ବିଶ୍ୱାସ ନହେଲେ ବି ସତ...ବଂଚି ଥାଉଥାଉ ନିଜ ପାଇଁ କବର ଖୋଳୁଛନ୍ତି ବୃଦ୍ଧ । ଏମିତି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସୌରି ଗାଁରେ । ସ୍ଥାନୀୟ ଅଂଚଳର ଲକ୍ଷ୍ମଣ ଭୂୟାଁ ଓ ପତ୍ନୀ ଜେଙ୍ଗି ଭୂୟାଁଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ଲକ୍ଷ୍ମଣଙ୍କୁ ୮୦ ବର୍ଷ ହେଲାଣି...ଆଉ ଜେଙ୍ଗିଙ୍କୁ ୭୦ ଟପିଲାଣି । ଉଭୟଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି। ପିଲାମାନେ ବିବାହ କରିବା ପରେ ଏବେ ଅନ୍ୟତ୍ର ରହୁଛନ୍ତି
ସବୁବେଳ ଆୟତାକାର ଏବଂ ବର୍ଗାକାର ଭୂମି ସର୍ବଶ୍ରେଷ୍ଠ ହୋଇଥାଏ, କିନ୍ତୁ ବେଳେ ବେଳେ ଆମେ ଏହିପରି ଭୂଖଣ୍ଡ ବି ଦେଖିଥାଉ ଯାହା ବିଭିନ୍ନ ଦିଗ ଏବଂ କୋଣରେ ବିସ୍ତାର ବା ବୃଦ୍ଧି ହୋଇଥାଏ ନଚେତ୍ କମି ଯାଇଥାଏ। ଏହା ବେଳେବେଳେ ସୁଫଳ ଦେଇଥାଏ ତ ପୁଣି କେତେକ କ୍ଷେତ୍ରରେ କୁଫଳ ମିଳେ।
ଟଙ୍କା ହରାଇଥିବା ଜମାକରୀମାନେ ଅନେକଥର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ବାରମ୍ବାର ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ତଦନ୍ତ ବି ଆରମ୍ଭ କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି, ପୋଷ୍ଟମାଷ୍ଟର ମନୋରଞ୍ଜନ ଏବେ କେଉଁଠି ?
‘ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋ ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ ନିର୍ବାଚନ ଲଢ଼ିବ’। ପ୍ରେସ୍ମିଟ୍ରେ ଏଭଳି କିଛି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମନ୍ତ୍ରୀ ନବ ଦାସଙ୍କ ଆକସ୍ମିକ ବିୟୋଗ ପରଠୁ ଅଶାନ୍ତ ହେଉଛି କି ପଶ୍ଚିମ ଓଡ଼ିଶାର ଶିଳ୍ପ କରିଡର ? କୋଇଲା, ଫ୍ଲାଏଆସ୍ ଅବା ଟ୍ରାନ୍ସପୋର୍ଟ ନବଙ୍କ ନିଧନ ପରେ ଦୀର୍ଘ ୩ ଦଶନ୍ଧୀ ଧରି ତାଙ୍କ ଅଖଣ୍ଡ ଆଧିପତ୍ୟରେ ଚାଲିଥିବା ଏସବୁ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ପଡିଲାଣି କି ଜିଲ୍ଲା ବାହାର ନେତାଙ୍କ ଲୋଲୁପ ନଜର ? ଯାହାର ଝଲକ୍ ଗତ ୧୭ ତାରିଖରେ ଦେଖିବାକୁ ମିଳିଥିବା କୁହାଯାଉଛି
