ଶୁଖିଲା ପଡ଼ିଛି ଡ୍ୟାମ୍। ଶୁଖିଲା ପଡ଼ିଛି କେନାଲ। ଆଉ ଚାଷବାସ କାମ ବି ଆଗକୁ ବଢ଼ିପାରୁନି। ସ୍ବଳ୍ପ ବର୍ଷା ଏବଂ ବିଭିନ୍ନ ଡ୍ୟାମ୍ ପୋତି ହେବା ପରେ ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ଏବେ ଏଭଳି ସ୍ଥିତି।
ଚାଷରେ ପୋକ ଲାଗିଲା । ପରେ ପରେ ପାଣି ଅଭାବରୁ ବିଲ ବି ଶୁଖିଗଲା, ଚିନ୍ତା ବଢ଼ିଲା ।
କେନାଲରେ ପାଣି ନାହିଁ, ଧାନ ବିଲ ଫାଟି ଆଁ କଲାଣି । ବର୍ଷାକୁ ଅପେକ୍ଷା କରି ଶ୍ରାବଣ ସରିଲା । ଚିନ୍ତାରେ ଡେଲାଙ୍ଗ ବ୍ଲକର ଚାଷୀ । ଏହି ଅଞ୍ଚଳକୁ ମରୁଡ଼ି ଘୋଷଣା କରିବାକୁ ଦାବି କଲେଣି ଚାଷୀ..
ରବି ଧାନ ସଂଗ୍ରହକୁ ନେଇ କେଁ....ପ୍ରଶାସନ ଓ ମିଲର୍ସଙ୍କ ଆଲୋଚନା ବିଫଳ ହୋଇଛି । FCI ଚାଉଳ ଗ୍ରହଣ ନିୟମ ସାଜିଛି ବାଧକ । ଚଳିତ ରବି ଫସଲ ପରେ ସଂଗୃହୀତ ଧାନ ଗୁଡ଼ିକର କଷ୍ଟମ ମିଲିଂ ପରେ କେବଳ ଏଫସିଆଇ ହିଁ ଚାଉଳ ନେବ।
ଶୁଣ ପ୍ରଶାସନ...ଅମଳ ବେଳକୁ ପାଣି ବନ୍ଦ କରିଦେଲ...ଆମେ ଚାଷ କରିବୁ କେମିତି? ଲୋନ୍ ଟଙ୍କା ସୁଝିବୁ କେମିତି?
୪୦ ବର୍ଷର ସ୍ୱପ୍ନ ପୂରଣ ହେଲା, ଚାଷୀଙ୍କ ମୁହଁରେ ହସ ଫୁଟିଲା । ହୁଳହୁଳି ପଡ଼ିଲା,କଳସ ବସାଇ ବ୍ରାହ୍ମଣ ପୂଜା କଲେ । ଶେଷରେ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ ।
ଏମିତିରେ ଧାରକରଜ କରି ଚାଷ କରୁଥିବା ଚାଷୀଙ୍କ ଦୁର୍ଦ୍ଦଶା ବଢିଯାଇଛି । ଅଦିନିଆ ବର୍ଷା ମାଡ଼ରେ ଜମିରେ ବଳିପଡ଼ିଥିବା ଟମାଟୋ, ଗୁଆଁର ତୋଳିବାକୁ ଲାଗିଛି ଚାଷୀ । ରାୟଗଡା ଜିଲ୍ଲା ଗୁଣପୁରର ଭାରସିଂ ଅଞ୍ଚଳରେ ଏବେ ଚାଷୀ ଆଖିରେ ଲୁହ ଆଣି ଦେଇଛି ଅଦିନିଆ ବର୍ଷା ।
ଗତ ୨୦୨୧/୨୨ ବର୍ଷରେ ବନ୍ୟା ଯୋଗୁଁ ଧର୍ମଶାଳା ତହସିଲର ଅଭୟପୁର, ବମ୍ଫୁ, ଦକ୍ଷିଣଶାସନ,ସଂଖାରୀଢିହ, ମଙ୍ଗରାଜପୁର,ଚକ୍ରୋଡ଼ା, ପାଟପୁର ଆଦି ମୌଜାରେ ହେକ୍ଟର ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିଲା । କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୁରଣ ପ୍ରଦାନ ନିମନ୍ତେ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା
