ମହାନଦୀର ଭରା ଜଳରାଶିରେ ସୁଅ କାଟି ଚାଲୁଥିବା ଏ ମୋଟର ବୋଟରେ ୧୦ରୁ ଅଧିକ ଯାତ୍ରୀ ରହିଛନ୍ତି । ହେଲେ କେହି ଜଣେ ବି ପିନ୍ଧି ନାହାନ୍ତି ଲାଇଫ୍ ଜ୍ୟାକେଟ୍ । ଏ ଦୃଶ୍ୟ କଟକ ଧବଳେଶ୍ୱର ଶୈବପୀଠକୁ ଯାତ୍ରା ସମୟର। ତେବେ ଯାତ୍ରୀ ଆଉ କେହିଁନୁହନ୍ତି, ଖୋଦ୍ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ଆୟୁଷ୍ମାନ ଭାରତ ପରେ ଏବେ ପିଏମ୍ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ… ହେବାରେ ଲାଗିଛନ୍ତି। ସ୍ୱାସ୍ଥ୍ୟ ପରେ ଶିକ୍ଷା କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ରାଜ୍ୟ କଳି ଭିତରେ ବଳି ପଡିବେନି ତ ଛାତ୍ରଛାତ୍ରୀ।
ମହାଶିବରାତ୍ରୀର ପବିତ୍ର ଦିନରେ ଶିବ ଆରାଧନାରେ ମଗ୍ନ ସାରା ଜଗତ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତର ଅପେକ୍ଷା ମହାଦୀପ ଦର୍ଶନର ସେ ମହାର୍ଘ ମୂହୁର୍ତ୍ତକୁ।
ଓଡ଼ିଶାରେ ଲମ୍ବିଛି ଜବ୍ ଫ୍ରଡର ମାୟାଜାଲ। ନକଲି ୱେବସାଇଟ୍ କରି ହଜାର ହଜାର ଚାକିରି ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଚୁନା ଲଗାଉଛନ୍ତି ଠକ। କେବେ ସରକାରୀ ଢାଞ୍ଚାରେ ଅନଲାଇନରେ ବିଜ୍ଞାପନ ଦେଇ ତ କେବେ ଓଡ଼ିଆ ଖବର କାଗଜରେ ନିଯୁକ୍ତି ସୂଚନା ଦେଇ ଲୁଟିଛନ୍ତି ଯୁବକ ଯୁବତୀଙ୍କୁ।
ବିରୋଧୀ ବିଜେପି ଓ କଂଗ୍ରେସ ଦଳ ତରଫରୁ ଶୋଭାଯାତ୍ରା ଓ ବିକ୍ଷୋଭପ୍ରଦର୍ଶନ କରି ବିଜୟଶଙ୍କରଙ୍କ ଗିରଫ ଦାବି କରାଯାଇଥିଲା । ଗତ ୨ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ, ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାଶ ଜଗତସିଂହପୁର ସଦର ଥାନାରେ ସାନି ଏତଲା ଦେଇଥିଲେ ।
ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ, କୋଭିଡ ମହାମାରୀ ଆମର ବିଭିନ୍ନ କ୍ଷେତ୍ରରେ ଥିବା ବହୁ ଦୋଷ ଦୁର୍ବଳତାକୁ ପଦାରେ ପକାଇବାରେ ସଫଳ ହୋଇଛି । ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ଉକ୍ତ ଦୁର୍ବଳତା ଗୁଡ଼ିକର ସ୍ଥାୟୀ ସମାଧାନ ପ୍ରତି ଧ୍ୟାନ ଦେବାକୁ ହେବ ।
‘ମୋ ବିରୁଦ୍ଧରେ ଥିବା ଅଭିଯୋଗକୁ ନେଇ ଯଦି ସେମାନେ ଆଲୋଚନା କରିବାକୁ ଚାହୁଁଛନ୍ତି ମୁଁ ଖୋଲା ଡିବେଟ୍ ପାଇଁ ପ୍ରସ୍ତୁତ ।’
EOW କବ୍ଜାରେ ଜବ୍ ଠକେଇ ମାଷ୍ଟରମାଇଣ୍ଡ ଧରମପାଲ ସିଂ ।
ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ଯୋଗୁଁ ସ୍ୱାମୀ ନାରାଜ । ୧୧ଟି ଛୁଆ ପରେ ମହିଳା ଅସ୍ତ୍ରୋପଚାର କରିଥିଲେ ।
