• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୋ ସାଇକେଲକୁ ନେଇ ଚିନ୍ତା ବଢିଲା । କଣ ହେବ ମୋ ସାଇକେଲର ଅବସ୍ଥା । ମାଗଣା ବଣ୍ଟା ହେବ ନା ଟଙ୍କା ନେଇ ଦେବେ ନା ପୁଣିଥରେ ତାହାକୁ ମରାମତି କରି ଲୋକଙ୍କ ସେବାରେ ଉପଯୋଗ କରାଯିବ । ବିଏମସି ପକ୍ଷରୁ ମୋ ସାଇକେଲକୁ ବସ୍ତିର ପିଲା ଓ ଗରିବ ଛାତ୍ରଛାତ୍ରୀଙ୍କୁ ବାଣ୍ଟିବାକୁ ଯୋଜନା ଥିବା ବେଳେ, ସ୍ମାର୍ଟସିଟି ଲିମିଟେଡ ଏବେ ମାଗଣାରେ ଦେବାକୁ ରାଜି ହେଉନଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରିଛନ୍ତି କର୍ପୋରେଟର ।

କଣ ହେବ ମୋ ସାଇକେଲର ଭାଗ୍ୟ ? ପୁଣି ରାସ୍ତାରେ ଗଡ଼ିବ ନା ବସ୍ତି ପିଲାଙ୍କୁ ବଣ୍ଟାଯିବ ? ସାଇକେଲ ବଣ୍ଟନ ନେଇ ବିଏମସିର ସଜବାଜ ପରେ ଏବେ ସ୍ମାର୍ଟସିଟି ଲିମିଟେଡ୍ ସାଜିଛି କଣ୍ଟା । ରାସ୍ତାଘାଟରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ମୋ-ସାଇକେଲକୁ ରାସ୍ତାରୁ ହଟାଇବାକୁ ବସ୍ତି ପିଲା ଓ ମେଧାବୀ ପିଲାଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲା ବିଏମସି । ଏଥିପାଇଁ ସ୍ୱତନ୍ତ୍ର ଏସଓପି ଆଣି ସାଇକେଲ ବାଣ୍ଟିବାକୁ ଯୋଜନା ବି କରିଛି । ହେଲେ ମାଗଣାରେ ସାଇକେଲ ବାଣ୍ଟିବାକୁ ରାଜି ହେଉନି ସ୍ମାର୍ଟସିଟି ଲିମିଟେଡ୍ । ମାଗଣାରେ ନ ବାଣ୍ଟି ମରାମତି କରି ପୁନଃ ପ୍ରଚଳନ କରିବା ଉପରେ ସ୍ମାର୍ଟସିଟି ଜୋର ଦେଉଥିବା ଅଭିଯୋଗ କରିଛନ୍ତି କର୍ପୋରେଟର ।

ମୋ-ସାଇକେଲ ପ୍ରସଙ୍ଗରେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ରାଜଧାନୀ ବାସିନ୍ଦା । କିଏ ବସ୍ତି ପିଲା ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନକୁ ସ୍ୱାଗତ କରିଛନ୍ତି, ଆଉ କିଏ କହିଛନ୍ତି ମରାମତି କରି ପୁଣି ରାଜଧାନୀରେ ଗଡୁ ମୋ ସାଇକେଲ । ବିଏମସି ଓ ସ୍ମାର୍ଟସିଟି ଲିମିଟେଡର ଛକାପଞ୍ଝା ଭିତରେ କଣ ହେବ ମୋ-ସାଇକେଲର ଭାଗ୍ୟ ତାହା ସମୟ କହିବ ।