• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ଜୋର ଧରିଲା ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଗିରଫଦାରୀ ଦାବି । ବାନ୍ଧବୀ ସୋମାଲିକା ଦାଶ ସାନି ଏତଲା ଦେବାକୁ ୧୫ ଦିନ ବିତିଥିବା ବେଳେ, ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ଉଭୟ ଦଳ ତରଫରୁ ଶୋଭାଯାତ୍ରା ଓ ବିକ୍ଷୋଭପ୍ରଦର୍ଶନ କରି ବିଜୟଶଙ୍କରଙ୍କ ଗିରଫ ଦାବି କରାଯାଇଥିଲା । ଗତ ୨ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ, ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାଶ ଜଗତସିଂହପୁର ସଦର ଥାନାରେ ସାନି ଏତଲା ଦେଇଥିଲେ ।

ଇତିମଧ୍ୟରେ ସୋମାଲିକାଙ୍କ ୧୬୧ ଓ ୧୬୪ ବୟାନ ରେକର୍ଡ ସହିତ ପୋଲିସ ଡାକ୍ତରୀ ମାଇନା ମଧ୍ୟ ସାରିଛି । ହେଲେ ମାମଲା ରୁଜୁ ହେବାର୨ ସପ୍ତାହ ବିତିଥିଲେ ମଧ୍ୟ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।

ସେପଟେ ବିଜୟଶଙ୍କରଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ତିର୍ତ୍ତୋଲ ବିଜେଡି ସଭାପତି ସୁମିତ ଦାସ । ସେ କହିଛନ୍ତି ବିଧାୟକ ସବୁ ପ୍ରକାର ତଦନ୍ତର ସାମନା କରିବାକୁ ପ୍ରସ୍ତୁତ ଅଛନ୍ତି । ସେପଟେ କ୍ୟାମେରା ସାମନାରେ ପ୍ରତିକ୍ରିୟା ନଦେଇ ବିଜୟଶଙ୍କର ଦାସ କହିଛନ୍ତି, ସମୟ ସୁବିଧା ଆସିଲେ ସବୁ ସତ କହିବି ।