ପ୍ରଥମ ଶ୍ରେଣୀ ନାମଲେଖା ନେଇ ବୟସ ଦ୍ବନ୍ଦ୍ବ ଦୂର କଲା ଶିକ୍ଷା ବିଭାଗ। ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପିଲାର ବୟସ ୬ କିମ୍ବା ଏହା ଠାରୁ ଅଧିକ ହୋଇଥିବା ଆବଶ୍ୟକ ବୋଲି କୁହାଯାଇଛି। ୨୦୨୫-୨୬ ଶିକ୍ଷା ବର୍ଷରୁ ଏହି ନିୟମ କାର୍ଯ୍ୟକାରୀ ନେଇ ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ନିୟମ ଲାଗୁ କରାଯାଇଛି। ୬ ବର୍ଷ ବୟସ ଗଣନା ନେଇ ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ମାର୍ଚ୍ଚ ୩୧ ପରିବର୍ତ୍ତେ ସେପ୍ଟେମ୍ବର ୧ ତାରିଖକୁ ବୟସ ସୀମା ଧରାଯିବ। ସେପ୍ଟେମ୍ବର ୧ ସୁଦ୍ଧା ଯେଉଁ ଶିଶୁ ମାନଙ୍କ ବୟସ ୬ କିମ୍ବା ତଦୁର୍ଦ୍ଧ ସେମାନେ ନାମ ଲେଖାଇବେ ।
Also Read
ସ୍କୁଲ ସ୍ତରରେ ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଷ୍ଟିୟରିଂ କମିଟିର ସୁପାରିସ ଅନୁଯାୟୀ ଏହି ତାଲିକା ପ୍ରସ୍ତୁତ ହୋଇଛି।
ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ
ଜାତୀୟ ଶିକ୍ଷା ନୀତି ବା NEP 2020 ଲାଗୁ ହେବା ପରେ ଶିଶୁଙ୍କୁ ୩ ବର୍ଷ ବୟସରୁ ଶିକ୍ଷା ପରିଧିକୁ ଅଣାଯିବ। ଅଙ୍ଗନବାଡି, ପ୍ରାକ୍ ସ୍କୁଲ, ବାଲ ବାଟିକା ସହିତ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଯାଏ ମୋଟ ୫ ବର୍ଷକୁ ପ୍ରାରମ୍ଭ ବର୍ଗରେ ରଖାଯାଇଛି । ସେହିପରି ତୃତୀୟ, ଚତୁର୍ଥ, ପଞ୍ଚମ ଶ୍ରେଣୀ ଯାଏ ପ୍ରସ୍ତୁତି ବର୍ଗ, ଷଷ୍ଠ ରୁ ଅଷ୍ଟମ ଯାଏ ମଧ୍ୟମ ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ମାଧ୍ୟମିକ ପର୍ଯ୍ୟାୟ ଭାବେ ବର୍ଗୀକରଣ କରାଯାଇଛି ।
୬ରୁ ୮ ବର୍ଷ ଭିତରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ, ୮ରୁ ୧୧ ବର୍ଷ ବୟସରେ ତୃତୀୟରୁ ପଞ୍ଚମ, ୧୧ରୁ ୧୪ ବର୍ଷ ବୟସରେ ଷଷ୍ଠରୁ ଅଷ୍ଟମ ଏବଂ ୧୪ରୁ ୧୮ ବର୍ଷ ବୟସରେ ନବମରୁ ଦ୍ବାଦଶ ଶ୍ରେଣୀରେ ପାଠ ପଢ଼ିବେ। ସେହିପରି ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷାରେ ବି ବ୍ୟାପକ ସଂସ୍କାର ଆସିବ। ତେବେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ଢାଞ୍ଚାରେ ହେବ ତାହା ଏଯାଏ ଅସ୍ପଷ୍ଟ ରହିଛି।
ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ଷ୍ଟିୟରିଂ କମିଟି ଗଠନ କରିଥିଲା ଗଣଶିକ୍ଷା ବିଭାଗ । ବାଲ୍ ବାଟିକାଠୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ଯାଏ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବା ଦାୟିତ୍ବ କମିଟି ଉପରେ ନ୍ୟସ୍ତ କରାଯାଇଛି। ସୂଚନା ଅନୁସାରେ, ଏଥିରେ ଆଞ୍ଚଳିକ ବିଷୟ ବସ୍ତୁକୁ ଗୁରୁତ୍ବ ମିଳିବ।