ରାଜ୍ୟରେ ଆଗାମୀ ଦୁଇ ଦିନ କଲବଲ କରିବ ତାତି । ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ ବଢିବା ସମ୍ଭାବନା । ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ତେବେ ଗତକାଲି ରାଜ୍ୟର ୩ ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ଥିଲା
ଆସନ୍ତା ମେ' ପହିଲା ଯାଏଁ ଏଭଳି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଟ୍ୱିନସିଟିବାସୀଙ୍କୁ ତ୍ରାହି ମିଳିବନି । ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦେଖି ମେ ୧ ଯାଏଁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି।
ଆଜି ବି କଲବଲ କରିବ ତାତି । କାରଣ ଆଜି ସାଢ଼େ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଉପରମୁହାଁ ହେଲାଣି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପ୍ରାୟ ୭ଟି ସହରରେ ପାରଦ ୩୩ ଡିଗ୍ରୀ ଉପରେ ରହିଛି ।
କଲବଲ କରିଲାଣି ତାତି । ଚଳିତ ବର୍ଷର ପାରଦ ୪୦ ଡିଗ୍ରୀ ଛୁଇଁଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାତି ବଢିବ ବୋଲି ପାଣିପାଗ ବିଭାଗର ସୂଚନା । ଏଥିସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେବ ।
ନାହିଁନାହିଁରେ ଚାଲିଛି କେନ୍ଦ୍ରାପଡ଼ା ବସଷ୍ଟାଣ୍ଡ । ଯାତ୍ରୀଙ୍କ ଲାଗି ପିଇବା ପାଣିର ବ୍ୟବସ୍ଥା ନାହିଁ କି ଶୌଚାଳୟଟିଏ ନାହିଁ । ସ୍ଥିତି ଏମିତି ହେଲାଣି ଯେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ଲୋକେ ସିଝୁଛନ୍ତି ସତ ହେଲେ ବସିବା ଲାଗି ଛାଇ ଟିକେ ନାହିଁ । ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନୂଆ ବସ୍ଷ୍ଟାଣ୍ଡ ତିଆରି ହେବ କହି ଶୌଚାଳୟ , ପାନୀୟଜଳ, ଦୋକାନ ଘରକୁ ମାଟିରେ ମିଶେଇ ଦିଆଗଲା । ହେଲେ ଏଯାଏଁ ତିଆରି ହେଲାନି
ବର୍ଷ ବର୍ଷ ଧରି ଅନେକ ସ୍ଥାନରେ ଖତ ଖାଇଲାଣି ୱାଟର ଏଟିଏମ
ଆଗାମୀ କିଛି ଦିନ ଧରି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ଆଜି ସକାଳେ ସାଢ଼େ ୮ଟାରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି।
ତାଳଚେରରେ ସର୍ବାଧିକ ୩୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଥିବା ବେଳେ ରାଜଧାନୀ ଭୁବନେଶ୍ୱର ଦ୍ୱିତୀୟ ତତଲା ସହର ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୫ ଦିନ ପରେ ରାଜ୍ୟରେ ଆହୁରି ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହୁଛି।
ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରଭାବ ଥିବାର ରେକର୍ଡ କରାଯାଇଛି ।
ପୁଣି ଥରେ ହିଟ୍ ୱେଭ୍ ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା । ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ସତର୍କତା । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ନେଇ ସମ୍ଭାବନା ରହିଛି । ଆଭ୍ୟନ୍ତରରେ ୩ରୁ ୫ ଓ ଉପକୂଳରେ ୨ରୁ ୩ ଡିଗ୍ରୀ ଅଧିକ ରହିବ ।
ଆଜିଠାରୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି । ରାଜ୍ୟରେ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଏହି ନିଷ୍ପତ୍ତି ନିଆଯାଇଛି ।
ଏପ୍ରିଲ ୨୫ ଠାରୁ ୨୮ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ।
ଏପ୍ରିଲ ଆରମ୍ଭରୁ ଫୁଟିଲାଣି ଟିଟିଲାଗଡ଼। ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଟିଟିଲାଗଡ଼ ସହରର ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ସେଲସିୟସ ଥିଲା। ସାଧାରଣତଃ ଏପ୍ରିଲ ମାସରେ ତାତିରେ ରେକର୍ଡ କରେ ଟିଟିଲାଗଡ଼।
ଖରାରେ ସିଝିବ ସାରା ଓଡ଼ିଶା। ୧୮ ତାରିଖ ଯାଏ ରାଜ୍ୟରେ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବ। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ।