Advertisment

Marijuana Supply: ଗଞ୍ଜେଇ ଚାଲାଣର ନୂଆ କରିଡର ପାଲଟିଛି ଖୋର୍ଦ୍ଧା

ଉନସୁଗାର କାରବାର ଉପରେ ପୋଲିସର କଡ଼ା ନଜର ପରେ ଏବେ ଗଂଜେଇ କାରବାରରେ ମାତିଛନ୍ତି ନିଶାବେପାରୀ। ଖୋର୍ଦ୍ଧାର ବିଭିନ୍ନ ଥାନା ଅଞ୍ଚଳରୁ ଗତ ମାସକ ଭିତରେ ଅବକାରୀ ବିଭାଗ ପକ୍ଷରୁ ୫ଟି ଗାଡି ସହ ମୋଟ ୭୦ ଲକ୍ଷର ଗଂଜେଇ ଧରାପଡିଛି । ମାମଲାରେ ଏବେସୁଦ୍ଧା ୮ ଅଭିଯୁକ୍ତ ବନ୍ଧା ହୋଇଛନ୍ତି।

author-image
Saroj Kumar Jena
khordha

khordha

ନାମୀଦାମୀ କାରରେ ଗଂଜେଇ ଚାଲାଣ। ସାଙ୍ଗରେ ନେଉଛନ୍ତି ମାରଣାସ୍ତ୍ର ଓ ଏସକର୍ଟ ଟିମ୍ । ବ୍ରାଉନସୁଗାର କାରବାର ଉପରେ ପୋଲିସର କଡ଼ା ନଜର ପରେ ଏବେ ଗଂଜେଇ କାରବାରରେ ମାତିଛନ୍ତି ନିଶାବେପାରୀ। ଖୋର୍ଦ୍ଧାର ବିଭିନ୍ନ ଥାନା ଅଞ୍ଚଳରୁ ଗତ ମାସକ ଭିତରେ ଅବକାରୀ ବିଭାଗ ପକ୍ଷରୁ ୫ଟି ଗାଡି ସହ ମୋଟ ୭୦ ଲକ୍ଷର ଗଂଜେଇ ଧରାପଡିଛି । ମାମଲାରେ ଏବେସୁଦ୍ଧା ୮ ଅଭିଯୁକ୍ତ ବନ୍ଧା ହୋଇଛନ୍ତି। ତଥାପି ପ୍ରତିଦିନ ନିଶାବେପାରୀ ନୂଆ ନୂଆ ତରିକାରେ ନିଶା କାରବାର କରୁଥିବା ବେଳେ, ଅବକାରୀ ବିଭାଗ କିମ୍ବା ପୋଲିସ ସୁରାକ ପାଉନଥିବା ଅଭିଯୋଗ ହୋଇଛି । ସେପଟେ ଅବକାରୀ ବିଭାଗ କହିଛି ଚୋରାଚାଲାଣ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ।

Advertisment

ଅଧିକ ବଢ଼ନ୍ତୁ: ଝିଅ ପାଇଁ ବାପାର ଶବକୁ ଦଣ୍ଡ ଦେଲେ ଗ୍ରାମବାସୀ, ଛାତି ଫଟାଇ କାନ୍ଦୁଛି ସ୍ତ୍ରୀ...

ନିଶା କାରବାରର ନୂଆ କରିଡ଼ର ପାଲଟିଛି କନ୍ଧମାଳ, କୋରାପୁଟ, ମାଲକାନାଗିରି ଭାୟା ଖୋର୍ଦ୍ଧା। ଏନଏଚ୍ ୫୭ ଓ ଏନଏଚ୍ ୧୬ ସାଜିଛି ଗଂଜେଇ ମାଫିଆଙ୍କ ସିକ୍ରେଟ୍ ରୁଟ୍ । ଧଳାଜହର କାରବାର ଉପରେ କଡ଼ା ଆକ୍ସନ ପରେ ଏବେ ଗଂଜେଇ କାରବାର ଆଡକୁ ଢଳିଲେଣି ନିଶା ବେପାରୀ। ଗତ ମାସକ ମଧ୍ୟରେ ପ୍ରାୟ ୭୦ ଲକ୍ଷ ଟଙ୍କାର ଗଂଜେଇ ଧରପଡିବା ପରେ, ଅଧିକ ସତର୍କ ହୋଇଛି ଅବକାରୀ ବିଭାଗ।