୩ ମାସର କଠିନ ପରିଶ୍ରମ ଓ ଲକ୍ଷାଧିକ ଟଙ୍କାର ତରଭୁଜ ଓ ପନି ପରିବା ଗତକାଲି ବର୍ଷା ଓ କୁଆ ପଥର ମାଡ଼ରେ ନଷ୍ଟ ହେବାକୁ ବସିଲାଣି । ତେଣୁ କେମିତି ଫସଲକୁ ବଞ୍ଚାଇବେ ସେନେଇ କସରତ କରୁଛି ଚାଷୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କୃଷ୍ଣନଗର ଗାଁର ୧୦ ଜଣ ଚାଷୀଙ୍କର ଏବେ ସମଦଶା । ପାଖାପାଖି ୧୬ ଏକର ଜମିରେ ୧୦ ଲକ୍ଷ ଟଙ୍କା ବିନିଯୋଗ କରି ତରଭୁଜ ଓ ପନିପରିବା ଚାଷ କରିଥିଲେ । ଖରାଦିନେ ଲାଲ ଟକଟକ ମିଠା ତରଭୁଜ ବିକି ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା
ଗାଡ଼ି ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ ଯିବା ପରେ କୃଷକ ରାଜେନ୍ଦ୍ରଙ୍କୁ ମାତ୍ର ୨ଟଙ୍କା ୪୯ ପଇସା ଲାଭ ମିଳିଥିଲା । ତାହାପୁଣି ଚେକ୍ ମାଧ୍ୟମରେ ତାଙ୍କୁ ଦିଆଯାଇଥିଲା । ଯାହା ୧୫ ଦିନ ପରେ ତାଙ୍କ ଆକାଉଣ୍ଟକୁ ଆସିବ ବୋଲି କୁହାଯାଇଥିଲା ।
ମାଙ୍କଡ଼ଙ୍କ ଉପଦ୍ରବରେ ଏବେ ଆସିକା ଲୋକ ଅତିଷ୍ଠ ହେଲେଣି। ମଣ୍ଟପଡା, କେନ୍ଦୁପଦର, ତରାସିଙ୍ଗି, ହରଡ଼ାପଦର, ପଢାଳ ଓ ଜୟପୁର ଅଞ୍ଚଳରେ ଭୟଙ୍କର ଉତ୍ପାତ କଲେଣି ମାଙ୍କଡ଼। ଏମିତିକି ମାଙ୍କଡ଼ଙ୍କୁ ଘଉଡାଇବାକୁ ପାଳି କରି କ୍ଷେତ ଜଗୁଛନ୍ତି ଚାଷୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାଙ୍କଡ଼ ପଲ ବେଳେବେଳେ ଆକ୍ରମଣ କରିବାକୁ ବି ପଛାଉନାହାନ୍ତି। ତେଣୁ କ୍ଷେତ ଆଖି ସାମ୍ନାରେ ଉଜୁଡ଼ି ଯାଉଛି ସତ କିନ୍ତୁ ସାହସ ଜୁଟାଇ ପାରୁନାହାନ୍ତି ଚାଷୀ।
ଅମଳ ଋତୁ ଆରମ୍ଭରୁ ଚାଷୀ ପିଠିରେ ପଡିଛି ଅଭାବୀ ବିକ୍ରିର ପ୍ରହାର। ବନ୍ୟା, ବାତ୍ୟା, ବିପର୍ଯ୍ୟୟରୁ ବଞ୍ଚାଇ ଚାଷୀ ନିଜ ଅସାଧ୍ୟ କଷ୍ଟ ଓ କୌଶଳ ବଳରେ ଯେଉଁ ସୁନା ଫଳେଇଛି ତା’ର ମୂଲ୍ୟ ବୁଝିବାକୁ କେହି ନାହିଁ।
ଆସିଲା ସିତ୍ରାଙ୍ଗ ‘ଗୁଜବ’। ଡରିଗଲେ ଚାଷୀ। କାଟି ପକେଇଲେ କଞ୍ଚା ଧାନ। ଏବେ କପାଳରେ ହାତ ଦେଇ କାନ୍ଦିବା ହୋଇଛି ସାର। କିଏ ଦେବ ତାଙ୍କ କ୍ଷତିପୂରଣ? ଏନେଇ ରାଜ୍ୟ ସରକାର ସମୀକ୍ଷା କରିବା ଜରୁରୀ ନୁହେଁ କି?
