Advertisment

ତନ୍ତ୍ର ସାଧନା ପାଇଁ ସ୍ତ୍ରୀର ଜୀବନ ନେଲା ପିଶାଚ ସ୍ୱାମୀ, ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲରେ ପୂଜାର୍ଚ୍ଚନା...

ତନ୍ତ୍ର ସାଧନା ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ। ମୁଣ୍ଡରେ ତନ୍ତ୍ର ସାଧନାର ନିଶା ଏତେ ମାତ୍ରାରେ ଥିଲା ଯେ, ସ୍ତ୍ରୀକୁ ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲରେ ପୂଜାର୍ଚ୍ଚନା କଲା।

author-image
Rajalaxmi Sahoo
 Man allegedly kills wife and performs ritualistic worship in dhenkanal

Man allegedly kills wife and performs ritualistic worship in dhenkanal

ପିଶାଚ ସାଜିଲା ସ୍ୱାମୀ। ତନ୍ତ୍ର ସାଧନା ପାଇଁ ସ୍ତ୍ରୀର ଜୀବନ ନେବାକୁ ମଧ୍ୟ ପଛାଇଲା ନାହିଁ। ମୁଣ୍ଡରେ ତନ୍ତ୍ର ସାଧନାର ନିଶା ଏତେ ମାତ୍ରାରେ ଥିଲା ଯେ, ସ୍ତ୍ରୀକୁ ହତ୍ୟା ପରେ ଉଲଗ୍ନ କରି ଜଙ୍ଗଲରେ ପୂଜାର୍ଚ୍ଚନା କଲା। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ହେଲେ ଆମ୍ବପଳାସ ଗାଁର ମମତା ଖଟୁଆ। ଅଭିଯୁକ୍ତ ସ୍ୱାମୀ ଅଷ୍ଟମ ଖଟୁଆକୁ ପୋଲିସ୍‌ ଅଟକ ରଖି ପଚରାଉଚରା ଚଳାଇଛି।

Advertisment

ସୂଚନା ଅନୁସାରେ, ଶିବରାତ୍ରୀରେ ତନ୍ତ୍ର ସାଧନା ପାଇଁ ଅଷ୍ଟମ, ସ୍ତ୍ରୀକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ମମତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ମମତା ନିଜ ସ୍ୱାମୀ ଓ ୩ ପିଲାକୁ ଛାଡ଼ି ଅଷ୍ଟଙ୍କ ସହ ପଳାଇ ଯାଇ ତାଙ୍କୁ ବିବାହ କରିଥିଲେ। ହେଲେ ସେ ଜାଣି ନଥିଲେ ଯାହାକୁ ସେ ନିଜର ଭାବି ସ୍ୱାମୀ, ପିଲା ଓ ପରିବାରକୁ ଛାଡ଼ିଛନ୍ତି, ଦିନେ ସେ ହିଁ ତାଙ୍କ ଜୀବନ ନେଇଯିବ। 

ଅଷ୍ଟମ ଓ ମମତାଙ୍କ ମଧ୍ୟରେ ପ୍ରତ୍ୟେକ ଦିନ କଳହ ହେଉଥିଲା। ସ୍ତ୍ରୀକୁ ହତ୍ୟା ପରେ ଅଷ୍ଟମ ପୋଲିସକୁ ଭୁଆଁ ବୁଲାଇବା ପାଇଁ ହତ୍ୟାକାଣ୍ଡର ବ୍ଲୁ ପ୍ରିଣ୍ଟ ରଚିଥିଲା। ହେଲେ ତା’ର ଏହି ପ୍ଲାନ୍‌ ଶେଷରେ ଧରା ପଡ଼ିଯାଇଥିଲା। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ସହ ଅଭିଯୁକ୍ତ ସ୍ୱାମୀ ଅଷ୍ଟମକୁ ଅଟକ ରଖି ପଚରାଉଚରା କରୁଛି। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment
Murder Superstition
Advertisment
Advertisment