ଧାନସଭା ଅଧିବେଶନ ଆରମ୍ଭ ହେଲା କ୍ଷଣି ବ୍ୟକ୍ତିଗତ ଆକ୍ଷେପ ଆହୁରି ତୀବ୍ର ହୋଇଛି। କାରଣ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ 5-T ସଚିବ ଏବଂ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସନ୍ଦେହ ଘେରକୁ ଟାଣିଥିଲେ ଜୟନାରାୟଣ। ଏହାପରେ ବ୍ୟକ୍ତିଗତ ଆକ୍ଷେପ କଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ଜୟନାରାୟଣ ମାନସିକ ସନ୍ତୁଳନ ହରାଇଛନ୍ତି ବୋଲି ସିଧାସଳଖ ନିଶାନା କରିଥିଲେ ପ୍ରଶାନ୍ତ ।
ଅସଂଖ୍ୟ ଧରାଶାୟୀ କୋଠା ତଳୁ ଅସହାୟତାର ଚିତ୍କାର ଶୁଭୁଥିଲା । ଠିକ୍ ସେତିକି ବେଳେ, ବିପଦ ବେଳର ବନ୍ଧୁ ସାଜି ସେଠି ପହଞ୍ଚିଥିଲେ ଅପରେସନ ଦୋସ୍ତର ଦେବଦୂତ । ଏନଡିଆରଏଫ୍ ଯବାନ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ମାତ୍ର ୬ ଘଣ୍ଟା ଭିତରେ ଭାରତୀୟ ସେନା ତିଆରି କରିଦେଇଥିଲା ୩୦ ବେଡ୍ ବିଶିଷ୍ଟ ସିକ୍ସଟି ପାରା ଫିଲ୍ଡ ହସ୍ପିଟାଲ ।
ଆଇଏଲଏସ ବୈଜ୍ଞାନିକଙ୍କ ବ୍ରେନ୍ ମ୍ୟାଲେରିଆ ଔଷଧ ଆବିଷ୍କାର ନେଇ ଅନ୍ତର୍ଜାତୀୟ ସାପ୍ତାହିକ ବୈଜ୍ଞାନିକ ପତ୍ରିକା 'ନେଚର'ରେ ଏକ ଆର୍ଟିକିଲ ପ୍ରକାଶ ପାଇଛି । ୨୦୨୧ରେ ସାରା ବିଶ୍ୱରେ ପାଖାପାଖି ୨୪ କୋଟି ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ । ସେଥିମଧ୍ୟରୁ ୬ଲକ୍ଷ ୧୯ ହଜାର ରୋଗୀଙ୍କ ମୃତ୍ୟୁ ହୋଇଛି ।
ବିଶେଷ କରି ବିରୋଧୀ ବିଜେପି ଉପରେ ବର୍ଷିଥିଲେ ନବୀନ । ବିରୋଧୀ କିନ୍ତୁ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି ।
ନବ ଦାସଙ୍କୁ ହତ୍ୟାର ୨୫ ଦିନ ବିତିଲାଣି କିନ୍ତୁ ଏଯାଏଁ ତଦନ୍ତ ଠିକ୍ରେ ହେଲାନି। ରାଜ୍ୟ ସରକାର କ୍ରାଇମବ୍ରାଂଚ୍ ତଦନ୍ତ ନିର୍ଦ୍ଦେଶ ଦେଲେ କିନ୍ତୁ ତଦନ୍ତ କେମିତି ହେଉଛି? ଏଯାଏଁ କାହିଁକି ସତ ସାମ୍ନାକୁ ଆସିଲା ନାହିଁ ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ଖାଲି ଏତିକି ନୁହେଁ ବରଂ ନିଜର ଅଭିଜ୍ଞତାକୁ ନଜରରେ ରଖି ନରସିଂହ କହିଛନ୍ତି, ତଦନ୍ତ ଯେମିତି ହେବା କଥା ସେମିତି ହେଉନାହିଁ। ତଦନ୍ତ ପୂରା ଗୋଳମାଳିଆ ହେଉଛି ବୋଲି କହିଛନ୍ତି ନରସିଂହ।
ପୂର୍ବତନ୍ତ୍ର ମନ୍ତ୍ରୀଙ୍କ ବାହାଘର ହେବା ନେଇ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ହେଉଥିବା ବେଳେ ଖୋଦ୍ ବିଧାୟକ ଏଇ କଥାକୁ ସ୍ୱୀକାର କରିଥିବା କୁହାଯାଉଛି। ଦିବ୍ୟଶଙ୍କର ନିଜ ନିର୍ବାଚନମଣ୍ଡଳୀ ଜୁନାଗଡ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି
