Advertisment

BJD leader Raja Chakra: ରାଜା ଖୋଲିବ ପେଡି; ରିମାଣ୍ଡରେ ନେବ EOW

ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ରାଜାକୁ ଗୁଡ଼ାଇ ତୁଡ଼ାଇ ଅନେକ ପ୍ରଶ୍ନ ପଚାରିବ। ରାଜା ସହ ଦୁର୍ନୀତିରେ କେଉଁମାନେ ସାମିଲ ଥିଲେ, ରାଜା ଯେଉଁ କଳା ସାମ୍ରାଜ୍ୟ ବିଛାଇଥିଲା, ସେଥିରେ ତାକୁ କେଉଁମାନେ ସହଯୋଗ କରିଥିଲେ ଏନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ।

author-image
Tapaswini Nayak
ଅଦ୍ୟତନ ହୋଇଛି
raja chakra

raja chakra

ବିଜେଡି ନେତା ରାଜା ଚକ୍ରକୁ ୩ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ବାଲେଶ୍ୱର OPID କୋର୍ଟ। ଗତକାଲି ୫ ଦିନିଆ ରିମାଣ୍ଡରେ ନେବାକୁ ବାଲେଶ୍ବର OPID କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ତେବେ ଆବେଦନର ଶୁଣାଣି କରି ରାଜା ଚକ୍ରକୁ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ସେହିପରି ରାଜା ସହ ତାର ଅନ୍ୟ ୨ ସହଯୋଗୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ସଭାପତି ମାନସ ବାରିକ ଓ ସମ୍ପାଦକ ଉତ୍କଳ ଦାଶଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ।

Advertisment

ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ରାଜାକୁ ଗୁଡ଼ାଇ ତୁଡ଼ାଇ ଅନେକ ପ୍ରଶ୍ନ ପଚାରିବ। ରାଜା ସହ ଦୁର୍ନୀତିରେ କେଉଁମାନେ ସାମିଲ ଥିଲେ, ରାଜା ଯେଉଁ କଳା ସାମ୍ରାଜ୍ୟ ବିଛାଇଥିଲା, ସେଥିରେ ତାକୁ କେଉଁମାନେ ସହଯୋଗ କରିଥିଲେ ଏନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। 

କେଉଁମାନେ ଏ ବଡ଼ କେଳେଙ୍କାରୀରେ ସଂପୃକ୍ତ ସେନେଇ ଖୋଳତାଡ କରିବାକୁ ଯୋଜନା କରିଛି ଇଓଡବ୍ଲୁ। ଯାହାଫଳରେ ଏହି ମାମଲାରେ ଆଗାମୀ ଦିନରେ ବଡ଼ ବଡ଼ ନେତା ଓ ପ୍ରଶାସକଙ୍କ ଲିଙ୍କ୍ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି।

Advertisment

ଗତ ୧୪ ତାରିଖରେ ରାଜାକୁ ଗିରଫ କରି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ରାଜାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW।

ଅଧିକ ପଢ଼ନ୍ତୁ: ଖୋଲୁଛି ରାଜା ଚକ୍ର ସୁରକ୍ଷା ଢାଲର ଗୁମର; ଚାର୍ଜସିଟରୁ କେମିତି କଟିଲା ନାଁ, ଉଠିଲା ପ୍ରଶ୍ନ...  

କେମିତି ହୋଇଥିଲା ମହାଘୋଟାଲା ?

କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, କେନ୍ଦୁଝର ଶୁଆକାଟିରେ ପ୍ରଥମେ 10ରୁ 11ଟି ଗାଁ ଲୋକ ମିଶି ଏଇ ଗନ୍ଧମାର୍ଦ୍ଦନ ଲୋଡିଂ ସମବାୟ ସମିତି ଗଢ଼ିଥିଲେ । ଉଦ୍ଦେଶ୍ୟ ଥିଲା, ଏଥିରୁ ଯାହା ଲାଭ ହେବ ସେଥିରେ ଅଞ୍ଚଳର ବିକାଶ ହେବ, ଲୋକଙ୍କୁ ରୋଜଗାର ମିଳିବ । ବାହାରର କେହି ଲୋକ ସୋସାଇଟିରେ ରହିପାରିବେ ନାହିଁ । କିନ୍ତୁ ବାହାରର ପ୍ରଭାବଶାଳୀ ନେତା ଓ ପ୍ରଶାସକଙ୍କୁ ଧରି ବିଜେଡି ନେତା ରାଜା ଚକ୍ର ଏଥିରେ ଏଣ୍ଟ୍ରି ମାରିଲା । ସଭାପତି ଓ ସଂପାଦକଙ୍କୁ ସଖୀ କଣ୍ଢେଇ କରି ପ୍ରଭାବଶାଳୀ ନେତା ରାଜାଙ୍କ ଜରିଆରେ ଠାକୁର ଖାଇ ଖଟୁଲି ଖାଇଲା ଭଳି ପୂରା ସୋସାଇଟିକୁ ଖୋଳ କରି ଚାଲିଲା ।

2012-13 ପରେ ସଂସ୍ଥାର ଅଡିଟ୍ ହେଲାନି । ଯେଉଁ 2017-18ରୁ ମାର୍ଚ୍ଚ 2024 ଯାଏଁ ସୋସାଇଟି ଖାତାରେ 185 କୋଟି ଇନକମ୍ ଦର୍ଶାଗଲା, ତାହା ବି କେମିତି ହଡ଼ପ ହେଲା ତାର ଗୋଟି ଗୋଟି ହିସାବ ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

ପାରିପାର୍ଶ୍ବିକ ବିକାଶ ପାଇଁ 34 କୋଟି ଖର୍ଚ୍ଚ ଦର୍ଶାଇ ପୂରା ଅର୍ଥ ଚଳୁ ହୋଇଛି, ସୋସାଇଟି ଗାଡ଼ି ବଦଳରେ ନିଜ ଟ୍ରାନସପୋର୍ଟଂ ଗାଡ଼ି ଓ ମେସିନାରୀରେ ରାଜା ପକାଇଛି 9.1 କୋଟି ଟଙ୍କାର ତେଲ, ଲୋକଙ୍କ ମୁହଁ ଚୁପ କରି ସମର୍ଥନ ହାସଲ ପାଇଁ ଦୁଇ ଗାଁରେ ବଣ୍ଟା ହେଇଛି 33 କୋଟି ଟଙ୍କା, ମେସିନରେ କାମ କରି ମିଛ ମଷ୍ଟର ରୋଲରେ ଲେବର କାମ କରୁଥିବା ଦର୍ଶାଇ ହ଼ଡ଼ପ କରିଛି 74 କୋଟି ଟଙ୍କା । ଏସବୁ ପ୍ରମାଣ ହାତରେ ଲାଗିବା ପରେ ରାଜାକୁ ଗିରଫ କରାଯାଇଛି ।

ଅଧିକ ପଢ଼ନ୍ତୁ: କୋର୍ଟରେ ହାଜର ପରେ ଜେଲ୍ ଗଲେ ରାଜା ଚକ୍ର

BJD Crime Branch EOW Raja Chakra
Advertisment
Advertisment