Advertisment

Weather Update: ତାତିରୁ ମିଳିବ ଆଶ୍ୱସ୍ତି; କାଲିଠୁ ପାଗରେ ପରିବର୍ତ୍ତନ!

ଆଜି ପାଇଁ ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ ଏବଂ ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓଡ଼ିଶାରେ କାଲିଠୁ ପାଗରେ ପରିବର୍ତ୍ତନ ଦେଖାଦେବ। ୨୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Weather

ରାଜ୍ୟରେ ଉପରମୁହାଁ ପାରଦ। ଜଳୁଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରେ ଆସନ୍ତାକାଲି ଯାଏ ହିଟୱେଭ୍ କଣ୍ଡିସନ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଉପରମୁହାଁ ପାରଦ, ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ହିଟୱେଭ୍ ୱାର୍ଣ୍ଣିଂ

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆଜି ପାଇଁ ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ ଏବଂ ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଓଡ଼ିଶାରେ କାଲିଠୁ ପାଗରେ ପରିବର୍ତ୍ତନ ଦେଖାଦେବ। ୨୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଏପରିକି କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ। ଗତକାଲି ବି ରାଜ୍ୟରେ ସବୁଠୁ ତତଲା ସହର ପାଲଟିଥିଲା ବୌଦ୍ଧ। ବୌଦ୍ଧରେ ଗତକାଲି ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ ହୋଇଥିଲା। । ତା’ପଛକୁ ବରଗଡରେ ୪୨ ଡିଗ୍ରୀ, ଅନୁଗୋଳ ୪୦.୭, ଟିଟିଲାଗଡ ୪୦.୫ ଏବଂ ମାଲକାନଗିରି ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ଭୁବନେଶ୍ୱରରେ ଗତକାଲି ତାପମାତ୍ରା ସାମାନ୍ୟ ଖସି ୩୬.୭ ଡିଗ୍ରୀ ରହିଥିଲା।

ଅଧିକ ପଢ଼ନ୍ତୁ: ଆସନ୍ତା ୩ ଦିନ ରାଜ୍ୟରେ ବର୍ଷା ସମ୍ଭାବନା, ୨୨ ପରେ ପାଗରେ ପରିବର୍ତ୍ତନ

Weather Odisha Weather Weather Update
Advertisment
Advertisment