Advertisment

Naba Das Murder: ଖୋଲିବ କି ଗୁମର; ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଙ୍କ ପତ୍ନୀ

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରୁ ଇତିମଧ୍ୟରେ ୨ ବର୍ଷ ପୁରୁଛି । ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

author-image
Tapaswini Nayak
CMO

CMO

ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବ ଦାସଙ୍କ ପତ୍ନୀ ମିନତୀ ଦାସ । ଆଜି ଅପରାହ୍ଣ ୫ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବେ ମିନତୀ। ସ୍ୱାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସମ୍ପର୍କିତ ଆଲୋଚନା ପାଇଁ ଗତ ୧୧ ତାରିଖରେ ଚିଠି ଲେଖିଥିଲେ ନବଙ୍କ ପତ୍ନୀ ମୀନତି ଦାସ।

Advertisment

ଏସମ୍ପର୍କିତ ଏକ ମେଲ୍ ବି କରିଥିଲେ। ଏହାକୁ ନେଇ ଜୋର୍ ଧରିଥିଲା ଚର୍ଚ୍ଚା। ପ୍ରଶ୍ନ ଉଠୁଛି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ବେଳେ ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁରୋଧ କରିବେ କି ନବଙ୍କ ପତ୍ନୀ। କିଛି ଦିନ ତଳେ ଝିଅ ଦୀପାଳି ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ସେତେବେଳେ ଆଇନ ମନ୍ତ୍ରୀ କହିଥିଲେ, ନବଙ୍କ ପରିବାର ସଦସ୍ୟ ଏନେଇ ଲିଖିତ ଭାବେ ଜଣାନ୍ତୁ।

ଅଧିକ ପଢ଼ନ୍ତୁ:  ନବ ଦାସ ହତ୍ୟା ମାମଲା; CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ

Advertisment

ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରୁ ଇତିମଧ୍ୟରେ ୨ ବର୍ଷ ପୁରୁଛି । ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝାରସୁଗୁଡାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ:  ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

BJD BJP Naba Das Minister Naba Das
Advertisment
Advertisment