Advertisment

Elephant Attack: ମା’ ଛେଉଣ୍ଡ ହେଲେ ୨ ପୁଅ; ମାରିଦେଲା ଦନ୍ତା

ଗତକାଲି ରାତିରେ ପୂଜା, ତାଙ୍କ ସ୍ୱାମୀ ଓ ୨ ପୁଅ ଘରେ ଶୋଇଥିଲେ। ହଠାତ୍ ବିଳମ୍ବିତ ରାତିରେ ଏକ ଦନ୍ତା କାନ୍ଥ ଭାଙ୍ଗି ଘରେ ପଶିଥିଲା। ହାତୀକୁ ଦେଖି ପରିବାର ବର୍ଗ ଭୟଭୀତ ହୋଇଥିଲେ। ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Elephant

Elephant

ଦେବଗଡ଼ରେ ଦନ୍ତାର ଉତ୍ପାତ। ମହିଳାଙ୍କୁ ଘରୁ ଟାଣି ଆଣି କଚାଡ଼ି ମାରିଲା। କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ୍ ତିଲେଇପଶି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳାଙ୍କୁ ମାରିବା ସହ, ତାଙ୍କ ସ୍ୱାମୀ ଓ ଦୁଇ ପୁଅ ବି ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ମହିଳା ଜଣଙ୍କ ହେଲେ ପୂଜା ମାହାର ।

Advertisment

 ଅଧିକ ପଢ଼ନ୍ତୁ: ଘଉଡ଼ାଇବା ବେଳେ ବନ କର୍ମଚାରୀଙ୍କୁ ଦଳି ଦେଲା ଦନ୍ତା

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ପୂଜା, ତାଙ୍କ ସ୍ୱାମୀ ଓ ୨ ପୁଅ ଘରେ ଶୋଇଥିଲେ। ହଠାତ୍ ବିଳମ୍ବିତ ରାତିରେ ଏକ ଦନ୍ତା କାନ୍ଥ ଭାଙ୍ଗି ଆସି ଘରେ ପଶିଥିଲା। ହାତୀକୁ ଦେଖି ପରିବାର ବର୍ଗ ଭୟଭୀତ ହୋଇପଡ଼ିଥିଲେ। ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ। ହେଲେ ହାତୀ ସେମାନଙ୍କୁ ଛାଡ଼ି ନଥିଲା। ପୂଜାଙ୍କୁ ଶୁଣ୍ଢରେ ଟାଣି ଆଣି କଚାଡି ଦେବା ସହ ଅନ୍ୟ ମାନଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ପୂଜାଙ୍କର ମୃତ୍ୟୁ ଘଟିଥିବା ବେଳେ ପୂଜାଙ୍କ ସ୍ୱାମୀ ଓ ତାଙ୍କ ୨ ପୁଅ ଗୁରୁତର ଆହତ ହୋଇଥିଲେ।

ଘଟଣାରେ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ବନ ବିଭାଗ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ବନ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

Advertisment

 ଅଧିକ ପଢ଼ନ୍ତୁ: ଚାଷୀଙ୍କୁ ଘାରିଛି ଉତ୍ପାତିଆ ଦନ୍ତା ଚିନ୍ତା, ପାଚିଲା ଧାନ କିଆରିରେ ଉପଦ୍ରବ କରୁଛନ୍ତି ହାତୀ

Elephant Elephant Death Deogarh
Advertisment
Advertisment