ମନ୍ତ୍ରୀଙ୍କୁ ପୂରା ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ଯଦି ଘଟଣାର ସତ ଜାଣିବାକୁ ସମସ୍ତଙ୍କର ଆଗ୍ରହ ରହିଛି ତେବେ ତୁରନ୍ତ ଏଇ ଦୁଇ ବ୍ୟକ୍ତିଙ୍କ ଫୋନ୍ କଲ୍ ଯାଂଚ ହେଉ। ଯାହାଦ୍ୱାରା ସାମ୍ନାକୁ ଆସିବ ଦୋଷୀ। କିନ୍ତୁ ଏହି ଦୁଇ ବ୍ୟକ୍ତିଙ୍କ ସମ୍ପୃକ୍ତି ଯୋଗୁ ଓଡ଼ିଶା ପୋଲିସ୍ ସେମାନଙ୍କ ବିରୋଧରେ ତଦନ୍ତ କରିପାରିବ ନାହିଁ । ତେଣୁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ FBI ସହାୟତା ଲୋଡ଼ିଲା ଓଡ଼ିଶା। ମୁଖ୍ୟମନ୍ତ୍ରୀ କହିଛନ୍ତି, ତଦନ୍ତରେ ସହଯୋଗ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆମେରିକାର ତଦନ୍ତକାରୀ ସଂସ୍ଥା FBI ର ସହାୟତା ଲୋଡ଼ା ଯାଇଛି।
ଦର୍ଶକବନ୍ଧୁ ୧୭ ଦିନ ହେଲାଣି ପୁଅ ଘରୁ କୁଆଡେ ପଳାଇଯାଇଛି। ଯାଇଛି ଯେ ଯାଇଛି ଆଉ ଆସିବାର ନା ଧରୁନି। ଭେଣ୍ଡିଆ ପୁଅ ଘରୁ ପଳାଇଥିବାରୁ ଏବେ ସମସ୍ତେ ଚିନ୍ତାରେ। ଏ ହେଉଛନ୍ତି ସୌମ୍ୟରଂଜନ। ହାଟଡିହି ଆଂଚଳିକ ମହାବିଦ୍ୟାଳୟରେ ଯୁକ୍ତ ତିନିରେ ସେ ପାଠ ପଢନ୍ତି । କଲେଜ୍ରେ ବି ତାଙ୍କୁ ସମସ୍ତେ ଭଲପାଆନ୍ତି। ମାତ୍ର ୨ ମାସ ତଳେ ଭଉଣୀଙ୍କର ବିବାହ ବି ହୋଇଛି। ହେଲେ ହଠାତ୍ ଘରୁ କୁଆଡେ ପଳେଇଥିବାରୁ ଏବେ ପୂରା ପରିବାର ଚିନ୍ତାରେ।
ବ୍ରେନ୍ ମ୍ୟାଲେରିଆର ନିରାକରଣ ପାଇଁ ଓଡ଼ିଶାରେ ପ୍ରସ୍ତୁତ ହୋଇଛି ଔଷଧ। ଭୁବନେଶ୍ୱରର ଜୀବ ବିଜ୍ଞାନ ପ୍ରତିଷ୍ଠାନ ଏହି ଔଷଧ ବାହାର କରିଛି।
ଥାନା ବାବୁଙ୍କ ମାନସିକ ନିର୍ଯାତନା ସହିନପାରି ଚାକିରିରୁ ଇସ୍ତଫା ଗ୍ରହଣ କରିବାକୁ ଜଣେ ପୋଲିସ ଏସ୍ଆଇଙ୍କ ଆବେଦନକୁ ନେଇ ଏବେ ଯାଜପୁର ଜିଲ୍ଲାରେ ଚର୍ଚ୍ଚା।
ସୁଲୋଚନାଙ୍କ ଦୁଃଖ ଏତିକିରେ ସରିନି...ପୁଅ ଆତ୍ମହତ୍ୟା କରିଦେଲା, ବୋହୂ ଘର ଛାଡି ପଳେଇଲା। ସ୍ୱାମୀ ବି କ୍ୟାନସରରେ ଆଖି ବୁଜିଲେ। ଆଉ ଏତିକି ଦୁଃଖ ଦେଇ ଭଗବାନ ଖୁସି ହେଲେନି ଯେ ଝିଅକୁ ବି ନେଇଗଲେ। ଏବେ ଏକା ଏକା ବଞ୍ଚିବା ସହିତ ଏଇ ରୋଗୀଣା ନାତୁଣୀର କରୁଛନ୍ତି ଦେଖାଶୁଣା । ଏଇ ବୟସରେ ଆଉ ଖଟିପାରୁନାହାନ୍ତି। ତେଣୁ ନିଜର ଅସହାୟତା କଥା କହୁ କହୁ କ୍ୟାମେରା ସାମ୍ନାରେ ସେ କାନ୍ଦି ପକାଇଛନ୍ତି।
