• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ରାଜ୍ୟରେ ଫେ‍ବୃଆରୀ ମାସରୁ ଉପରମୁହାଁ ହେଲାଣି ପାରଦ । ଓଡ଼ିଶାରେ ଶୀତର ପ୍ରକୋପ ହ୍ରାସ ପାଇଥିବା ବେଳେ ୩୬ ଡିଗ୍ରୀ ପାର କଲାଣି ଦିନର ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ତାତି ବୃଦ୍ଧି ପାଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଖରା ମାଡ଼ରେ ଗାଏବ ହେଲାଣି ମାଘର ଜାଡ଼ । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଖରାରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଆଉ ଆବଶ୍ୟକ ପଡୁନି ଶୀତ ପୋଷାକ । ଘରେ ହେଉ କି ବାହାରେ, ଦେହରୁ ଗମଗମ୍ ଝାଳ ବାହାରୁଛି । ଗତ କିଛି ଦିନ ହେବ ରାଜ୍ୟରେ ଏମିତି ବଦଳିଛି ପାଣିପାଗର ମିଜାଜ । ଗତ ୨୪ ଘଣ୍ଟାରେ ବଲାଙ୍ଗିରରେ ଚଳିତ ବର୍ଷ ପ୍ରଥମ ଥର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡି ୩୫.୮, ଝାରସୁଗୁଡା ୩୫.୬, ସମ୍ବଲପୁର ୩୫.୧ ଓ ଭବାନୀପାଟଣାରେ ତାପମାତ୍ରା ରହିଥିଲା ୩୫ ଡିଗ୍ରୀ ସେଲସିୟସ୍। ରାଜଧାନୀ ଭୁବନେଶ୍ବରରେ ପାରଦ ୩୪.୯ ଡିଗ୍ରୀ ସେଲସିୟସ୍ ରହିଥିଲା ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ୪-୫ ଦିନ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ତେଣୁ ତାପମାତ୍ରା ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ମେଘମୁକ୍ତ ଆକାଶ ସହ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରଭାବରେ ତାପମାତ୍ରା ବଢିଛି। ଫେବ୍ରୁଆରୀରେ ଅଚାନକ ଶୀତ ଗାଏବ ହେବା ସହ ଖରା ବଢ଼ିବା ଜନଜୀବନକୁ ପ୍ରଭାବିତ କରିପାରେ ।

ସାଧାରଣତଃ ଫେ‍ବୃଆରୀ ମାସ ବେଳକୁ ଶୀତ ଏହାର ପ୍ରକୋପ ଦେଖାଇଥାଏ । ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିବାକୁ ଯାଉଛି। ଶୀତର ପ୍ରକୋପ ହ୍ରାସ ପାଇଥିବା ବେଳେ ଫେବୃଆରୀ ମାସରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ଜଣାପଡିଛି । ଏବର୍ଷ ଫେବ୍ରୁଆରୀରୁ ତାତୁଛି ଓଡ଼ିଶା । ଶୀତ ସରିବା ସହ ଅଚାନକ ବଢିଛି ଖରା।

ଅଧିକ ପଢ଼ନ୍ତୁ: କଲବଲ କରିବ ତାତି, ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ ବଢିବା ସମ୍ଭାବନା

OTV is now on Whatsapp

Join and get latest news update delivered to you via whatsapp

Join Now