Advertisment

Road Accident: ଘନ କୁହୁଡି ହେଲା କାଳ; କଣ୍ଟେନରକୁ ଧକ୍କା ଦେଲା କଣ୍ଟେନର

ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ କ୍ୟାବିନ ଭିତରେ ଚାପି ହୋଇଥିବା କଣ୍ଟେନର ଡ୍ରାଇଭରକୁ ଉଦ୍ଧାର କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Road Accident

Road Accident

ଘନ କୁହୁଡି ହେଲା କାଳ। କଣ୍ଟେନରକୁ ପଛପଟୁ ଧକ୍କା ଦେଲା ଧକ୍କାଦେଲା କଣ୍ଟେନର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ NH ୬୦ ଆମ୍ବଳିଅଠା ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କଣ୍ଟେନର ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ବାଲେଶ୍ୱରରୁ ଏକ ପାର୍ଶଲ୍ ବୋଝେଇ କଣ୍ଟେନର ଖଡଗପୁର ଅଭିମୁଖେ ଯାଉଥିଲା। ମରାମତି କାମ ଚାଲିଥିବାରୁ ଆମ୍ବଳିଅଠା ବାଇପାସ୍ ନିକଟରେ ଗାଡ଼ିଟି ଧୀରେ ଧୀରେ ଯାଉଥିଲା। ଏହି ସମୟରେ ଏକ କଣ୍ଟେନର ଆସି ପାର୍ଶଲ୍ ବୋଝେଇ କଣ୍ଟେନରକୁ ଧକ୍କା ଦେଇଥିଲା।

ଫଳରେ ପାର୍ଶଲ ବୋଝେଇ କଣ୍ଟେନରଟି ଭାରସାମ୍ୟ ହରାଇ NH କଡ଼କୁ ଖସି ପଡ଼ିଥିଲା। ଗାଡ଼ି ଭିତରେ ଥିବା ଡ୍ରାଇଭର ଗାଡ଼ିର କ୍ୟାବିନ ଭିତରେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଦୁର୍ଘଟଣା ସଂପର୍କରେ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ କ୍ୟାବିନ ଭିତରେ ଚାପି ହୋଇଥିବା କଣ୍ଟେନର ଡ୍ରାଇଭରକୁ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ରାଜ୍ୟରେ କିଛି ଦିନ ହେବ ଶୀତ କମିଯାଇଥିବା ବେଳେ ଘନ କୁହୁଡ଼ି ହେଉଛି। ଫଳରେ ରାସ୍ତାଘାଟ ଦେଖାଯାଉ ନାହିଁ। ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଛି।ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ଅଧିକ ପଢ଼ନ୍ତୁ: ଟ୍ରକ୍ ଭିତରେ ଦୀର୍ଘ ୪ ଘଣ୍ଟା ଫସିରହିଲା ଚାଳକ, କଟର ସାହାଯ୍ୟରେ କାଟି ଉଦ୍ଧାର ପରେ ବି ହେଲା କିଛି ଏମିତି ...

Balasore Road Accident
Advertisment
Advertisment