଉ ଆଜି ତାହା ବାସ୍ତବ ରୂପ ନେଇଛି ।
କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାର ଶୁଣାଣି କରି ମେରିଟ୍ ଲିଷ୍ଟ କାଏମ ରଖିଛନ୍ତି ହାଇକୋର୍ଟ । ଜଣିକିଆ ଖଣ୍ଡପୀଠଙ୍କ ରାୟ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ ।
ସରକାରୀ ଚାକିରୀ କରି ରାଜନୈତିକ ଦଳର କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ପ୍ରଚାର କରି ଆସୁଥିଲେ। ଏ ନେଇ ବିଭାଗ ଜାଣିବା ପରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ହେଲେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣକ ତାହାର କୌଣସି ଉତ୍ତର ନ ଦେଇ ଚୁପ ରହିଥିଲେ।
କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ । ସେ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା l ଗତ ଏପ୍ରିଲ ୧୩ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବାଜା ବାଜାଇ । ତାଳେ ତାଳେ ଜମାଣିଆ ନାଚ ବି । କୌଣସି ବାହା କି ବ୍ରତଘର ହେଉନାହିଁ। ନିଜ ଅତି ପ୍ରିୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଏକ ଶୋଭାଯାତ୍ରା ବାହାର କରିଥିଲେ ପୁରାତନ ଛାତ୍ରଛାତ୍ରୀ ।
ଓଡ଼ିଶାରେ ଶିକ୍ଷକ ପଦବୀରେ ନିଯୁକ୍ତି ନେଇ ଅନେକ ଯୁବପିଢିଙ୍କ ସ୍ୱପ୍ନ ରହିଛି। ଆପଣ ଯଦି ଶିକ୍ଷକ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁଯୋଗ ଆସିଛି। ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ(OAVS) ଏହି ସୁଯୋଗ ନେଇଆସିଛି। ଏନେଇ OAVS ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଓଡ଼ିଶାରେ ରହି ଶିକ୍ଷକ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ପାଇଁ ପୁଣି ଏକ ସୁଯୋଗ ଆଣିଲେ ଓଡ଼ିଶା ସରକାର। ଓଡ଼ିଶା ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ଏନେଇ ଏକ ନୂଆ ସଂକ୍ଷିପ୍ତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।
ଓଡ଼ିଶାରେ ରହି ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ସରକାର ଅଧିନରେ ଥିବା ଜୟଶଙ୍କର ସେବାଶ୍ରମରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପାଇଁ ପଦବୀ ବାହାରିଛି। ଏନେଇ ଜୟଶଙ୍କର ସେବାଶ୍ରମ ଏକ ବିଜ୍ଞପ୍ତି ପ୍ରକାଶ କରିଛି।