Advertisment

ଆଉ କିଛି ରଖିବେନି...ସବୁ ଖାଇ ସଫା କରିଦେବେ ମାଙ୍କଡ ପଲ

ମାଙ୍କଡ଼ଙ୍କ ଉପଦ୍ରବରେ ଏବେ ଆସିକା ଲୋକ ଅତିଷ୍ଠ ହେଲେଣି। ମଣ୍ଟପଡା, କେନ୍ଦୁପଦର, ତରାସିଙ୍ଗି, ହରଡ଼ାପଦର, ପଢାଳ ଓ ଜୟପୁର ଅଞ୍ଚଳରେ ଭୟଙ୍କର ଉତ୍ପାତ କଲେଣି ମାଙ୍କଡ଼। ଏମିତିକି ମାଙ୍କଡ଼ଙ୍କୁ ଘଉଡାଇବାକୁ ପାଳି କରି କ୍ଷେତ ଜଗୁଛନ୍ତି ଚାଷୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାଙ୍କଡ଼ ପଲ ବେଳେବେଳେ ଆକ୍ରମଣ କରିବାକୁ ବି ପଛାଉନାହାନ୍ତି। ତେଣୁ କ୍ଷେତ ଆଖି ସାମ୍ନାରେ ଉଜୁଡ଼ି ଯାଉଛି ସତ କିନ୍ତୁ ସାହସ ଜୁଟାଇ ପାରୁନାହାନ୍ତି ଚାଷୀ।

author-image
Sarbeswar
ଅଦ୍ୟତନ ହୋଇଛି
Monkey

Monkey

ହେଇ ଗଲା ଗଲା...ଓହଳିଲା ଓହଳିଲା...ସକାଳୁ ସଂଜ ଏମିତି ହୁରି ଛାଡି ଏମିତି ମାଙ୍କଡ ଗୋଡେଇବାରେ ଲାଗିଛନ୍ତି ବୁଢାଠୁ ପିଲା....ମହିଳାଙ୍କଠାରୁ ବୁଦ୍ଧା। ସମସ୍ତଙ୍କ ହାତରେ ବାଟୁଳି ଖଡା ସହିତ ଠେଙ୍ଗା ଆଉ ଆଙ୍କୁଡ଼ି। ଏମିତି କଥା ଶୁଣିବା ପରେ ଆପଣଙ୍କୁ ହସ ଲାଗୁଥିବ। କିନ୍ତୁ ଯାହାର କ୍ଷତି ହେଉଛି ସିଏ ଜାଣିଛି କଷ୍ଟ କଣ?

Advertisment

ପାଳରେ ବସୁଛନ୍ତି ପଲେ ପଲେ ମାଙ୍କଡ଼। ଏମାନେ ଏତେ ମାତ୍ରାରେ ଆସୁଛନ୍ତି ଯେ ସେମାନଙ୍କୁ ଯେତେ ଘଉଡାଇଲେ ବି ଯାଉନାହାନ୍ତି। ବରଂ ମଣିଷଙ୍କୁ ଖେଦି ଆଣୁଛନ୍ତି। ମାଙ୍କଡଙ୍କ ଉପଦ୍ରବ ଏତେ ଅଧିକ ହେଲାଣି ଯେ ଲୋକମାନେ ଶାନ୍ତିରେ ଟିକେ ନିଶ୍ୱାସ ବି ନେଇପାରୁନାହାନ୍ତି। ବରଂ ବିଲରୁ ମୁଗ, ବିରି, ପନିପରିବା ଖାଇ ସବୁ ଧ୍ୱଂସ କରିଦେଉଛନ୍ତି। ଯେତିକି ଯାହା ଖାଉଛନ୍ତି ତାହାଠାରୁ ଅଧିକ ନଷ୍ଟ କରିଦେଉଛନ୍ତି।

ମାଙ୍କଡ଼ଙ୍କ ଉପଦ୍ରବରେ ଏବେ ଆସିକା ଲୋକ ଅତିଷ୍ଠ ହେଲେଣି। ମଣ୍ଟପଡା, କେନ୍ଦୁପଦର, ତରାସିଙ୍ଗି, ହରଡ଼ାପଦର, ପଢାଳ ଓ ଜୟପୁର ଅଞ୍ଚଳରେ ଭୟଙ୍କର ଉତ୍ପାତ କଲେଣି ମାଙ୍କଡ଼। ଏମିତିକି ମାଙ୍କଡ଼ଙ୍କୁ ଘଉଡାଇବାକୁ ପାଳି କରି କ୍ଷେତ ଜଗୁଛନ୍ତି ଚାଷୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାଙ୍କଡ଼ ପଲ ବେଳେବେଳେ ଆକ୍ରମଣ କରିବାକୁ ବି ପଛାଉନାହାନ୍ତି। ତେଣୁ କ୍ଷେତ ଆଖି ସାମ୍ନାରେ ଉଜୁଡ଼ି ଯାଉଛି ସତ କିନ୍ତୁ ସାହସ ଜୁଟାଇ ପାରୁନାହାନ୍ତି ଚାଷୀ।

Advertisment

ଉର୍ବର ମାଟି ହୋଇଥିବାରୁ ଏଥର ଧାନ ପରେ ମୁଗ, ବିରି ଚାଷ କରୁଛନ୍ତି ଚାଷୀ। ହେଲେ ଫୁଲ ଧରୁଧରୁ ଏମାନେ ସବୁ ନଷ୍ଟ କରିଦେଉଛନ୍ତି। ମାଙ୍କଡ଼ ଦାଉରୁ ଫସଲକୁ ନଷ୍ଟ କରିବାକୁ ଜାଲ ବିଛାଯାଉଛି ସତ ହେଲେ ଜାଲକୁ ବି ଖାତିର କରୁନାହାନ୍ତି ମାଙ୍କଡ଼। ହାତୀ ଫସଲ ଖାଇଲେ କ୍ଷତି ମିଳୁଛି କିନ୍ତୁ ମାଙ୍କଡ଼ଙ୍କ ଦ୍ୱାରା କ୍ଷତି ହେଲେ କ୍ଷତି ମିଳୁନି। ତେଣୁ ତୁରନ୍ତ ଏହାର ସମାଧାନ କରିବା ସହିତ କ୍ଷତିପୂରଣ ଦାବି କରୁଛନ୍ତି ଚାଷୀ...

(ରିପୋର୍ଟ- ମନୋଜ ମୁନୀ, ଆସିକା)

Farmer Problem
Advertisment
Advertisment