/odishatv-khabar/media/post_attachments/uploadimage/library/16_9/16_9_0/Subhadra_1738507990.jpg)
Subhadra
ମହିଳାମାନଙ୍କ ପାଇଁ ଖୁସି ଖବର। ଆସନ୍ତା ୮ ତାରିଖରେ ପୁଣି ମିଳିବାକୁ ଯାଉଛି ‘ସୁଭଦ୍ରା’ ଟଙ୍କା। ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଯାଜପୁରରେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଞ୍ଚରୁ ପଠାଇବେ ରାଜ୍ୟ ସରକାର। ସେଥିପାଇଁ ବ୍ୟାସନଗର ଚାନ୍ଦମା ପଡ଼ିଆରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ତେବେ ତା’ପୂର୍ବରୁ NPCI ସମସ୍ୟା ଥିବା ଆବେଦନକାରୀଙ୍କୁ ବ୍ୟାଙ୍କ ଯାଇ ସମସ୍ୟା ଦୂର କରିବାକୁ ପୁଣିଥରେ ଅପିଲ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସେ କହିଛନ୍ତି, ଆସନ୍ତାକାଲି ସୋମବାର ଓ ମଙ୍ଗଳବାର ବ୍ୟାଙ୍କକୁ ଯାଇ NPCI ଚେକ୍ କରିପାରିବେ। କାରଣ ଏବେ ମଧ୍ୟ ଅଢେଇ ଲକ୍ଷ ଆବେଦନକାରୀଙ୍କ NPCI ସମସ୍ୟା ଅଛି। ସେହିପରି ଲକ୍ଷେରୁ ଅଧିକ ଆବେଦନକାରୀଙ୍କ KYC ଅପଡେଟ୍ ହୋଇନି। ବ୍ୟାଙ୍କକୁ ଯାଇ ଏହାର ସମାଧାନ କରିଦେଲେ ଚତୁର୍ଥ ପର୍ଯ୍ୟାୟରେ ସେମାନେ ସାମିଲ ହୋଇପାରିବେ ବୋଲି ପ୍ରଭାତୀ କହିଛନ୍ତି। ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଯିବା ପରେ ମୋଟ୍ ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିପାରେ। ତେବେ ଫେବ୍ରୁୟାରୀରେ ଯଦି କିଏ ସହାୟତା ପାଇବାରୁ ବଞ୍ଚିତ ବି ହୁଅନ୍ତି, ମାର୍ଚ୍ଚ ୮ ସୁଦ୍ଧା ଯାଞ୍ଚ କରି ତଥ୍ୟ ଦାଖଲ ପରେ ଟଙ୍କା ପାଇପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ବଜେଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେଡି ଓ କଂଗ୍ରେସ
ସେପଟେ ସୁଭଦ୍ରାରେ ସାମିଲ ହେବା ପାଇଁ କିଏ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନିରାଶ ତ ଆଉ କାହାର ସଠିକ ଡକ୍ୟୁମେଣ୍ଟ ନଥିବାରୁ ହୋଇପାରୁନି KYC ଅପଡେଟ୍। ଏଇ ଯେମିତି, ବାଲେଶ୍ୱର ଖଇରା ବ୍ଲକ କୁସୁନପୁରର ପାର୍ବତୀ ଜେନା। ତାଙ୍କ ପରେ ପରେ ଯେଉଁମାନେ ଆବେଦନ କରିଛନ୍ତି, ସେମାନେ ସୁଭଦ୍ରା ଟଙ୍କା ପାଇଲେଣି। ହେଲ ସେ କିନ୍ତୁ ପାଇନାହାନ୍ତି। କେଉଁଠି ରହୁଛି ସମସ୍ୟା, ସେ କିଛି ଜାଣିପାରୁନଥିବା କହିଛନ୍ତି। ସମାନ ସମସ୍ୟା ଭିତରେ ଘାଣ୍ଟି ହେଉଛନ୍ତି ନୀଳଗିରି ଗୋହିରା ଅଞ୍ଚଳର ସାବିତ୍ରୀ ସିଂ। ନାଁ ସେ ସଠିକ ଡକ୍ୟୁମେଣ୍ଟ ଯୋଗାଡ଼ କରିପାରୁଛନ୍ତି ନାଁ ହୋଇପାରୁଛି KYC ଅପଡେଟ୍। ତେଣୁ ସେ ଚିନ୍ତାରେ ପଡ଼ି ଯାଇଛନ୍ତି।
ଏଭଳି ନାନା ସମସ୍ୟାକୁ ଦେଖି ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ କାର୍ଯ୍ୟକ୍ରମ ହାତକୁ ନେଇଛି ବିଭାଗ। ଆସନ୍ତା ମାର୍ଚ୍ଚରୁ ଶୁଣ ସୁଭଦ୍ରା ଏବଂ କୁହ ସୁଭଦ୍ରା ମାଧ୍ୟମରେ ଏସବୁର ସମାଧାନ ହେବ। ସୁଭଦ୍ରା ସେତୁ ମାଧ୍ୟମରେ ସମୟକ୍ରମେ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)