Advertisment

ପିତାପଲ୍ଲୀ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ କାର୍, ଆଉ କାର ଚାଳକ ଫେରାର ମାରିଥିଲେ । ସ୍ଥାନୀୟ ଲୋକ ଆସି କାର ଦେଖିଲା ବେଳେ, ଦେଖିବାକୁ ପାଇଥିଲେ ପୁଳାପୁଳା ଗଂଜେଇ ପ୍ୟାକେଟ୍ । ଖବର ପାଇ ଅବକାରୀ ବିଭାଗ ୧ କୁଇଣ୍ଟାଲ ୬୦ କେଜି ଗଂଜେଇ ଜବତ କରିଛି । ଠିକ୍ ସେହିପରି ଏକ ପିକଅପ ଭ୍ୟାନରେ ୪ କୁଇଣ୍ଟାଲ ଗଂଜେଇ ଚାଲାଣ ବେଳେ ନିରାକାରପୁର ଲେବୁଲ କ୍ରସିଂ ନିକଟରୁ ଧରାପଡିଥିଲା । ଖୋର୍ଦ୍ଧା ଅଞ୍ଚଳରେ ବ୍ରାଉନସୁଗାର କାରବାର ଉପରେ ପୋଲିସ ଏବଂ ଅବକାରୀ ବିଭାଗ ନଜର ରଖିଥିବା ବେଳେ ଏବେ ଗଞ୍ଜେଇ ଚୋରା କାରବାର ବଢିବାକୁ ନେଇ ଉଦବେଗ ପ୍ରକାଶ ପାଇଛି ।

ସେହିପରି ଖୋର୍ଦ୍ଧାର ନୂଆ ମେଡିକାଲ ଛକ ଏବଂ ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ଦାମୀ କାରରେ ଗଞ୍ଜେଇ ଜବତ ହେବାପରେ ଅବକାରୀ ବିଭାଗ ଚିନ୍ତାରେ । ଚୋରାଚାଲାଣ ପାଇଁ ନାମି ଦାମୀ କାର, ମାରଣାସ୍ତ୍ର ଏବଂ ଏସକର୍ଟ ଟିମ୍ ରଖୁଛନ୍ତି ନିଶା ବେପାରୀ । ବର୍ଷ ଆରମ୍ଭରୁ ଏବେ ସୁଦ୍ଧା ଗୋଟିଏ ମାସରେ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୫ଟି ଗାଡ଼ି ଜବତ ହେବା ସହରବାସୀଙ୍କୁ ଚିନ୍ତାରେ ପକାଇଛି। ଖୋର୍ଦ୍ଧା ସହର ଦେଇ ୬ଟି ଜିଲ୍ଲାର ସହଜ ସଂଯୋଗ ପଥ ରହିଥିବାରୁ ମାଫିଆ ମାନେ ଏହାକୁ ସେମାନଙ୍କ ନିରାପଦ ଚରାଭୂଇଁ କରିଥିବା କୁହାଯାଉଛି । ସେପଟେ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ କହିଛନ୍ତି ଆଗକୁ ଚୋରା ନିଶା ମାଫିଆଙ୍କ ଉପରେ ଜୋରଦାର କାର୍ଯ୍ୟାନୁଷ୍ଠାନ ହେବ ।

ଅଧିକ ବଢ଼ନ୍ତୁ: ଡାକ୍ତର ହେବ ତ ଏମିତି; ଦେହରେ ଲାଗିଥିଲା ସଲାଇନ୍‌; ଜାରି ରଖିଥଲେ ରୋଗୀ ସେବା

Ganja Seized Khordha
Advertisment
Advertisment