ମାଟିରେ ଲୋଟିଛି ବିଶାଳକାୟ ଶରୀର । ମୃତ୍ୟୁ ପଛର କାରଣ, ମନୁଷ୍ୟକୃତ ଅବହେଳା । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ଯାଇଛି ଚାରି ଚାରିଟି ହାତୀଙ୍କ ଜୀବନ ।
ଜଙ୍ଗଲ ଭିତରେ ପିଇବାକୁ ମିଳିଲାନି ପାଣି । ଖୋଜି ଖୋଜି ନୟାନ୍ତ ହୋଇଯିବା ପରେ ଶେଷରେ ହାତୀର ଜୀବନ ଚାଲିଗଲା ।
ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଉତ୍ତର । ଶିକାର ପାଇଁ ମାତ୍ର ୬ ହାତୀ ମରିଛନ୍ତି । ମନ୍ତ୍ରୀଙ୍କ ତଥ୍ୟକୁ ନେଇ ଆଶ୍ଚର୍ଯ୍ୟ ଚକିତ ପରିବେଶବିତ ।
୫ ଲକ୍ଷ କ୍ଷତିପୂରଣ ସହ ଜଣଙ୍କୁ ଚାକିରି ପ୍ରତିଶ୍ରୁତି ।
ହାତୀ ଶିକାର ଅଭିଯୋଗରେ ବନ ବିଭାଗ ଦ୍ୱାରା ଅଟକ ବ୍ୟକ୍ତିଙ୍କ ହେପାଜତ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଛି।
ଶିମିଳିପାଳ ହାତୀପୋଡ଼ି ଘଟଣାରେ ବିଷ ପିଇ ବନ କର୍ମଚାରୀଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ସମ୍ପୃକ୍ତ ବନ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ହୋଇଛି। ଗତ ୧୧ ତାରିଖରେ ବିଷ ପିଇ ଗୁରୁତର ଅବସ୍ଥାରେ ତାଙ୍କୁ SCBକୁ ସ୍ଥାନାନ୍ତର କରାଯାଇଥିଲା।
ହାତୀ ସୁରକ୍ଷା କରିଡର ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ।
ପୂରା ଶୂନଶାନ ହୋଇପଡ଼ିଛି ଗାଁ.. କେହି ଜଣିଏ ବି ଦେଖା ଯାଉନାହଁନ୍ତି..ସଭିଏଁ ଏବେ ନିକଟ ଜଙ୍ଗଲ ମୁହାଁ..ଖବର ଆସିଛି ଗାଁ ନିକଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି.. ଆଖିରେ ଆଖିଏ ଲୁହ ଧରି, ହାତରେ ଫୁଲ ଧୂପ ସିନ୍ଦୁର ନେଇ ସବୁ କାମ ଛାଡ଼ି ଧାଇଁ ଆସିଛନ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବାକୁ
ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଇଥିବା ଆକ୍ସନ ପ୍ଲାନ୍କୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦିଆଯିବ। ବିଦ୍ୟୁତ୍ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ।
ଖାଦ୍ୟର ବାସ୍ନା ହାତୀକୁ ଘର ଭିତରକୁ ଟାଣି ଆଣିଲା। ଘର ଭିତରେ ପଶି ସ୍ୱାଦିଷ୍ଟ ଖାଦ୍ୟ ଖାଇବା ପରେ ବାହାରକୁ ଆସିଲା ହାତୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଥିଲା ଏକ ଛୋଟ ଦ୍ୱାର ଦେଇ ଏତେ ବଡ ହାତୀ କିପରି ବାହାରକୁ ଆସିଲା।
KVK ଫାର୍ମ ଭିତରେ ବିଦ୍ୟୁତ୍ ତାର ଲାଗି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ।
ଗତ ୨୫ ତାରିଖରେ କେନ୍ଦୁଝର ସଦର ରେଂଜ ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବିଦ୍ୟୁତ ତାର ଲାଗି ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା ।
ବାର୍ହା ଶିକାର ପାଇଁ ଶିକାରୀ ବିଦ୍ୟୁତ୍ ଚାର୍ଜ କରି ଫାଶ ବସାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ, ଏକ ଦନ୍ତା ଏହି ବିଦ୍ୟୁତ୍ ଫାଶରେ ପଡ଼ି ଯାଇଥିଲା।
କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ୨ ହାତୀଙ୍କ ମୃତ୍ୟୁ ଘଟିଥିଲା।
କେବେ ଶିକାରୀ ଗୁଳି ତ କେବେ ଟ୍ରେନ୍ ଟ୍ରାକ୍ ଓ ବିଦ୍ୟୁତ ଝଟ୍କାରେ ଯାଉଛି ହାତୀଙ୍କ ଜୀବନ। ରାଜ୍ୟରେ ୫ ବର୍ଷରେ ଗଲାଣି ୨୩୩ ହାତୀଙ୍କ ଜୀବନ। ଆସନ୍ତୁ ଜାଣିବା ହାତୀ ପ୍ରତି କେତେ ଯତ୍ନବାନ ମଣିଷ ଓ ଆମ ବ୍ୟବସ୍ଥା ?
ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀଟିର ଆଜି ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ଡିଏଫ୍ଓ ।
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟରେ ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି।
କେବେ ଶିକାରୀ ଗୁଳି ତ ଆଉ କେବେ ଟ୍ରେନ୍ ଇଂଜିନ ନେଉଛି ହାତୀଙ୍କ ଜୀବନ । ଏଭଳି ବିଭିନ୍ନ କାରଣକୁ ନେଇ ଆମ ରାଜ୍ୟର ହାତୀ ଏବେ ସଙ୍କଟରେ । ରାଜ୍ୟରେ ହାତୀ ମୃତ୍ୟୁ କିଏ ଦେବ ଏମାନଙ୍କୁ ସୁରକ୍ଷା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାଜ୍ୟ ବନବିଭାଗ ପକ୍ଷରୁ ଆଲୋଚନା ମଧ୍ୟ କରାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି
ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଏକ ମାଲବାହୀ ଟ୍ରେନ ହାତୀପଲକୁ ଧକ୍କା ଦେଇଥିଲା ।
ଗତ କିଛି ଦିନ ଧରି ଅସୁସ୍ଥ ରହିଥିବା ବେଳେ ଆଜି ଚନ୍ଦକା ଅଭୟାରଣ୍ୟରେ ନନ୍ଦ ହାତୀର ମୃତ୍ୟୁ ହୋଇଛି ।
ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଉଦବେଗ । ସହିଦନଗର ସ୍ଥିତ ପ୍ରକୃତିଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପ୍ରାଣୀପ୍ରେମୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞ । ଜଙ୍ଗଲରେ ଶିକାରୀ ରାଜ୍ ଏବଂ ନରସିଂହପୁର ଜଙ୍ଗଲରେ ହାତୀ କଙ୍କାଳ ମିଳିବା ଆଦି ଘଟଣାର ଧିମା ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ଗତ ୧୦ ବର୍ଷରେ ରାଜ୍ୟରେ ୭୭୦ ହାତୀଙ୍କ ମୃତ୍ୟୁ ହୋଇଛି ।
ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହାତୀ ମୃତଦେହ ଠାବ। ମୃତ ହାତୀର ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀର ମୃତ୍ୟୁ କେମିତି ହେଲା ସେ ନେଇ ଦେଖନ୍ତୁ ଏ ଭିଡିଓ