ଏକଥା ଆମେ ନୁହେଁ କି ସାର୍ଥକ ବି ନିଜେ କହୁ ନାହାନ୍ତି । ହେଲେ କାଗଜପତ୍ର କହୁଛି ତାଙ୍କ ନାଁରେ କିଣାଯାଇଛି ମେସିନ୍ ।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗତ ବର୍ଷ ପ୍ରଚୁର ଆମ୍ବ ଫଳିଥିଲା ବେଳେ ଏ ବର୍ଷ ଆମ୍ବ ଗଛରେ ଆମ୍ବର ଦେଖା ନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ ।
ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ଆଳୁର ଅଭାବୀ ବିକ୍ରି ରୋକିବାକୁ ସରକାର କିଛି ମାସ ତଳେ ନିଷ୍ପତ୍ତି ନେଇଥିଲେ। ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଏବଂ ଓଡ଼ିଶାର ଶୀତଳ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ରିହାତି ଦରରେ ଉନ୍ନତ ମାନର ଆଳୁ ବିହନ ଯୋଗାଣ କରିଥିଲେ ।
ପୁରୀ ସଦର ବ୍ଲକ ଚାଳିସି ବାଟିଆ ମୌଜା ସହ ବାଲିପଡା ଏବଂ ଗଡ ପଞ୍ଚାୟତର ୩୦ରୁ ଅଧିକ ଗାଁର ଚାଷୀ ଏବେ ସମସ୍ୟା ଘେରରେ । ଚାଷ ଜମିରୁ ଜଳ ନିଷ୍କାସନ ହୋଇପାରୁନଥିବା ବେଳେ ଉର ଗ୍ରାମବାସୀଙ୍କ ପକ୍ଷରୁ ଖଲାସି ନାଳକୁ ଅବରୋଧ ଯୋଗୁଁ ଶହ ଶହ ଏକର ଚାଷ ଜମିରେ ପାଣି ଜମି ରହିଛି । ଫଳରେ ତଳି ନଷ୍ଟ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ
ସାର ପାଇଁ ଠେଲା ପେଲା, ପଥର ମାଡ଼, ଭଙ୍ଗା ରୁଜା ହୋଇଛି। ଏପରିକି ଲ୍ୟାମ୍ପ ଗେଟ ଓ ଲ୍ୟାମ୍ପ ଆଜବେଷ୍ଟେଜ ବି ଭଙ୍ଗାରୁଜା ହୋଇଛି । ଏମିତି ଚିତ୍ର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପରେ ଦେଖିବାକୁ ମିଳିଛି। ୟୁରିଆ ସାର ପାଇଁ ହାଉ ଜାଉ ହେଉଛନ୍ତି ଲୋକେ । ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସକୁ ନାକେଦାମ ହେବାକୁ ପଡିଛି
ସୋନପୁର ବିନିକାରୁ ତିନି ଟ୍ରକ୍ ୟୁରିଆ ସାର ଜବତ । ସନ୍ଧ୍ୟାରେ ବିନିକା ସହରର ନୂଆ ବଜାରରେ ଚୋରା ୟୁରିଆ ସାର ଯାଉଥିବା ସନ୍ଦେହ କରି କଂଗ୍ରେସ କର୍ମୀମାନେ ତିନିଟି ଟ୍ରକକୁ ଅଟକାଇ ଥିଲେ ।
ହଳଦିଢିହ ଓ ଆଉଁରୀ ପଂଚାୟତର ସମବାୟ ସମିତି ଗୋଟିଏ ହୋଇଥିବାରୁ ପକ୍ଷପାତିତା କରି ସମବାୟ ସମିତି ସମ୍ପାଦକ ଏଭଳି ହଇରାଣ ହରକତ କରୁଥିବା ଚାଷୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି
ଶହ ଶହ ଏକର ଚାଷ ଜମିରେ ବାଇଗଣ ଚାଷ କରିଥିଲେ ଚାଷୀ। ହେଲେ ଚଳିତବର୍ଷ ବର୍ଷାର ଲୁଚକାଳି ଖେଳ ଭିତରେ ବହୁ ସମସ୍ୟା ମଧ୍ୟରେ ଉତ୍ପାଦନ କରିଥିଲେ ଫସଲ। ପ୍ରତିବର୍ଷ ବାଇଗଣ ଚାଷରୁ ଲାଭବାନ ହେଉଥିବା ଚାଷୀ ଏଥର କିନ୍ତୁ ବାଇଗଣ ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଅଛନ୍ତି।
ସମିତି ସଂପାଦିକାଙ୍କୁ କାର୍ଯ୍ୟରୁ ବହିଷ୍କାର ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଚାଷୀଗଣ। ତେବେ କୌଣସି ବିଭାଗର ଅଧିକାରୀ ଏନେଇ ମୁହଁ ଖୋଲୁନଥିବାରୁ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପଟେ ସଂପାଦିକା କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି, ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମରେ। ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକଠାରୁ ଆଧା ପରିମାଣରେ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ। କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା , ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା