ବଲାଙ୍ଗିର ପାଟଣାଗଡ ମଧ୍ୟପୁର ପଂଚାୟତର ସରପଂଚ ରାମ ଗୋପାଳ ନାଏକ। ପେଶା ସିନା ରାଜନୀତି ହେଲେ ନିଶା ପାଠ ପଢାଇବା। ସେଇଥି ପାଇଁ ତ ନିଜସ୍ୱ ଇଚ୍ଛାରେ କୋଚିଂ ସେଣ୍ଟର କରି ପିଲାଙ୍କୁ ପଢାଉଛନ୍ତି ପାଠ। ସ୍ଥାନୀୟ ଅଂଚଳରେ ଥିବା ପୁରୁଣା ଶିଶୁ ମନ୍ଦିର କୋଠାକୁ ସଫା ସୁତୁରା କରି ପଂଚମରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୬୫ ଜଣ ପିଲାଙ୍କୁ ପଢାଉଛନ୍ତି ପାଠ। ଖାଲି ପାଠ ପଢାଉଛନ୍ତି ତାହା ନୁହେଁ ବରଂ ପିଲାମାନେ କେମିତି ପାଠ ପଢିବେ ସେନେଇ ମାଗଣାରେ ଯୋଗାଉଛନ୍ତି ଖାତା-କଲମ।
ଦୁର୍ଘଟଣାରେ ସୁନ୍ଦରଗଡ଼ର ଯୁବ ସମ୍ବାଦିକ ଖଗେଶ୍ବର ତରେଇଙ୍କର ମୃତ୍ୟୁ ହେବା ପରେ ପରିବାର ମଧ୍ୟରେ ଖେଳିଯାଇଛି ଶୋକର ଛାୟା। ଖଗେଶ୍ଵର ନିଜ ବନ୍ଧୁଙ୍କ ସହ ବାଇକ୍ ଯୋଗେ କୋଇଡାରୁ ଯାଜପୁରକୁ ଏକ ବିବାହ ଭୋଜି ପାଇଁ ଯାଉଥିଲେ। କିନ୍ତୁ ବାଟରେ ମୃତ୍ୟୁ ଯେମିତି ତାଙ୍କୁ ଅନେଇ ବସିଥିଲା। କେନ୍ଦୁଝର ଦମକଳ କେନ୍ଦ୍ର ସାମ୍ନାରେ ତାଙ୍କୁ ଏକ ହାଇୱା ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ମୃତ୍ୟୁ ପରେ ଯେବେ ଘରେ ଶବ ପହଞ୍ଚିଲା ତାହାର ଦୃଶ୍ୟ ବଡ କଷ୍ଟଦାୟକ ଥିଲା।
ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବେ ଭୟରେ ଛାତ୍ରଛାତ୍ରୀ। ଯାହାକୁ ଦେଖିବ, ଯାହାଙ୍କଠାରୁ ଶୁଣିବ...ସମସ୍ତଙ୍କ ମୁହଁରେ ଗୋଟିଏ କଥା। ଏ ଟିଙ୍କଙ୍କ ଦାଉରୁ ଆମେ କେମିତି ପାଇବା ରକ୍ଷା? ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏ ଘଟଣା ଏବେକାର ନୁହେଁ ବରଂ ବର୍ଷବର୍ଷର। ଯେଉଁଥିରେ ଆକ୍ରାନ୍ତ ହୋଇଛନ୍ତି ଅନେକ ଛାତ୍ରଛାତ୍ରୀ ଓ କର୍ମଚାରୀ । ଏହି ଟିଙ୍କ କେବଳ କଲେଜ କ୍ୟାମ୍ପସ ନୁହଁ ବରଂ ଏହାର ଆଖପାଖ କଲେଜ, ବାଇପାସ ବୋରାପଦା ଅଞ୍ଚଳରେ ଏବେ ମଣିଷ ଶରୀରରେ ଲାଗୁଛନ୍ତି।
କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ମାଡ଼ିଗଲା ସ୍କର୍ପିଓ। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ନୂଆ ବିଶ୍ୱବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଘୋଷଣା । କୌଣସି ସ୍ଥାନରେ ସ୍ନାତକ ପାଇଁ ବି ଏଯାଏଁ ନାହିଁ ସର୍ବନିମ୍ନ ସୁବିଧା ।
ବିଜେପି ମାଗିଲା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା । କେନ୍ଦ୍ର ବିରୋଧୀ ନାରାବାଜି କରି ବିଜେଡିର ଧାରଣା ।
ହତ୍ୟାର ୧୬ ଦିନ ପରେ ବି ମୋଟିଭ୍ ଆସିନି ସାମ୍ନାକୁ ।
ଅଢ଼େଇ ଅକ୍ଷରର ‘ପ୍ରେମ’ ବାନ୍ଧି ରଖିଛି ସମ୍ପର୍କ
ଦାରିଙ୍ଗବାଡି ଦନେକବାଡି ଗାଁର ସୁନିତା ନାୟକ ଆଉ ତାଙ୍କୁ ବିବାହ କରିଛନ୍ତି ଟିକାବାଲି ବ୍ଲକ ବଡିମୁଣ୍ଡା ଗାଁର ମଳୟ ଦିଗାଳ । ଦୁହେଁ ପ୍ରେମରେ ପଡିବା ପରେ ଏବେ ସ୍ୱାମୀ-ସ୍ତ୍ରୀ ଭାବେ ସମାଜରେ ଚଳି ଆସୁଛନ୍ତି । ଏମାନଙ୍କର ଖୁସି ଦେଖିଲେ ଆପଣ ବି ଆନନ୍ଦିତ ହେବେ। ଆଇନାରେ ନିଜକୁ ଦେଖି ମଥାରେ ଟୋପାଏ ସିନ୍ଦୁର ପିନ୍ଧନ୍ତି ତ ଆଉ କେତେବେଳେ ପ୍ରେମିକ ମଳୟ ଦିଗାଳ ପାଖରେ ବସି ମୁଣ୍ଡ କୁଣ୍ଡାଇ ଦେଉଛନ୍ତି।
ତାରା ବାହିନପତି...ଲୋକେ ଡାକନ୍ତି ଭାଲୁଭାଇନା...ସବୁ ବେଳେ ବିନ୍ଦାସ୍ ଆଉ ରୋମାଣ୍ଟିକ୍।
୧୬ରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ବିଜେପି
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲ୍କୁ ସ୍ଥାନାନ୍ତରିତ ହୋଇପାରେ। ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଛନ୍ତି।
ଏବେ ବି କାନ୍ଦୁଛନ୍ତି ପ୍ରସନ୍ନଙ୍କ ପତ୍ନୀ ମୀନା ସାହୁ। ଆଜି ବି ସ୍ୱାମୀଙ୍କ ବୀରତ୍ୱର କଥାକୁ ମନେ ପକାଇ ଆଖିରୁ ଗଡାଇ ଚାଲିଛନ୍ତି ଲୁହ। ଭୁଲି ପାରୁନାହାନ୍ତି ସେହି କଳା ରାତିର କାହାଣୀକୁ। ଫୁଲୱାମା ଆତଙ୍କବାଦୀ ହାମ୍ଲାରେ ଶହୀଦ ହୋଇଥିବା ଜଗତସିଂହପୁର ପାରିଶିଖର ଗାଁର ସ୍ୱର୍ଗତ ପ୍ରସନ୍ନ ସାହୁଙ୍କ ଘରେ ଖେଳିଯାଇଛି ଶୂନ୍ୟ ନିରବତା। ଶହୀଦ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ ସ୍ମୃତିରେ ଏକ ପାର୍କ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୬,୬୦୦ ଟଙ୍କା ରହିଛି ।
କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭମାପୁର ଗାଁରେ ମଧୁବାବୁଙ୍କ ଜନ୍ମ। ସ୍ଥାନୀୟ ଅଂଚଳର ଅନେକ ସ୍ମୃତି ଏବେ ମଧୁବାବୁଙ୍କ କଥା ମନେପକାଏ। ମଧୁ ପୁଷ୍କରିଣୀ, ଅଭ୍ୟର୍ଥନା ଗୃହ, ମଧୁବାବୁଙ୍କ ଏନ୍ତୁଡ଼ିଶାଳ ସବୁକିଛି ଅଛି। ମଧୁବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ବି ଅଛି
ସାତ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲେ, ହେଲେ ୭ ଦିନ ବି ଏକାଠି ରହିପାରିଲେନି। ବିବାହର ୩ ଦିନ ପରେ ସଡ଼କ ଦୁର୍ଘଟଣାରେ ନବ ଦମ୍ପତିଙ୍କ ମୃତ୍ୟୁ ହୋଇଛି।
ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ୨ ଯୁବକ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା କଂକ୍ରିଟ ମିକ୍ସର ମେସିନ ସହ ବାଇକ୍ ଧକ୍କା ହୋଇଥିଲା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
୧୪ ଦିନିଆ ଖୋଳତାଡ଼ ପରେ ପୁଣି ଜେଲ ଗଲା ଗୋପାଳ ।
ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟା ବେଳେ ମୁହାଁମୁହିଁ ବିଜେଡି-ବିଜେପି । କେନ୍ଦ୍ର ବିରୋଧରେ କାଲିଠୁ ବିଜେଡିର ତିନିଦିନିଆ ଆନ୍ଦୋଳନ ।
ଦିଲ୍ଲୀରେ ହାତ ଧରି ଓଡ଼ିଶାରେ ପହଞ୍ଚିଲେ ବିଜୟ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ କଂଗ୍ରେସ ନେତା ବିଜୟ ।
ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ନେଇ ଚର୍ଚ୍ଚାରେ ବାଣୀବିହାର ।
ବାଲେଶ୍ୱରର ଔପଦା ଏବଂ ମାଲକାନଗିରିରେ ମାତିଲେ ସାରଥୀ ପ୍ରେମୀ ।
ଏଭଳି ରୁଦ୍ଧଦ୍ୱାର ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ନିହାତି ଜରୁରୀ ।’