Advertisment

‘ସବୁ ଦୁର୍ବଳତାକୁ ପଦାରେ ପକାଇଦେଇଛି କୋଭିଡ୍‌ ମହାମାରୀ’

ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ, କୋଭିଡ ମହାମାରୀ ଆମର ବିଭିନ୍ନ କ୍ଷେତ୍ରରେ ଥିବା ବହୁ ଦୋଷ ଦୁର୍ବଳତାକୁ ପଦାରେ ପକାଇବାରେ ସଫଳ ହୋଇଛି । ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ଉକ୍ତ ଦୁର୍ବଳତା ଗୁଡ଼ିକର ସ୍ଥାୟୀ ସମାଧାନ ପ୍ରତି ଧ୍ୟାନ ଦେବାକୁ ହେବ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
bjb college function

bjb college function

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗରେ ଶୁକ୍ରବାର କୋଭିଡ ପରବର୍ତ୍ତୀ ଅର୍ଥନୀତି ସମ୍ପର୍କିତ ଏକ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଶ୍ଵ ଅର୍ଥନୀତିରେ କୋଭିଡର ପ୍ରଭାବ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ମୁକାବିଲା ସଂପର୍କୀତ ବହୁ ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା ।

Advertisment

ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ, କୋଭିଡ ମହାମାରୀ ଆମର ବିଭିନ୍ନ କ୍ଷେତ୍ରରେ ଥିବା ବହୁ ଦୋଷ ଦୁର୍ବଳତାକୁ ପଦାରେ ପକାଇବାରେ ସଫଳ ହୋଇଛି । ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ଉକ୍ତ ଦୁର୍ବଳତା ଗୁଡ଼ିକର ସ୍ଥାୟୀ ସମାଧାନ ପ୍ରତି ଧ୍ୟାନ ଦେବାକୁ ହେବ । ସାଂପ୍ରତିକ କୋଭିଡ୍ ପରବର୍ତ୍ତୀ ପରିସ୍ଥିତିରେ ଗାନ୍ଧିଜୀଙ୍କ ସ୍ୱାବଲମ୍ବୀ ନୀତିକୁ ଆପଣାଇ ଦେଶରେ ଗ୍ରାମ୍ୟ କୁଟୀର ଶିଳ୍ପର ଉତ୍ଥାନ ଉପରେ ଗୁରୁତ୍ୱ ଦେବାପାଇଁ ସେ ଏହି ଅବସରରେ ଆହ୍ୱାନ ଦେଇଥିଲେ।

Bjb college Bjb college

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫକିର ମୋହନ ବିଶ୍ଵବିଦ୍ୟାଳୟର ପୁର୍ବତନ କୂଳପତି ପ୍ରଫେସର କୁମରବର ଦାସ କୋଭିଡ ମହାମାରୀ ଯୋଗୁଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିଭଳି ବାଧାପ୍ରାପ୍ତ ହୋଇଥିଲା ତାହାର ଏକ ବିସ୍ତୃତ ଚିତ୍ର ଉପସ୍ଥାପନ କରିଥିଲେ ।

Advertisment

ଅନ୍ୟତମ ଅତିଥିଭାବେ ଯୋଗଦେଇଥିବା ଜାପାନ ୱାସୁଦା ବିଶ୍ଵବିଦ୍ୟାଳୟର ପ୍ରଫେସର ଡ କଟୋ ଅଟୁସୀ କହିଥିଲେ ଯେ, କୋଭିଡ୍‌ ସମୟରେ ଏହାର ମୁକାବିଲା କରିବା ଦିଗରେ ଭାରତ ସରକାରଙ୍କ ଭୂମିକା ପ୍ରଶଂସନୀୟ ଥିଲା ।

ପ୍ରାରମ୍ଭରେ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ଗୁଲାମ୍ ମୋଇଉନ୍ଦିନ ଖାନ୍ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷ  ତଥା ସମ୍ମିଳନୀର ଆୟୋଜକ ସଚିବ ଡ଼. ମଧୁବ୍ରତା ଶତପଥୀ ସମ୍ମିଳନୀର ଗୁରୁତ୍ଵ ଏବଂ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, କୋରୋନା ମହାମାରୀର ପ୍ରାଦୁର୍ଭାବରେ ସମଗ୍ର ବିଶ୍ଵ ଅର୍ଥନୀତିରେ ଯେଉଁ ଆର୍ଥିକ ଓ ମାନସିକ ସମସ୍ୟା ଗୁଡ଼ିକ ସୃଷ୍ଟି ହୋଇଥିଲା, ମନୁଷ୍ୟ ଜାତି ସେହି ଭୟାବହ ପରିସ୍ଥିତିରୁ ନିଜକୁ ସମାଧାନ ବାଟରେ ଅଗ୍ରସର କରି ଯେପରି ପୁନର୍ବାର ମାନସିକ ଏବଂ ଅର୍ଥନୈତିକ ସ୍ଥିରତା ପାଇପାରିବ ସେହିଦିଗରେ ଏହି ଆନ୍ତର୍ଜାତିକ ସମ୍ମିଳନୀ ଏକ ଆନ୍ତରିକ ପ୍ରୟାସ ।

ଶେଷରେ ଅଧ୍ୟାପିକା ମୌସୁମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇ ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ଦେଶ ବିଦେଶର ଶତାଧିକ ଶିକ୍ଷାବିତ୍ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ୫୦ରୁ ଊର୍ଦ୍ଧ୍ୱ ସନ୍ଦର୍ଭ ଉପସ୍ଥାପନ କରାଯାଇଛି।

Advertisment
Advertisment