• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାକିରି ଦେବା ନାଁରେ ୧୭ଟି ରାଜ୍ୟରେ ଠକେଇ କରୁଥିବା ମାଷ୍ଟରମାଇଣ୍ଡକୁ ଗିରଫ କରିଛି EOW । ଠକ ମାଷ୍ଟରମାଇଣ୍ଡ ଧରମପାଲ ସିଂଙ୍କୁ ବିହାର ଗୋପାଳଗଂଜରୁ ଗିରଫ କରଯାଇଛି । ସେ ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ୱେବ୍ ସାଇଟ ଖୋଲି ଚାକିରି ଆଶାୟୀଙ୍କୁ ଠକୁଥିଲେ । ୱେବସାଇଟରେ ସରକାରୀ ବିଜ୍ଞାପନ ଢାଞ୍ଚାରେ ବିଜ୍ଞାପନ ଦେଇ ଆଶାୟୀଙ୍କୁ ଲୁଟୁଥିଲେ । ଗୋଟିଏ କି ଦୁଇଟି ନୁହେଁ ୧୭ଟି ରାଜ୍ୟରେ ସେ ନେଟ୍ ୱାର୍କ କରି ଠକେଇ କରି ଆସୁଥିଲେ। ବିହାରରୁ ଅଭିଯୁକ୍ତକୁ ଗିରଫ ପରେ ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି EOW ।