/odishatv-khabar/media/post_attachments/uploadimage/library/16_9/16_9_0/Anganwadi_1742350815.jpg)
Anganwadi
ସକାଳ ୭ଟାରୁ ୯ଟା ଚାଲିବ ଅଙ୍ଗନବାଡ଼ି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଙ୍ଗନବାଡି ସକାଳୁଆ କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ସ୍କୁଲ ଗୁଡିକୁ ସକାଳୁଆ କରିବା ପାଇଁ ତୁରନ୍ତ sop ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Advertisment
ଅଧିକ ପଢ଼ନ୍ତୁ: ଅଙ୍ଗନବାଡ଼ି ଅଣ୍ଡା ଦାମ୍ ବଢାଇଲେ ମୋହନ ସରକାର, ଏଣିକି ଏତିକି ଟଙ୍କା
ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ସଂପର୍କରେ ଗତକାଲି ଲୋକସେବା ଭବନରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବୈଠକରେ ସମସ୍ତ ଜିଲ୍ଲାପାଳ ଓ ବିଭାଗସ୍ତରୀୟ ଅଧିକାରୀଙ୍କୁ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ SOP ଆଧାରରେ କାମ କରିବାକୁ କୁହାଯାଇଥିଲା।
ଏଥିସହ ଦିନ ୧୧ଟାରୁ ୫ ଓ ରାତି ୯ଟାରୁ ସକାଳ ୬ ବିଦ୍ୟୁତ୍ କାଟ୍ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସେହିପରି ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ଦିନ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
Advertisment
ଅଧିକ ପଢ଼ନ୍ତୁ : ଅଙ୍ଗନବାଡ଼ିରେ ମିଳିବ ବିରିୟାନୀ, ଛୁଆର ଦାବି ମାନିନେଲେ ମନ୍ତ୍ରୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)