/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742365905.jpg)
Matric Exam
ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଖାତା ଦେଖା। ରାଜ୍ୟର ମୋଟ ୫୧ଟି ସେଣ୍ଟର ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯାଇଛି। ୪୭ଟି ମାଟ୍ରିକ ଖାତାଦେଖା କେନ୍ଦ୍ର ସହ ୨ ମଧ୍ୟମା ଓ ୨ଟି ଷ୍ଟେଟ ଓପନ ସ୍କୁଲ ପାଇଁ ଖାତା ଦେଖା କେନ୍ଦ୍ର କରାଯାଇଛି। ବୋର୍ଡ ପକ୍ଷରୁ ଖାତାଦେଖା ପାଇଁ ମୋଟ ୧୨ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ କରାଯାଇଛି।
ଅଧିକ ପଢ଼ନ୍ତୁ: ମାଟ୍ରିକ୍ ପ୍ରଶ୍ନପତ୍ରରେ ତ୍ରୁଟି: କମ୍ ରହିଛି ୪ ମାର୍କର ପ୍ରଶ୍ନ
ସମସ୍ତ ପରୀକ୍ଷା କେନ୍ଦ୍ରରେ ଜଣେ ସେଣ୍ଟର ଅବଜରଭର ନିୟୋଜିତ ହୋଇଛନ୍ତି। ଖାତା ଦେଖିବା ପରେ ନିରୀକ୍ଷକମାନେ ଅନଲାଇନ ମାଧ୍ୟମରେ ମାର୍କ ୱେବସାଇଟରେ ଅପଲୋଡ କରିବେ। ଆସନ୍ତା ମେ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବା ନେଇ ବୋର୍ଡ ଆଶା ରଖିଛି।
ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ହୋଇଥିବା ୩ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଥିଲା । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିଲା । ୬ଶହ କେନ୍ଦ୍ରରେ ଲାଇଭ ଭିଡିଓ ବ୍ୟବସ୍ଥା ହୋଇଥିଲା । ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ପାଇଁ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)