ସୋମବାର ଦିନ ରାଜଧାନୀରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମେଳାର ଉଦଘାଟନ କରିବା ଅବସରରେ ସାମ୍ବାଦିକଙ୍କୁ ଛଡ଼ାଯାଇନଥିଲା। ସେହିପରି ମଙ୍ଗଳବାର ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରେ ସୁରକ୍ଷାକର୍ମୀ ଦଉଡି ଧରି ଯେମିତି ସାମ୍ବାଦିକଙ୍କୁ ରୋକିଲେ ତାକୁ ନେଇ ବି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା। ଗଣମାଧ୍ୟମ, ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ। ଗଣମାଧ୍ୟମ ବିନା ସୁସ୍ଥ ଗଣତନ୍ତ୍ର ଚାଲିବା ଅସମ୍ଭବ।
ସୁନା ଚେନ୍ ପାଇଥିବା ଜଣେ ସଫେଇ କର୍ମଚାରୀ ଏହାକୁ ଫେରାଇ ଦେଇଛନ୍ତି। ବିଏମ୍ସିରେ କାର୍ଯ୍ୟରତ ମହିଳା ସଫେଇ କର୍ମଚାରୀ ପୂଜାରାଣୀ ସିଂଙ୍କ ଏହି ମହତ ପଣିଆକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ବିଲେଇ ପାଇଁ ହଟହଟା ସାହି ବାସିନ୍ଦା। ଶେଷରେ ପୋଷା ବିଲେଇ ପାଇଁ ଥାନାରେ ଏତଲା ଦିଆଯାଇଛି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମାଲିକା କହିଛନ୍ତି, ‘ଏତେ ସବୁ ଘଟଣା ଘଟିଲା ପରେ ବିଜୟ ଶଙ୍କର ଫେସ୍ବୁକ୍ରୁ ମୋ ଫଟୋ ନେଇ ସୋସିଆଲ୍ ମିଡିଆରେ ଶେୟାର କରି ମୋତେ ବଦ୍ନାମ କରୁଛନ୍ତି। ଫଟୋ ସବୁ ୨୦୧୯ ମସିହାର ବ୍ୟାଚ୍ ଫିଷ୍ଟ୍ ସମୟର।’
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓଡିଶା ଗସ୍ତ ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦଳୀୟ କାର୍ଯ୍ୟାଳୟରେ ଏସଏଚଜିକୁ କେନ୍ଦ୍ର ଦେଉଥିବା ଅନୁଦାନ ଓ ସେମାନଙ୍କୁ ସଶକ୍ତ କରିବାକୁ କେନ୍ଦ୍ର କରୁଥିବା ବ୍ୟବସ୍ଥା ମନ୍ତବ୍ୟ ରାଜ୍ୟ ବିଜେପିର ବଳ ବଢ଼ାଇଛି । ତେଣୁ ତାର କାଉଣ୍ଟର ଲାଗି ସ୍କୁଟି ଓ ଲାପଟପ୍ ଲଲିପପ୍ ଦେଇ ମିଶନ ଶକ୍ତି କର୍ମୀଙ୍କ ଅସନ୍ତୋଷ ଚାପିବାକୁ ଉଦ୍ୟମ କରାଯାଉନି ତ ?
ବ୍ୟାବସାୟିକ ପ୍ରତିଷ୍ଠାନ, ଘରୋଇ ସ୍କୁଲ୍ ଏପରିକି ଖୋର୍ଦ୍ଧାର ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଓଡ଼ିଆ ବଦଳରେ ମାତ୍ରାଧିକ ଇଂରାଜ ଭାଷାର ବ୍ୟବହାର ହୋଇଛି । ରାସ୍ତା କଡ଼ ଦୋକାନ ବଜାରର କଥା ନ କହିଲେ ଭଲ । ସରକାରଙ୍କ ନିୟମ କାନୁନ ପ୍ରତି କାହାର ନିଘା ନାହିଁ କି ଓଡ଼ିଆ ଭାଷା ପ୍ରତି ଆଗ୍ରହ ।