Advertisment

Metro to Start in cuttack: ତ୍ରିଶୁଳିଆ ପରିବର୍ତ୍ତେ କଟକ ଯାଏ ଗଡିବ ମେଟ୍ରୋ, ହାଇଲେବଲ କମିଟିର ସମୀକ୍ଷା ଜାରି

ବାତିଲ ହେବନି ମେଟ୍ରୋ ପ୍ରକଳ୍ପ। ବରଂ DPR ବଦଳିବ ଓ ଏୟାରପୋର୍ଟରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ଯାଏଁ ଦୌଡ଼ିବ ମେଟ୍ରୋ। ଆଜି ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

author-image
Saroj Kumar Jena
ଅଦ୍ୟତନ ହୋଇଛି
undefined

metro

ବାତିଲ ହେବନି ମେଟ୍ରୋ ପ୍ରକଳ୍ପ। ବରଂ DPR ବଦଳିବ ଓ ଏୟାରପୋର୍ଟରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ଯାଏଁ ଦୌଡ଼ିବ ମେଟ୍ରୋ। ଆଜି ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। କହିଛନ୍ତି ୟା ଉପରେ ହାଇଲେବଲ କମିଟି ସମୀକ୍ଷା କରୁଛନ୍ତି। ସେପଟେ କଟକକୁ ମେଟ୍ରୋ ଚାଲିବାକୁ ଯୋଜନା ହେଉଥିବା ଶୁଣି ସହରବାସୀ ଖୁସି ପ୍ରକାଶ କରିଛନ୍ତି।

Advertisment

ଆଉ ତ୍ରିଶୁଳିଆ ନୁହେଁ, କଟକ ଯାଏଁ ଚାଲିବ ମେଟ୍ରୋ! କଟକ ମୁଖ୍ୟ ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ଏସସିବି ମେଡିକାଲକୁ ବି ଛୁଇଁବ ମେଟ୍ରୋ! ଏହି ବଡ଼ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ ବିସ୍ତୃତ ଭାବେ କହିଛନ୍ତି- ବର୍ତ୍ତମାନ ସମୟରେ ମେଟ୍ରୋ ପ୍ରକଳ୍ପର ଅଧିକ ଆବଶ୍ୟକତା ରହିଛି। ପୂର୍ବ ସରକାର କେବଳ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପରିକଳ୍ପନା କରିଥିଲେ। ହେଲେ ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ଯେହେତୁ ଯାତ୍ରୀମାନେ ମେଟ୍ରୋରେ କଟକ ଯାଏଁ ଯିବେ, ତେଣୁ ପ୍ରକଳ୍ପର ପରିଧି ବୃଦ୍ଧି ଉପରେ ହାଇଲେବଲ କମିଟି ଅନୁଧ୍ୟାନ କରୁଛି। କମିଟିରେ ଟେକ୍ନିକାଲ ଲୋକଙ୍କୁ ମଧ୍ୟ ରଖାଯାଇଛି। ନନ୍ଦନକାନନ ରୋଡ୍ ରେ ତିନି ଥାକିଆ ରାସ୍ତା ନିର୍ମାଣ ସହ ସବା ଉପରେ ମେଟ୍ରୋ ଚାଲିବ। ତେବେ ମେଟ୍ରୋ ପ୍ରକଳ୍ପ ବାତିଲ ହୋଇଯିବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାକୁ ସିଧାସଳଖ ଖଣ୍ଡନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

Advertisment

ସେପଟେ ଡିପିଆର ବଦଳାଇ ତ୍ରିଶୁଳିଆରୁ କଟକ ଯାଏଁ ମେଟ୍ରୋ ସଂପ୍ରସାରଣ ଯୋଜନା ନେଇ ଖୁସି ପ୍ରକାଶ କରିଛନ୍ତି କଟକ ସହରବାସୀ। କହିଛନ୍ତି ଏହା ହେଲେ ଭୁନେଶ୍ବରରୁ କଟକକୁ ଲୋକମାନଙ୍କ ଯାଆ ଆସ ସୁଗମ ହେବ। ବଡ଼ ମେଡିକାଲ, ହାଇକୋର୍ଟ ଆଦି ପହଞ୍ଚିବାକୁ ସୁବିଧା ହେବ। କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ କଟକ ଯାଏଁ ମେଟ୍ରୋ ଚଳାଇବା ଯୋଜନାକୁ ସ୍ବାଗତ କରିଛନ୍ତି, କହିଛନ୍ତି ଏହା ଆମର ଦାବି ଥିଲା। ତେବେ ସରକାର ପ୍ରକଳ୍ପକୁ କେବଳ କଥାରେ ସୀମିତ ନରଖି ଶୀଘ୍ର କାମ ଆରମ୍ଭ କରନ୍ତୁ। ବିଜେଡି କହିଛି ରାଜ୍ୟ ସରକାର ବାରମ୍ବାର ଡିପିଆର ନବଦଳାଇ ଅତିକମରେ ଆଗେ ତ୍ରିଶୁଳିଆ ଯାଏଁ ମେଟ୍ରୋ ଚଳାନ୍ତୁ।

ଗତ ବିଜେଡି ସରକାର ଅମଳରେ ମେଟ୍ରୋ ଟ୍ରେନ୍ ର ପରିକଳ୍ପନା ହୋଇଥିଲା। ଇଏ ହେଉଛି ଭୁନେଶ୍ବରରେ ଥିବା ତାର ଅଫିସ୍, ସେଠି ଅଛି ମେଟ୍ରୋ ଟ୍ରେନର ରୁଟ୍ ଓ ରିପ୍ଲିକା। ଏମିତିକି ଗତ ସରକାର ଡିପିଆର ପ୍ରସ୍ତୁତ କରି ଟେଣ୍ଡର ଡାକି କାମ ବି ଆରମ୍ଭ କରିଥିଲେ। ୨୦୨୭ ସୁଦ୍ଧା ଭୁବନେଶ୍ବରରେ ମେଟ୍ରୋ ରେଳ ଗଡ଼ାଇବାକୁ ଲକ୍ଷ୍ୟ ରହିଥିଲା। ଏଥିପାଇଁ ରାସ୍ତାଘାଟରେ ଠା'କୁ ଠାଆ ଖୋଳି ମାଟି ପରୀକ୍ଷା ବି ସରିଛି। କିନ୍ତୁ ଏବେ ବହୁ ଛକରୁ ମେଟ୍ରୋ ପାଇଁ ଲଗାଯାଇଥିବା ସାଜ ସରଞ୍ଜାମ ସବୁକୁ ହଟାଇ ଦିଆଯାଇଛି। ଫଳରେ ବିଜେପି ସରକାର ଏହି ପ୍ରକଳ୍ପ ବାତିଲ କରିଦେବ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଥିଲା।

ଅଧିକ ପଢ଼ନ୍ତୁ: ହାଇପ୍ରୋଫାଇଲ୍ ଲେଡି ଠକ ହଂସିତାଙ୍କ ଅସଲ ସ୍ବାମୀ କିଏ ? ଜାମିନ ଆବେଦନ ପରେ ବଢିଲା ଚର୍ଚ୍ଚା...

Cuttack Metro Rail Project
Advertisment
Advertisment