Advertisment

Naba Das Murder: ଖୋଲିବ ନବ ଦାସ ହତ୍ୟା ଗୁମର: ହତ୍ୟା ପଛରେ କିଏ ତାହା ଓଡ଼ିଶାବାସୀ ଜାଣିବା ଦରକାର

ଗତ ସରକାର ସମୟରେ ରାଜ୍ୟର ଜଣେ ମନ୍ତ୍ରୀଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ କିଏ ଓ କାହିଁକି ହତ୍ୟା କରାଯାଇଥିଲା, ଏହା ଓଡ଼ିଶାର ଜନସାଧାରଣ ଜାଣିବା ଉଚିତ ବୋଲି ହରିଚନ୍ଦନ କହିଛନ୍ତି। ଅନ୍ୟ ପକ୍ଷରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି ହରିଚନ୍ଦନ କହିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
naba das

naba das

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ପୁନର୍ବାର ତଦନ୍ତ ଆରମ୍ଭ କରାଯାଇଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ପୁନର୍ବାର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଗତ ସରକାର ସମୟରେ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ କିଏ ଓ କାହିଁକି ହତ୍ୟା କରାଯାଇଛି, ଏହା ଓଡ଼ିଶାର ଜନସାଧାରଣ ଜାଣିବା ଉଚିତ ବୋଲି ହରିଚନ୍ଦନ କହିଛନ୍ତି। ଅନ୍ୟ ପକ୍ଷରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି ହରିଚନ୍ଦନ କହିଛନ୍ତି।

Advertisment

ମଙ୍ଗଳବାର ନବଙ୍କ ପରିବାର ବର୍ଗଙ୍କ ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଞ୍ଚ l ନବ ଦାସଙ୍କ ଝାରସୁଗୁଡ଼ା ସରବାହାଲ ସ୍ଥିତ ବାସଭବନରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଥିଲେ। କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ବିଜୟ ମଲ୍ଲିକ ଓ କ୍ରାଇମବ୍ରାଞ୍ଚ ଡିଏସପି ଦୀପ୍ତିମୟୀ ମଲ୍ଲିକଙ୍କ ପହଞ୍ଚି ବୟାନ ରେକର୍ଡ କରିଥିଲେ। ନବଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯାଉଛି। ନବଙ୍କ ପୁଅ ବିଶାଳ ଦାସ, ଝିଅ ଦୀପାଳି ଦାସ ଏବଂ ପତ୍ନୀ ମିନତୀ ଦାସଙ୍କ ପୁଣି ଥରେ ବୟାନ ରେକର୍ଡ କରାଯାଉଛି। ପୁଅ ବିଶାଳ ଓ ଝିଅ ଦୀପାଳିଙ୍କ ସହ ନବଙ୍କ ପତ୍ନୀ ମିନତି ଦାସଙ୍କ ବୟାନ ଆଉଥରେ ରେକର୍ଡ କରିବାକୁ ନୋଟିସ କରାଯାଇଥିଲା।

ଅଧିକ ପଢ଼ନ୍ତୁ:  ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

Advertisment

ଉଲ୍ଲେଖଯୋଗ୍ୟ, ନବ ଦାସ ମାମଲାର ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିଲେ ନବ ଦାସଙ୍କ ପରିବାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇ-ମେଲ୍ କରିଥିଲେ ନବଙ୍କ ପତ୍ନୀ ମିନତୀ ଦାସ । ଇ-ମେଲ୍‌ରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ପାଇଁ ସମୟ ମାଗିଥିଲେ । ଗତ ୧୧ ତାରିଖରେ ମିନତୀ ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବାକୁ ଇ-ମେଲ୍ ସହ ଏକ ଚିଠି କରିଥିବା ଜଣାପଡିଛି । ଏନେଇ ପୁଅ ବିଶାଲ ଦାସ ସୂଚନା ଦେଇଥିଲେ । ନବ ଦାସଙ୍କ ପତ୍ନୀ ମିନତୀ ଦାସ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ପାଇଁ ସମୟ ମାଗିଥିଲେ । ସେ ଇ-ମେଲ୍ ସହ ପୋଷ୍ଟାଲରେ ମଧ୍ୟ ଚିଠି ପଠାଇଥିଲେ। ସିବିଆଇ ତଦନ୍ତ ପାଇଁ ଚାହୁଁଥିଲେ ପରିବାର ଲୋକଙ୍କୁ ଲିଖିତ ଭାବେ ଦେବାକୁ ପଡିଥାଏ । ଲିଖିତ ଭାବେ ଜଣାଇଲେ ସରକାର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ବୋଲି ନିକଟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ । ଏହି କ୍ରମରେ ନବଙ୍କ ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଲିଖିତ ଆବେଦନ କରିବାକୁ ଇ-ମେଲ୍ କରିଥିବା ଜଣାପଡିଛି ।

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରୁ ଇତିମଧ୍ୟରେ ୨ ବର୍ଷ ପୂରୁଛି । ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝାରସୁଗୁଡାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ:  ନବ ଦାସ ହତ୍ୟା ମାମଲା; CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ

Crime Branch Naba Das Prithviraj Harichandan
Advertisment
Advertisment