Advertisment

Heatwave Hotspot Boudh: ହିଟୱେଭର ନୂଆ ହଟସ୍ପଟ ପାଲଟିଛି ବୌଦ୍ଧ, ଭାଙ୍ଗିବ ଟିଟିଲାଗଡର ରେକର୍ଡ!

ଦିନ ଥିଲା, ହିଟୱେଭର ହଟସ୍ପଟ୍ ପାଲଟିଥିଲା ଟିଟିଲାଗଡ଼। କିଏ ୟାକୁ କହୁଥିଲା ତତଲାଗଡ଼ ତ ଆଉ କିଏ ଟିଟିଲାଗଡ଼ ଉପରେ ଗୀତ ରଚନା କରିଥିଲେ। ହେଲେ ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗି ଏକଦା ୫୦ ଡିଗ୍ରୀ ଟପିଥିବା ଟିଟିଲାଗଡ଼ ଆଉ ଆଗ ଭଳି ନାହିଁ।

author-image
Saroj Kumar Jena
ଅଦ୍ୟତନ ହୋଇଛି
undefined

boudh

ଦିନ ଥିଲା, ହିଟୱେଭର ହଟସ୍ପଟ୍ ପାଲଟିଥିଲା ଟିଟିଲାଗଡ଼। କିଏ ୟାକୁ କହୁଥିଲା ତତଲାଗଡ଼ ତ ଆଉ କିଏ ଟିଟିଲାଗଡ଼ ଉପରେ ଗୀତ ରଚନା କରିଥିଲେ। ହେଲେ ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗି ଏକଦା ୫୦ ଡିଗ୍ରୀ ଟପିଥିବା ଟିଟିଲାଗଡ଼ ଆଉ ଆଗ ଭଳି ନାହିଁ। ବରଂ ଚଳିତ ବର୍ଷ ବୌଦ୍ଧ ମୁହାଁଇଛି ସେହି ଦିଗରେ। କାରଣ ଏହି ମାର୍ଚ୍ଚରେ ତିନି ତିନି ଥର ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଲାଣି ବୌଦ୍ଧ। ତେବେ କାହିଁକି ବୌଦ୍ଧ ଏବେ ସବୁଠୁ ହଟ୍, ଆଉ ଟିଟିଲାଗଡ଼ କୁଲ୍।

Advertisment

ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ବୌଦ୍ଧ ତାପମାତ୍ରା। କେବେ ରାଜ୍ୟରେ ତ କେବେ ଦେଶରେ। ମାର୍ଚ୍ଚ ପହିଲାରୁ ଉପରମୁହାଁ ପାରଦ ଟ୍ରେଣ୍ଡରେ ପ୍ରାୟଦିନ ଶୀର୍ଷରେ ରହୁଛି ବୌଦ୍ଧ ସହର। ମାର୍ଚ୍ଚ ୧୨ରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ସର୍ବାଧିକ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା ବୌଦ୍ଧରେ। ଏହାର ୩ ଦିନ ପରେ ଅର୍ଥାତ ମାର୍ଚ୍ଚ ୧୫ରେ ୪୨.୫, ୧୬ ତାରିଖରେ ୪୩.୬ ଏବଂ ୧୭ ତାରିଖରେ ୪୩.୫ ଡିଗ୍ରୀ ସହ ଦେଶରେ ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି ଓଡ଼ିଶା ମଧ୍ୟଭାଗରେ ଅବସ୍ଥିତ ଏହି ସହର। ତାତି ବଢୁଥିବା ସହର ତାଲିକାରେ ଝାରସୁଗୁଡ଼ା ଓ ବରଗଡ଼ ଥିଲେ ବି ବୌଦ୍ଧ କିନ୍ତୁ ରେକର୍ଡ ପରେ ରେକର୍ଡ କରିଚାଲିଛି।

ଅଧିକ ପଢ଼ନ୍ତୁ : ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା 

Advertisment

ତେବେ କାହିଁକି ସାରା ଦେଶରେ ଉତ୍ତପ୍ତ ସ୍ଥାନ ପାଲଟିଛି ବୌଦ୍ଧ? ତାକୁ ନେଇ ପ୍ରଶ୍ନ ଭିତରେ ଆଶଙ୍କା ବଢ଼ାଇଛି ଗଞ୍ଜେଇ ଚାଷ ପାଇଁ ଜଙ୍ଗଲ ପୋଡ଼ି। ଜିଲ୍ଲାର ୩ଟି ବ୍ଲକର ଜଙ୍ଗଲରେ ଏବେ ନିଆଁ ଜଳୁଛି। ତାସହ ବେଧଡ଼କ ଭାବେ ମୁଣ୍ଡ ଟେକିଛି ଗଣ୍ଡା ଗଣ୍ଡା ପଥର କ୍ରସର୍ ୟୁନିଟ୍। ଅପରପକ୍ଷେ ଜଳସ୍ରୋତ ହ୍ରାସ ପାଇ ମହାନଦୀ ଶଯ୍ୟା ବି ଶୁଖିଲା ପଡ଼ିଛି। ଫଳରେ ବୌଦ୍ଧରେ ତାତି ରେକର୍ଡ କରୁଥିବା ଆକଳନ କରିଛନ୍ତି ପରିବେଶବିତ୍।