ମାଙ୍କଡ଼ଙ୍କ ଉପଦ୍ରବରେ ଏବେ ଆସିକା ଲୋକ ଅତିଷ୍ଠ ହେଲେଣି। ମଣ୍ଟପଡା, କେନ୍ଦୁପଦର, ତରାସିଙ୍ଗି, ହରଡ଼ାପଦର, ପଢାଳ ଓ ଜୟପୁର ଅଞ୍ଚଳରେ ଭୟଙ୍କର ଉତ୍ପାତ କଲେଣି ମାଙ୍କଡ଼। ଏମିତିକି ମାଙ୍କଡ଼ଙ୍କୁ ଘଉଡାଇବାକୁ ପାଳି କରି କ୍ଷେତ ଜଗୁଛନ୍ତି ଚାଷୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାଙ୍କଡ଼ ପଲ ବେଳେବେଳେ ଆକ୍ରମଣ କରିବାକୁ ବି ପଛାଉନାହାନ୍ତି। ତେଣୁ କ୍ଷେତ ଆଖି ସାମ୍ନାରେ ଉଜୁଡ଼ି ଯାଉଛି ସତ କିନ୍ତୁ ସାହସ ଜୁଟାଇ ପାରୁନାହାନ୍ତି ଚାଷୀ।
ରାସ୍ତାରେ ଯିବା ବେଳେ ପୁଅକୁ ନଡରିବାକୁ ପରାମର୍ଶ ଦେଉଥିଲେ। ଭାବିଥିଲେ ମେଡିକାଲରୁ ଆସିବା ପରେ ପୁଅକୁ ଆରାମ ଲାଗିବ। ହେଲେ ସିଏ ନିଜେ ବି ଜାଣିନଥିଲେ। ତାଙ୍କୁ ରାସ୍ତାରେ ଅନେଇ ବସିଛି ଯମ। ଚାହୁଁଚାହୁଁ ଟ୍ରକ୍ ଆସି ତାଙ୍କ ବାଇକ୍କୁ ଧ୍କକା ଦେଲା। ବାସ୍ କେଇ ମୁହୂର୍ତ୍ତରେ ବାପା-ପୁଅଙ୍କ ଚାଲିଗଲା ଜୀବନ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ନୂଆପଡା ଲଖନା ଥାନା କୁଶଦହନା ଗାଁରେ।
ସ୍କୁଲ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଫାଇଭ-ଟିରେ ସ୍କୁଲକୁ ସାମିଲ କରାଗଲା। ହେଲେ ସ୍ଥିତିରେ କୌଣସି ସୁଧାର ଆସିନି। ଏମିତିକି ଅନ୍ୟ ସ୍କୁଲର ପିଲାମାନେ ଭଲରେ ପଢୁଛନ୍ତି। ଆମେ କାହିଁକି ବାରଣ୍ଡାରେ ବସିବୁ? ଖରା ବର୍ଷାରେ ପାଠ ପଢିବୁ ବୋଲି ପ୍ରଶ୍ନ କଲେଣି ସ୍କୁଲ ପିଲା।
ଇତିହାସ କହେ ପାଶ୍ଚାତ୍ୟସଭ୍ୟତା ଓଡ଼ିଶାର ସର୍ବବୃହତ ନଦୀ ମହାନଦୀରୁ ହିଁ ଆରମ୍ଭ। ଏବେ କିନ୍ତୁ ମହାନଦୀ ଅବସ୍ଥା ଖରାପ। ନଈରେ ଅଂଟେ ବି ପାଣି ନାହିଁ। ଯେଉଁ ନାଉରୀଆମାନେ ଡଙ୍ଗା ଚଲେଇ ଦୁଇ ପଇସା ରୋଜଗାର କରୁଥିଲେ ଆଜି ସେମାନେ ବେଉସା ହରାଇ ଭୋକ ଉପାସରେ। ଗୋଟିଏ କି ଦୁଇଟି ନୁହେଁ ବରଂ ୨ଶହ ନାଉରିଆ ଏବେ ମହାନଦୀକୁ ଚାହିଁଚାହିଁ ଦିନ କାଟୁଛନ୍ତି ସତ ହେଲେ ଟଙ୍କାଟିଏ ବି ପାଉନାହାନ୍ତି।
ବାପା ହେଲା ପର, ସ୍ୱେଚ୍ଛାସେବୀ ସଂଗଠନ ହେଲେ ନିଜର। ଝିଅର ଜୀବନ ଚାଲିଯିବା ପରେ ବାପା ସିନା ଜଙ୍ଗଲରେ ଫୋପାଡି ଦେଲା। ହେଲେ ସ୍ୱେଚ୍ଛାସେବୀ ସଂଗଠନ ଝିଅର ଶବକୁ ଉଦ୍ଧାର କରିଛନ୍ତି। ଖାଲି ଉଦ୍ଧାର କରିନାହାନ୍ତି ବରଂ ଆତ୍ମୀୟ ସ୍ୱଜନଙ୍କ ପରି ଶବ ସତ୍କାର ବି କରିଛନ୍ତି। ଯାହାକୁ ନେଇ ପୂରା ଅଂଚଳରେ ଏବେ ଚର୍ଚ୍ଚା ଲାଗି ରହିଛି।
