ବହୁ ପ୍ରତୀକ୍ଷିତ, ସୁଭଦ୍ରା ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ। ଏଥିପାଇଁ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଆପଣ ଫର୍ମ ଆଣିପାରିବେ, ନଚେତ୍ ଆଙ୍ଗନବାଡି ଦିଦିମାନେ ବି ଘରକୁ ଘର ଯାଇ ଫର୍ମ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାରଣ୍ଡା ଯେଉଁଠି ଅଙ୍ଗନବାଡ଼ି କେନ୍ଦ୍ର ସେଇଠି । କିଏ ଟିକେ ବସିବାକୁ ଜାଗା ଦେଲେ ପିଲାଏ ବସିବେ ଓ ପଢ଼ିବେ । ସେଇଠି ସେଦିନର ଅଙ୍ଗନବାଡ଼ି କେନ୍ଦ୍ର । ଖରାଦିନେ ତ କାମ ଚଳିଯାଉଛି, ହେଲେ ନିଜସ୍ୱ ଘର ନଥିବାରୁ ବର୍ଷାଦିନେ ପିଲାଏ ଆସନ୍ତିନି । ରାଜ୍ୟରେ ଏମିତି ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର...!
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ବୋଡକ ପାଟଣା ଅଙ୍ଗନବାଡି କେନ୍ଦ୍ରରେ କୋମଳ ମତି ପିଲା ମାନେ ଶିକ୍ଷା କ୍ଷେତ୍ରରେ ନିଜର ପ୍ରଥମ ପାହାଚ ଚଢୁଛନ୍ତି। ପ୍ରଥମ ପାହାଚର ଶିକ୍ଷା ହିଁ ସେମାନଙ୍କୁ ଆଗକୁ ନେବାରେ ବେଶ୍ ସହାୟକ ହେବ।
ମମତା ଘରଟି ତିଆରିର ବର୍ଷେ ବି ଯାଇନି ଘର ମଝିରେ ଫାଟ ଦେଖାଦେଲାଣି । ଫଳରେ ଅଙ୍ଗନୱାଡି ଦିଦି ପିଲାମାନଙ୍କୁ ଖୋଲା ଆକାଶ ତଳେ ପାଠ ପଢ଼ାଉଛନ୍ତି ।
ସରକାରଙ୍କ ପୁଷ୍ଟିକର ଯୋଜନାର ଉଡୁଛି ଧଜିଆ। ପ୍ରସୂତୀଙ୍କଠୁ କୋମଳମତି ଶିଶୁଙ୍କ ଯାଏ, କେହି ବି ପାଉନାହାନ୍ତି ନିୟମ ମୁତାବକ ଅଣ୍ଡା। ଖୋଲା ବଜାରରେ ଅଣ୍ଡା ଦର ବୃଦ୍ଧି କାରଣରୁ ସରକାର ଦେଉଥିବା ଟଙ୍କାରେ ଅଣ୍ଡା ଯୋଗାଇ ଦେବା ସମ୍ଭବ ହେଉନି।
ମହଙ୍ଗା ଅଣ୍ଡାକୁ ସରକାରଙ୍କ ଶସ୍ତା ଯୋଜନା.. ହିନସ୍ତା ହେଇଗଲେଣି ଅଙ୍ଗନଓ୍ୱାଡ଼ି ଦିଦି.. କୋଉଠୁ ଆଣିବେ ୫ ଟଙ୍କିଆ ଅଣ୍ଡା !
ନବରଙ୍ଗପୁର ତେନ୍ତୁଳୀଖୁଣ୍ଟିରେ ୨୦୪ଟି ଅଙ୍ଗନବାଡ଼ି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୪ଟି କେନ୍ଦ୍ର ନିଜସ୍ୱ ଗୃହ ନାହିଁ। ତେବେ ୩୪ଟି ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ପ୍ରଶାସନ ସ୍ୱୀକୃତି ଦେଇଥିବାବେଳେ ଆଉ ବାକି ଥିବା ୧୦ଟି କେବେ ମିଳିବ ସ୍ୱୀକୃତି ତାହା ଉପରେ ଗ୍ରାମବାସୀଙ୍କ ନଜର....
୪ ଲକ୍ଷ ଟଙ୍କାରେ ଠିକାଦାରଙ୍କ ହାତରେ ବନ୍ଧା ପଡିଛି ଅଙ୍ଗନୱାଡି
କୁନି କୁନି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଓ ଉତ୍ତମ ଶିକ୍ଷା ପାଇଁ ଗାଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଅଙ୍ଗନବାଡି କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ହେଲେ ଏବେବି ଏମିତି ଅନେକ ଗାଁ ରହିଛି ଯେଉଁଠି ଅବ୍ୟବସ୍ଥାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର।
ମାର୍ଚ୍ଚ ୨୮ ତାରିଖରୁ ରାଜ୍ୟରେ ଖୋଲିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର । ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନେଇ ସରକାରଙ୍କ ପକ୍ଷରୁ SOP ଜାରି କରାଯାଇଛି ।