ଏତ ଗଲା ବୌଦ୍ଧର କଥା। ଏକଦା ହିଟୱେଭର ହଟସ୍ପଟ୍ ସାଜିଥିବା ଟିଟିଲାଗଡ଼ କଥା ଥରେ ମନେପକାନ୍ତୁ। ୨୦୦୩ ଜୁନ ୫ ତାରିଖ। ପାଣିପାଗ ବିଶେଷଜ୍ଞଙ୍କ ତଥ୍ୟ ଅନୁଯାୟୀ, ଶେଷ ଥର ପାଇଁ ଏଠିକାର ପାରଦ ୫୦ ଡିଗ୍ରୀ ଟପିଥିଲା। ୫୦.୧ ଡିଗ୍ରୀ ସହ ସର୍ବକାଳୀନ ରେକର୍ଡ କରିଥିଲା ସେହି ବର୍ଷ। ସେହିପରି ୧୯୯୯ ମସିହା ଏପ୍ରିଲ ୩୦ରେ ୪୮.୧, ୨୦୧୬ ଏପ୍ରିଲ୍ ୨୧ରେ ୪୮ ଏବଂ ଏପ୍ରିଲ ୨୨ରେ ୪୮.୫ ଡିଗ୍ରୀ ରେକର୍ଡ କରାଯାଇଥିଲା। ତା’ର କାରଣ ଥିଲା ଟିଟିଲାଗଡ଼କୁ ସଂଲଗ୍ନ ଲଣ୍ଡା କୁମୁଡ଼ା ପାହାଡ଼। ଏହି ପାହାଡ଼ ଟାଙ୍ଗରା ଥିଲା ଏବଂ ଆଖପାଖ ଜଳ ଉତ୍ସଗୁଡ଼ିକ ଶୁଖିଲା ରହୁଥିଲା। ଯାହାକୁ ନେଇ ଉଦବେଗ ପରେ ଡେରାଡୁନ ସ୍ଥିତ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରୁ ଏକ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ।

ଏହାପରେ ୧୦ କୋଟି ଅନୁଦାନରେ ହାତକୁ ନିଆଯାଇଥିଲା ବନୀକରଣ ପ୍ରକଳ୍ପ। ନିମ୍ବ, ବର ଗଛ ସହ ଘାସ ଲଗାଇ ଲଣ୍ଡା ପାହାଡ଼କୁ ସବୁଜିମାରେ ପରିବର୍ତ୍ତନ କରିଥିଲେ ସ୍ଥାନୀୟ ଲୋକ ଏବଂ ବନବିଭାଗ। ତା’ସହ ଜଳ ଉତ୍ସଗୁଡ଼ିକର କରାଯାଇଥିଲା ପୁନରୁଦ୍ଧାର। ଏହାର ପ୍ରଭାବରେ ଗତ କିଛି ବର୍ଷ ହେଲା ଏଠିକାର ତାପମାତ୍ରାରେ ସୁଧାର ଆସିଛି। ଅପେକ୍ଷାକୃତ କମ୍ ରହୁଛି ତାତି। ଏବେ ମାର୍ଚ୍ଚ ଆସି ଅଧାରେ। ଆଗକୁ ଏପ୍ରିଲ୍-ମେ। ତେଣୁ ଅସଲ ଗ୍ରୀଷ୍ମ ପ୍ରବାହବେଳକୁ ଟିଟିଲାଗଡ଼ର ରେକର୍ଡ କାଟିବନି ତ ବୌଦ୍ଧ, ସେନେଇ ବଢ଼ିଛି ଆଶଙ୍କା।

ଅଧିକ ପଢ଼ନ୍ତୁ : ପୁଣି ଘାରିଲାଣି ଭଣ୍ଡ ସାରଥୀଙ୍କ ମୋହ; ଚାଲିଛି ପୂଜାର୍ଚ୍ଚନା, ସତସଙ୍ଗ

Weather Boudh Heatwave Titlagarh
Advertisment
Advertisment