୧୮୩ ଫୁଟ୍ ଉଚ୍ଚର ଏଇ ମୂର୍ତ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା। ଧ୍ୟାନମୁଦ୍ରାରେ ବସିଥିବା ମହାଦେବଙ୍କର ଜୋରଦାର ଚାଲିଛି ନିର୍ମାଣ କାମ। କାମ ପୂରା ସରିନଥିବା ବେଳେ ଏବେଠୁ ମହାଦେବଙ୍କ ଦର୍ଶନ କରିବାକୁ ଭକ୍ତଙ୍କର ଲାଗୁଛି ଭିଡ। ଦେଶର ଅନେକ ସ୍ଥାନରେ ମହାଦେବଙ୍କର ବଡବଡ ମୂର୍ତ୍ତି ପୂଜା ପାଉଥିବା ବେଳେ ଯାଜପୁରରେ ତିଆରି ହେଉଥିବା ମୂର୍ତ୍ତିର ଉଚ୍ଚତା ବହୁ ଅଧିକ ବୋଲି କୁହାଯାଉଛି।
ତନ୍ତ୍ର ସାଧନା ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ। ମୁଣ୍ଡରେ ତନ୍ତ୍ର ସାଧନାର ନିଶା ଏତେ ମାତ୍ରାରେ ଥିଲା ଯେ, ସ୍ତ୍ରୀକୁ ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲରେ ପୂଜାର୍ଚ୍ଚନା କଲା।
ବସ୍ତି ପିଲାଙ୍କୁ ବାଣ୍ଟିବାକୁ ବିଏମସିର ନିଷ୍ପତ୍ତି । ସ୍ମାର୍ଟସିଟି କହୁଛି ମରାମତି ହୋଇ ରାସ୍ତାରେ ଗଡୁ ସାଇକେଲ ।
ଭୁବନେଶ୍ୱର ଉପକଣ୍ଠ ଜାମୁଝରୀରେ ନିର୍ମାଣ ହେବେ ହାଇ ସିକ୍ୟୁରିଟି ଜେଲ୍। ଝାରପଡ଼ା ଜେଲ୍ରେ କଏଦୀ ସଂଖ୍ୟା ବଢୁଥିବାରୁ ଜାମୁଝରୀରେ ୧୫୦ ଏକର ଜାଗାରେ ଏହି ଅତ୍ୟାଧୁନିକ ଜେଲ୍ ନିର୍ମାଣ କରାଯିବ।
ବେଚଲର ଡିଗ୍ରୀ ପିଲା ପଢିଲେ ମାଷ୍ଟର ଡିଗ୍ରୀ ପିଲା ପଢି ପାରୁନାହାନ୍ତି ।
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ଶୁକ୍ରବାର, ଚନ୍ଦ୍ର – ଧନୁ ରାତ୍ରି ୦୧.୪୭ ଗତେ ମକର, ତିଥି – ୧୨ଶୀ ରାତ୍ରି ୧୧.୩୬ ଗତେ ୧୩ଶୀ, ଘାତ ଚନ୍ଦ୍ର – ତୁଳା, କୁମ୍ଭ ରାତ୍ରି ୦୧.୪୭ ଗତେ ସିଂହ, ଘାତ ବାର-ବିଛା , ଧନୁ ଓ ମୀନ, ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୮.୨୭ ଗତେ ୨ ପାଦ
ପୋଲିସ ହାତରେ ଠକ-୪୨୦। କେତେବେଳେ ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ ତ ଆଉ କେତେବେଳେ ଡାକ୍ତର ପୁଣି କେତେବେଳେ ଥାନା ଅଧିକାରୀର ପରିଚୟ ଦେଇ ଲୋକଙ୍କଠୁ ଲୁଟ୍ କରିଥିଲେ।
ଆଜି ଦେବ ଦେବ ମହାଦେବଙ୍କ ଜାଗରଯାତ୍ରା। ଏଥିପାଇଁ ଭୋରରୁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ଶୃଙ୍ଖଳିତ ଦର୍ଶନ ପାଇଁ ସବୁଠି ବ୍ୟାପକ ବ୍ୟବସ୍ଥା ହୋଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କାହା ପାଖେ ହାତ ନପତାଇ ପଢ଼ା ଖର୍ଚ୍ଚ ଉଠାଇବାକୁ ଉଦ୍ୟମ । ବାଲେଶ୍ୱର ଫକୀର ମୋହନ ଜୁନିଅର କଲେଜର ଛାତ୍ର ରୂପକ ।
ପ୍ରତାପ ନନା କହିଲେ ଏମିତିକା ଘର ମୋର ଭାରି ପସନ୍ଦ । ଘର କାନ୍ଥରେ ବୃକ୍ଷଲତା ଓ ଯୋଗମୁଦ୍ରାର ପ୍ରତିଛବି ସ୍ପଷ୍ଟ ଦର୍ଶାଉଛି ଜଣେ ସରଳ ମଣିଷର ନିଛକ ପ୍ରକୃତି ପ୍ରେମକୁ ।